Advertisment

ଆଉ ଗୋଟିଏ ପୁଅକୁ ଭଲ ପାଇବାରୁ ଯୁବତୀଙ୍କୁ ହତ୍ୟା କରି ଜାଳିଦେଲା ପୂର୍ବତନ ପ୍ରେମିକ

ହାଇଦ୍ରାବାଦ: ‘ତୁ ଯଦି ମୋର ନୁହେଁ, ତତେଲୋ ପ୍ରିୟା ଆଉ କାହାର ହେବାକୁ ଦେବିନି।’ ଏହି ଲୋକପ୍ରିୟ ଆଲବମ ଗୀତର ଶବ୍ଦ ଭଳି ଗୋଟିଏ ଘଟଣା ସାମ୍ନାକୁ ଆସିଛି। ଜଣେ ୧୯ ବର୍ଷୀୟ ଯୁବତୀ ନିଜ ପ୍ରଥମ ପ୍ରେମିକଙ୍କୁ ଭୁଲି ଆଉ ଗୋଟିଏ ପୁଅକୁ ଭଲ ପାଇବାରୁ ସାଂଘାତିକ ଘଟଣା ଘଟିଛି। ଯୁବତୀ ଜଣଙ୍କ ଧୋକ୍କା ଦେବାରୁ ତାଙ୍କ ପୂର୍ବତନ ପ୍ରେମିକ ପ୍ରତିଶୋଧ ନେଇଛନ୍ତି। ସେ ଯୁବତୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ନିଆଁରେ ପୋଡ଼ି ଦେଇଛନ୍ତି।  […]

ଆଉ ଗୋଟିଏ ପୁଅକୁ ଭଲ ପାଇବାରୁ ଯୁବତୀଙ୍କୁ ହତ୍ୟା କରି ଜାଳିଦେଲା ପୂର୍ବତନ ପ୍ରେମିକ

y

Advertisment

ହାଇଦ୍ରାବାଦ: ‘ତୁ ଯଦି ମୋର ନୁହେଁ, ତତେଲୋ ପ୍ରିୟା ଆଉ କାହାର ହେବାକୁ ଦେବିନି।’ ଏହି ଲୋକପ୍ରିୟ ଆଲବମ ଗୀତର ଶବ୍ଦ ଭଳି ଗୋଟିଏ ଘଟଣା ସାମ୍ନାକୁ ଆସିଛି। ଜଣେ ୧୯ ବର୍ଷୀୟ ଯୁବତୀ ନିଜ ପ୍ରଥମ ପ୍ରେମିକଙ୍କୁ ଭୁଲି ଆଉ ଗୋଟିଏ ପୁଅକୁ ଭଲ ପାଇବାରୁ ସାଂଘାତିକ ଘଟଣା ଘଟିଛି। ଯୁବତୀ ଜଣଙ୍କ ଧୋକ୍କା ଦେବାରୁ ତାଙ୍କ ପୂର୍ବତନ ପ୍ରେମିକ ପ୍ରତିଶୋଧ ନେଇଛନ୍ତି। ସେ ଯୁବତୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ନିଆଁରେ ପୋଡ଼ି ଦେଇଛନ୍ତି।  ହତ୍ୟାର ଶିକାର ହୋଇଥିବା ଯୁବତୀ ଜଣଙ୍କ ଏସବିଆଇରେ କାମ କରୁଥିଲେ। ପୁଲିସ୍‌ ଘଟଣାରେ ଅଭିଯୁକ୍ତ ରାଜେଶଙ୍କୁ ଗିରଫ ମଧ୍ୟ କରିଛି। ଆନ୍ଧ୍ର ପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଘଟିଥିବା ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Advertisment

ପୁଲିସ୍‌ର ସୂଚନା ଅନୁଯାୟୀ, ୧୯ ବର୍ଷୀୟ ସେହ୍ନଲତା ଓ ରାଜେଶଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ତେବେ ସେହ୍ନଲତା ଏସବିଆଇରେ ଚୁକ୍ତିଭିକ୍ତିକ ଚାକିରି ପାଇବା ପରେ ରାଜେଶଙ୍କ ଠାରୁ ଦୂରେଇବା ଆରମ୍ଭ କରିଥିଲେ। ଏଥିରେ କ୍ଷୁବ୍ଧ ହୋଇ ରାଜେଶ ସବୁଦିନ ତାଙ୍କର ପିଛା କରନ୍ତି।

ଗୋଟିଏ ଦିନ ସେ ଜାଣିବାକୁ ପାଇଥିଲେ ଯେ ସେହ୍ନଲତା ଆଉ ଗୋଟିଏ ପୁଅର ପ୍ରେମରେ ପଡ଼ିଛନ୍ତି। ତଥାପି ରାଜେଶ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ଓ ଫେରି ଆସିବାକୁ ଅନୁରୋଧ କରିଥିଲେ। ହେଲେ ସେହ୍ନଲତା କିଛି ବି ବୁଝି ନଥିଲେ।

Advertisment

ଏଥିରେ କ୍ଷୁବ୍ଧ ହୋଇ ରାଜେଶ ପ୍ରତିଶୋଧ ନେବାକୁ ପଣ କରିଥିଲେ। ଯୋଜନା ମୁତାବକ ମଙ୍ଗଳବାର ସେ ଶେଷଥର ପାଇଁ ସେହ୍ନଲତାଙ୍କୁ ଦେଖା କରିବାକୁ ଡାକିଥିଲେ। ସେହ୍ନଲତା ମଧ୍ୟ ତାଙ୍କ କଥା ରଖି ଦେଖା କରିବାକୁ ଆସିଥିଲେ। ଏହି ସମୟରେ ରାଜେଶ ତାଙ୍କୁ ବାଇକରେ ଅନନ୍ତପୁରାମୁ ଆଡ଼େ ଆଣିଥିଲେ। କିନ୍ତୁ ବନ୍ଦନାପାଲ୍ଲି ଠାରେ ଥିବା ଏକ ନିଛାଟିଆ ପଡ଼ିଆରେ ସେ ଗାଡ଼ି ରଖି ପୁଣିଥରେ ସେହ୍ନଲତାଙ୍କୁ ବୁଝାଇଥିଲେ। ହେଲେ ଏହା ଯୁକ୍ତିତର୍କ ଆଡ଼କୁ ଗତି କରିଥିଲେ।

ଯୁକ୍ତିତର୍କ ଏତେମାତ୍ରାରେ ବଢ଼ି ଯାଇଥିଲା ଯେ ରାଜେଶ ସେଠାରେ ସେହ୍ନଲତାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲେ। ଏହାପରେ ଗାଡ଼ିରୁ ପେଟ୍ରୋଲ ଆଣି ଶବକୁ ପୋଡ଼ି ଦେଇଥିଲେ। ଅନ୍ୟପଟେ ଝିଅ ଘରକୁ ନ ଫେରିବାରୁ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ।

ବହୁ ଖୋଜାଖୋଜି ପରେ ସେହ୍ନଲତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ତାଙ୍କ ଅଫିସ ଠାରୁ ୨୫ କିମି ଦୂର ଗୋଟିଏ ପଡ଼ିଆରୁ ମିଳିଥିଲା। ରାଜେଶ ଓ ତାଙ୍କ ବନ୍ଧୁ କାର୍ତ୍ତିକ ହତ୍ୟାକାଣ୍ତରେ ସାମିଲ ଥିବା ପରିବାର ଲୋକ ପୁଲିସ୍‌କୁ କହିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ପୁଲିସ୍‌ ଜେରା କରିବା ବେଳେ ରାଜେଶ ସବୁ କଥା ମାନି ଯାଇଥିଲେ।

ଏବେ କାର୍ତ୍ତିକଙ୍କର ଏହି ହତ୍ୟାକାଣ୍ତ ପଛରେ ହାତ ରହିଛି କି ନାହିଁ, ସେ ବିଷୟରେ ପୁଲିସ୍‌ ଖୋଳତାଡ଼ କରୁଛି। ପୁଲିସ୍‌ ରାଜେଶ ଓ ସେହ୍ନଲତାଙ୍କ ଫୋନ ଜବତ କରିଛି। ଉଭୟଙ୍କ ମଧ୍ୟରେ ଗତ ବର୍ଷ ହେଲାଣି ପ୍ରାୟ ୧୬୧୮ ଥର କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe