ପାଟଣା: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ହେବ ଅକ୍ଟୋବର ୧୨ରେ। ଆଉ ଆଜି ହେଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ। ପ୍ରଥମ ଚରଣ ମତଦାନର ପ୍ରଚାରର ଶେଷ ଦିବସରେ ମଧ୍ୟ ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଲାଲୁ କହିଛନ୍ତି ଯେ ପଛୁଆ ଶ୍ରେଣୀର ଲୋକଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ବନ୍ଦ କରି ଦିଆଗଲେ ସେ ବେକରେ ଫାଶୀ ଲଗାଇ ଦେବେ। ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଇଙ୍ଗିତ କରି ସେ ଏହା କହିଛନ୍ତି। କାରଣ ଭାଗବତ କହିଥିଲେ ଯେ ସଂରକ୍ଷଣ ନୀତି ନେଇ ସରକାର ସମୀକ୍ଷା କରିବା ଉଚିତ୍।
ଲାଲୁ କହିଛନ୍ତି ଯେ ବିଜେପି ପୂରା ଡରି ଯାଇଛି। ଦଳର ଅବସ୍ଥା ବର୍ତ୍ତମାନ ଏମିତି ହୋଇଛି ଯେ ପ୍ରଧାନମନ୍ତ୍ରୀଙ୍କୁ ପଂଚାୟତ ସ୍ତରରେ ବି ସଭା କରିବାକୁ ପଡୁଛି। କିନ୍ତୁ ଦଳ ଭୁଲି ଯାଇଛି ଯେ ବିହାରକୁ ପିଏମ ନୁହେଁ ସିଏମ୍ ଦରକାର। ତା’ସହିତ ସେ ବିଜେପିକୁ ମୂଷା ସହିତ ମଧ୍ୟ ତୁଳନା କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।