Advertisment

ସାଉଦି ଆରବରେ ଭାରତୀୟ ମହିଳାଙ୍କ ହାତ କଟାଯିବା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବି କଲେ ସୁଷମା ସ୍ୱରାଜ

ନୂଆଦିଲ୍ଲୀ: ସାଉଦି ଆରବରେ ଘରୋଇ ସହାୟିକା ଭାବେ କାମ କରୁଥିବା ତାମିଲନାଡୁର ଜଣେ ମହିଳାଙ୍କ ହାତ କଟାଯିବା ଘଟଣାକୁ ଭାରତ ଗୁରୁତର ସହ ନେଇଛି । ଏଭଳି ବର୍ବରକାଣ୍ଡରେ ନୂଆଦିଲ୍ଲୀ ଅତିମାତ୍ରାରେ ବିବ୍ରତ ଓ ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ୱିଟ୍ କରି କହିଛନ୍ତି। ତା’ସହିତ  ରିୟାଦ୍ କର୍ତ୍ତୃପକ୍ଷ ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ମାତ୍ର ୩ମାସ ତଳେ ସାଉଦି ଆରବ ଯାଇ ସେଠାରେ […]

ଅଦ୍ୟତନ ହୋଇଛି
ସାଉଦି ଆରବରେ ଭାରତୀୟ ମହିଳାଙ୍କ ହାତ କଟାଯିବା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବି କଲେ ସୁଷମା ସ୍ୱରାଜ

Sushma

Advertisment

ନୂଆଦିଲ୍ଲୀ: ସାଉଦି ଆରବରେ ଘରୋଇ ସହାୟିକା ଭାବେ କାମ କରୁଥିବା ତାମିଲନାଡୁର ଜଣେ ମହିଳାଙ୍କ ହାତ କଟାଯିବା ଘଟଣାକୁ ଭାରତ ଗୁରୁତର ସହ ନେଇଛି । ଏଭଳି ବର୍ବରକାଣ୍ଡରେ ନୂଆଦିଲ୍ଲୀ ଅତିମାତ୍ରାରେ ବିବ୍ରତ ଓ ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ୱିଟ୍ କରି କହିଛନ୍ତି। ତା’ସହିତ  ରିୟାଦ୍ କର୍ତ୍ତୃପକ୍ଷ ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ମାତ୍ର ୩ମାସ ତଳେ ସାଉଦି ଆରବ ଯାଇ ସେଠାରେ ଘରୋଇ ସହାୟିକା ଭାବେ କାମ କରୁଥିବା ତାମିଲନାଡୁର ୫୮ ବର୍ଷୀୟ କସ୍ତୁରୀ ମୁନିରଥିନମଙ୍କ ଡାହାଣ ହାତକୁ ତାଙ୍କ ମାଲିକାଣି କାଟି ଦେଇଥିଲେ। ନିର୍ଯାତନା ସହି ନ ପାରି କସ୍ତୁରୀ ସେଠାରୁ ଖସି ପଳାଇ ଆସିବାକୁ ଉଦ୍ୟମ କରିବା ସମୟରେ ଏଭଳି ବର୍ବରକାଣ୍ଡ ଘଟାଇଥିଲେ ସଂପୃକ୍ତ ମାଲିକାଣୀ। କସ୍ତୁରୀ ହାତ ହରାଇବା ସହ ତଳେ ପଡିଯିବା ସମୟରେ ତାଙ୍କ ସୁଷୁମା କାଣ୍ଡରେ ଗଭୀର ଆଘାତ ମଧ୍ୟ ଲାଗିଛି। ଏବେ ରିୟାଦରେ ଏକ ଡାକ୍ତରଖାନାରେ ତାଙ୍କ ଚିକିତ୍ସା ଚାଲିଛି। କସ୍ତୁରୀଙ୍କ ପରିବାର ଲୋକେ ତୁରନ୍ତ ତାଙ୍କୁ ସେଠାରୁ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ସେପଟେ ରିୟାଦରେ ଥିବା ଭାରତୀୟ ଦୂତାବାସ ସାଉଦି ବିଦେଶ ମନ୍ତ୍ରାଳୟ ସହ ଘଟଣା ସଂପର୍କରେ ଆଲୋଚନା କରିବା ସହ କସ୍ତୁରୀଙ୍କ ମାଲିକାଣୀ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିବାକୁ ଦାବି କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe