/odisha-reporter/media/post_attachments/uploads/2017/09/sbi-750x430.jpg)
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ୪୧ ଜଣ ସ୍ପେଶାଲ ଅଫିସର ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ୪୧ଟି ପଦବି ମଧ୍ୟରୁ ୪୦ଟି ଡେପ୍ୟୁଟି ମ୍ୟାନେଜର ଏବଂ ଗୋଟିଏ ଡେପ୍ୟୁଟି ଜେନେରାଲ ମ୍ୟାନେଜର ପଦବି ପାଇଁ ବିଜ୍ଞପ୍ତି ଜାରି କରିଛି ଏସ୍ବିଆଇ। ଏଥିପାଇଁ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ଠାରୁ ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ ହେବ। ଏହାସହ ଏହାର ଶେଷ ତାରିଖ ରହିଛି ୬ ଅକ୍ଟୋବର।
Advertisment
ଡେପ୍ୟୁଟି ମ୍ୟାନେଜର ଓ ଡେପ୍ୟୁଟି ଜେନେରାଲ ମ୍ୟାନେଜର ପାଇଁ ଶିକ୍ଷାଗତ ଯୋଗ୍ୟତା ରହିଛି ଲ’ ଗ୍ରାଜ୍ୟୁଏଟ୍। ଯାହାକି କୌଣସି ଏକ ଅନୁବନ୍ଧିତ ବିଶ୍ୱ ବିଦ୍ୟାଳୟରୁ ୫ ବର୍ଷିୟା ଇଣ୍ଟିଗ୍ରଟେଡ୍ ଲ’ କୋର୍ସ କରିଥିବା ଆବଶ୍ୟକ। ଡେପ୍ୟୁଟି ଜେନେରାଲ ମ୍ୟାନେଜର ପାଇଁ ଦରମା ବାର୍ଷିକ ୪୦.୨୦ ଲକ୍ଷ ଥିବା ବେଲେ ଡେପ୍ୟୁଟି ମ୍ୟାନେଜର ପାଇଁ ରହିଛି ୧୫.୧୦ ଲକ୍ଷ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
