Advertisment

ସାଉଦୀ ଆରବ: ଗୋଟିଏ ଦିନରେ ୪୭ଜଣ ଆତଙ୍କୀଙ୍କୁ ମୃତ୍ୟୁଦଣ୍ଡ

ଲଣ୍ଡନ: ସାଉଦ ଆରବ ସରକାର ଗୋଟିଏ ଦିନରେ ୪୭ ଜଣ ଆତଙ୍କବାଦୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଶନିବାର ଏମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ମୃତ୍ୟୁଦଣ୍ଡ ପାଇଥିବା ଆତଙ୍କୀ ମଧ୍ୟରେ ରହିଛନ୍ତି ଶେଖ୍ ନିମାର ଅଲ-ନିମାର। ମୃତ୍ୟୁଦଣ୍ଡ ପାଇଥିବା ଅଧିକାଂଶ ଆତଙ୍କୀ ଥିଲେ ଆତଙ୍କବାଦୀ ସଂଗଠନ ‘ଅଲ-କାଏଦା’ର। ସେମାନେ ୨୦୦୩ରୁ ୨୦୦୬ ମଧ୍ୟରେ ସାଉଦ ଆରବର ବିଭିନ୍ନ ସ୍ଥାନରେ ସିରିଜ ଆକ୍ରମଣ କରିବା ସହ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ। ଅନ୍ୟପକ୍ଷରେ ନିମାରକୁ ମୃତ୍ୟୁଦଣ୍ଡ ଦେବା ନେଇ ଇରାନ ଓ […]

ଅଦ୍ୟତନ ହୋଇଛି
ସାଉଦୀ ଆରବ: ଗୋଟିଏ ଦିନରେ ୪୭ଜଣ ଆତଙ୍କୀଙ୍କୁ ମୃତ୍ୟୁଦଣ୍ଡ

image

Advertisment

ଲଣ୍ଡନ: ସାଉଦ ଆରବ ସରକାର ଗୋଟିଏ ଦିନରେ ୪୭ ଜଣ ଆତଙ୍କବାଦୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଶନିବାର ଏମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ମୃତ୍ୟୁଦଣ୍ଡ ପାଇଥିବା ଆତଙ୍କୀ ମଧ୍ୟରେ ରହିଛନ୍ତି ଶେଖ୍ ନିମାର ଅଲ-ନିମାର। ମୃତ୍ୟୁଦଣ୍ଡ ପାଇଥିବା ଅଧିକାଂଶ ଆତଙ୍କୀ ଥିଲେ ଆତଙ୍କବାଦୀ ସଂଗଠନ ‘ଅଲ-କାଏଦା’ର। ସେମାନେ ୨୦୦୩ରୁ ୨୦୦୬ ମଧ୍ୟରେ ସାଉଦ ଆରବର ବିଭିନ୍ନ ସ୍ଥାନରେ ସିରିଜ ଆକ୍ରମଣ କରିବା ସହ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ।

Advertisment

ଅନ୍ୟପକ୍ଷରେ ନିମାରକୁ ମୃତ୍ୟୁଦଣ୍ଡ ଦେବା ନେଇ ଇରାନ ଓ ସାଉଦୀ ଆରବୀୟା ମଧ୍ୟରେ ତିକ୍ତତା ବୃଦ୍ଧିପାଇଛି। ଇରାନ କହିଛି ନିମାରକୁ ମୃତ୍ୟୁଦଣ୍ଡ ଦେବା ସାଉଦୀ ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇପାରେ।

ନିମାରକୁ ମୃତ୍ୟୁଦଣ୍ଡ ଦିଆଯିବା ନେଇ ହୋଇଥିବା ଆବେଦନକୁ ୨୦୧୫ ଅକ୍ଟୋବରରେ ସାଉଦୀ ଆରବୀୟ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ୨୦୧୨ରେ ଗଣତନ୍ତ୍ର ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରିଥିଲା ନିମାର। ଏଥିରେ ନିମାର ତିନିଜଣଙ୍କୁ ହତ୍ୟା କରିବା ନେଇ ଅଭିଯୋଗ ହୋଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe