Advertisment

ଶଶି କପୁରଙ୍କୁ ଦିଆଗଲା ଦାଦା ସାହେବ ଫାଲକେ ଆୱାର୍ଡ

ମୁମ୍ବାଇ: ବିଶିଷ୍ଟ ଅଭିନେତା ଶଶି କପୁରଙ୍କୁ ଆଜି ପ୍ରଦାନ କରାଯାଇଛି ଦାଦା ସାହେବ ଫାଲକେ ଆୱାର୍ଡ । ପୃଥ୍ୱୀ ଥିଏଟରରେ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି। କେନ୍ଦ୍ର ଅର୍ଥ ଓ ସୂଚନା, ପ୍ରସାରଣ ମନ୍ତ୍ରୀ ଅରୁଣ ଜେଟଲୀ ବରିଷ୍ଠ ଅଭିନତା ଶଶି କପୁରଙ୍କୁ ଏହି ଆୱାର୍ଡ ପ୍ରଦାନ କରିଛନ୍ତି । ଏହି ସମାରୋହରେ ବିଗ ବି ଅମିତାଭଙ୍କ ସହ ବହୁ ବଲିଉଡ ଷ୍ଟାର ଉପସ୍ଥିତ ଥିଲେ। ମୁମ୍ବାଇରେ ଏହି ସମ୍ମାନ ଦିଆଯାଉଥିବାରୁ ଏହା ତାଙ୍କ ପରିବାର ପାଇଁ […]

ଅଦ୍ୟତନ ହୋଇଛି
ଶଶି କପୁରଙ୍କୁ ଦିଆଗଲା ଦାଦା ସାହେବ ଫାଲକେ ଆୱାର୍ଡ

shahsifalke

Advertisment

ମୁମ୍ବାଇ: ବିଶିଷ୍ଟ ଅଭିନେତା ଶଶି କପୁରଙ୍କୁ ଆଜି ପ୍ରଦାନ କରାଯାଇଛି ଦାଦା ସାହେବ ଫାଲକେ ଆୱାର୍ଡ । ପୃଥ୍ୱୀ ଥିଏଟରରେ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି। କେନ୍ଦ୍ର ଅର୍ଥ ଓ ସୂଚନା, ପ୍ରସାରଣ ମନ୍ତ୍ରୀ ଅରୁଣ ଜେଟଲୀ ବରିଷ୍ଠ ଅଭିନତା ଶଶି କପୁରଙ୍କୁ ଏହି ଆୱାର୍ଡ ପ୍ରଦାନ କରିଛନ୍ତି । ଏହି ସମାରୋହରେ ବିଗ ବି ଅମିତାଭଙ୍କ ସହ ବହୁ ବଲିଉଡ ଷ୍ଟାର ଉପସ୍ଥିତ ଥିଲେ। ମୁମ୍ବାଇରେ ଏହି ସମ୍ମାନ ଦିଆଯାଉଥିବାରୁ ଏହା ତାଙ୍କ ପରିବାର ପାଇଁ ସମ୍ମାନର ବିଷୟ ବୋଲି  ଶଶି କପୁରଙ୍କ ପୁଅ କୁନାଲ୍ କହିଛନ୍ତି ।  ଏହି କାର୍ଯ୍ୟକ୍ରମରେ ପୂରା କପୁର ଫେମିଲି ଉପସ୍ଥିତ ରହିଥିଲେ। ଏହି ଅବସରରେ  ଶଶି କପୁରଙ୍କ ଉପରେ ବୃତ୍ତଚିତ୍ର ପ୍ରଦର୍ଶନ କରାଯାଇଥିଲା।ଏହି ବୃତ୍ତଚିତ୍ରକୁ କପୁର ପରିବାର ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା।

Advertisment

ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିବାରୁ ଶଶି କପୁର ରାଷ୍ଟ୍ରପତି ପ୍ରଣବ ମୂଖାର୍ଜଙ୍କ ହାତରୁ ଦାଦା ସାହେବେ ଫାଲକେ ଆୱାର୍ଡ ଗ୍ରହଣ କରିବାକୁ ଦିଲ୍ଲୀ ଯାଇପାରି ନଥିଲେ। ଦାଦା ସାହେବ ଫାଲକେ ଆୱାର୍ଡ ଭାରତୀୟ ସିନେମାର ସର୍ବଶ୍ରେଷ୍ଠ ସମ୍ମାନ।

୧୬୦ଟି ଚଳଚିତ୍ରରେ ଅଭିନୟ କରିଛନ୍ତି ୭୬ ବର୍ଷିୟ ଏହି ଅଭିନେତା। ତିନିତିନ ଥର ଜାତୀୟ ଚଳଚିତ୍ର ପୁରସ୍କାର ସାଙ୍ଗକୁ ଜୀବନବ୍ୟାପୀ ଅବଦାନ ପାଇଁ ୨୦୧୦ ସମିହାରେ ଫିଲ୍ମ ଫେୟାର ପକ୍ଷରୁ ସମ୍ମାନୀତ କରାଯାଇଛି। ଦିୱାର୍, ସିଲ୍ସିଲା ଓ ସତ୍ୟମ୍ ଶିବମ୍ ସୁନ୍ଦରମ୍ ଭଳି ଚଳଚିତ୍ରରେ ତାଙ୍କ ଦମ୍ଦାର୍ ଅଭିନୟ ଦେଖିବାକୁ ମିଳିଥିଲା। ପୂର୍ବରୁ ସେ ପଦ୍ମଭୂଷଣରେ ମଧ୍ୟ ସମ୍ମନୀତ ହୋଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe