ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଉଦି ଆରବ ରାଜା ସଲମନ ବିନ୍ ଅବଦୁଲ୍ ଅଜିଜ୍ ବୁଧବାର ମସ୍କୋ ଯାତ୍ରା କରିଥିଲେ। ଏହି ସମୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେଉଁଥିରେ ସାଉଦି ଆରବ ରାଜା ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ସୁନାର ନିର୍ମିତ ବିମାନ ମସ୍କୋ ପହଞ୍ଚିବା ପରେ ଯେତେବେଳେ ରାଜା ବିମାନରୁ ତଳକୁ ଓହ୍ଲାଉଥିଲେ ସେତେବେଳେ ଏହି ଅଘଟଣ ଘଟିଥିଲା। ସୁନାରା ନିର୍ମିତ ଏସ୍କାଲେଟର୍ ଦ୍ୱାର ରାଜା ତଳକୁ ଓହ୍ଲାଉଥିବାବେଳେ ହଠାତ ଏହା ଅଧାରେ ବନ୍ଦ ହୋଇଯାଇଥିଲା। ଫଳରେ ରାଜା ଅନ୍ୟା ରାସ୍ତାରେ ଚାଲିଚାଲି ତଳକୁ ଓହ୍ଲାଇଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି।
ସୌଜନ୍ୟ-pti
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us