ପୁଣି ସୁପ୍ରିମକୋର୍ଟରେ ନିରାଶ ହେଲେ ନିର୍ଭୟା ଦୋଷୀ

ନୂଆଦିଲ୍ଲୀ: ପୁଣିଥରେ ଫାଶୀ ଦଣ୍ଡକୁ ଟାଳିବା ପାଇଁ ନିର୍ଭୟା କାଣ୍ଡର ଦୋଷୀ ସୁପ୍ରିମକୋର୍ଟରେ କରିଥିବା ଆବେଦନ ଖାରଜ ହୋଇଛି। ୪ ଦୋଷୀଙ୍କ ମଧ୍ୟରୁ ମୁକେଶ ପୁଣିଥରେ କ୍ୟୁରେଟିଭ ଓ ରାଜକ୍ଷମା ଆବେଦନ କରିବାକୁ ଚାହୁଁଥିଲା। ଏହାର ଅନୁମତି ଲୋଡ଼ି ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହେଲେ ଆଜି ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ମୁକେଶ ତା’ର ପୂର୍ବତନ ଓକିଲ ବ୍ରିନ୍ଦା ଗ୍ରୋଭରଙ୍କ ବିରୋଧରେ ଆବେଦନ କରିଥିଲା। ବ୍ରିନ୍ଦା ଗ୍ରୋଭର ତା’କୁ ମିଛ କହି କ୍ୟୁରେଟିଭ ଓ […]

Nirbhaya 650

Nirbhaya 650

Hemant Lenka
  • Published: Monday, 16 March 2020
  • Updated: 16 March 2020, 04:03 PM IST

Sports

Latest News

ନୂଆଦିଲ୍ଲୀ: ପୁଣିଥରେ ଫାଶୀ ଦଣ୍ଡକୁ ଟାଳିବା ପାଇଁ ନିର୍ଭୟା କାଣ୍ଡର ଦୋଷୀ ସୁପ୍ରିମକୋର୍ଟରେ କରିଥିବା ଆବେଦନ ଖାରଜ ହୋଇଛି। ୪ ଦୋଷୀଙ୍କ ମଧ୍ୟରୁ ମୁକେଶ ପୁଣିଥରେ କ୍ୟୁରେଟିଭ ଓ ରାଜକ୍ଷମା ଆବେଦନ କରିବାକୁ ଚାହୁଁଥିଲା। ଏହାର ଅନୁମତି ଲୋଡ଼ି ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ହେଲେ ଆଜି ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ମୁକେଶ ତା’ର ପୂର୍ବତନ ଓକିଲ ବ୍ରିନ୍ଦା ଗ୍ରୋଭରଙ୍କ ବିରୋଧରେ ଆବେଦନ କରିଥିଲା। ବ୍ରିନ୍ଦା ଗ୍ରୋଭର ତା’କୁ ମିଛ କହି କ୍ୟୁରେଟିଭ ଓ ରାଜକ୍ଷମା ଆବେଦନ କରିବା ସଂକ୍ରାନ୍ତ ଫାଇଲରେ ଦସ୍ତଖତ କରାଇ ନେଇଥିବା ସେ ଅଭିଯୋଗ କରିଥିଲା। ମୁକେଶ ଆଇନଜୀବୀ ଏମଏଲ ଶର୍ମାଙ୍କ ଦ୍ୱାରା ଏପରି ଆବେଦନ କରିଥିଲା।

ପୂର୍ବରୁ ସେ ସୁପ୍ରିମକୋର୍ଟ ଓ ରାଷ୍ଟ୍ରପତିଙ୍କ ନିକଟରେ ଯଥାକ୍ରମେ କ୍ୟୁରେଟିଭ ପିଟିସନ ଏବଂ ରାଜକ୍ଷମା ଆବେଦନ କରିଥିଲା। ହେଲେ ଏହା ଖାରଜ ହୋଇଥିଲା। ଏମଏଲ ଶର୍ମା ତାଙ୍କ ଆବେଦନରେ କହିଥିଲେ ଯେ ନିର୍ଭୟା ଘଟଣାରେ କୋର୍ଟ ନିଯୁକ୍ତ କରିଥିବା ଆମିକସ କ୍ୟୁରୀ ବ୍ରିନ୍ଦା ଗ୍ରୋଭର ତା’ ବିନା ଅନୁମତିରେ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ ପାଇଁ ଦସ୍ତଖତ କରାଇ ନେଇଥିଲେ।

ଜାନୁଆରୀ ୭ରେ କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି ଓ ଏହାର ୭ ଦିନ ମଧ୍ୟରେ କ୍ୟୁରେଟିଭ ପିଟିସନ ଦାଖଲ କରିବାକୁ ପଡ଼ିବ ବୋଲି ମିଛ କହି ବ୍ରିନ୍ଦା ତା’ଠାରୁ ଦସ୍ତଖତ କରାଇ ନେଇଥିଲେ ବୋଲି ସେ ଓକିଲଙ୍କ ଜରିଆରେ ଅଭିଯୋଗ କରିଥିଲା।

ମୁକେଶ ତା’ର ଆବେଦନରେ ଆହୁରି କହିଥିଲା ଯେ ନିୟମ ଅନୁସାରେ ରିଭ୍ୟୁ ପିଟିସନ ଖାରଜ ହେବା ପରେ କ୍ୟୁରେଟିଭ ପିଟିସନ ଦାଖଲ କରାଯାଏ। ଏଥିପାଇଁ ଦୋଷୀକୁ ୩ ବର୍ଷର ସମୟ ଦିଆଯାଏ। ଏହି ସମୟସୀମା ମଧ୍ୟରେ ହିଁ ଦୋଷୀ କ୍ୟୁରେଟିଭ ପିଟିସନ ଦାଖଲ କରିବାର ପ୍ରାବଧାନ ରହିଛି।

ମୁକେଶର ରିଭ୍ୟୁ ପିଟିସନ ୨୦୧୮ ଜୁଲାଇ ମାସରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଖାରଜ ହୋଇଥିଲା। ତେଣୁ ଆଇନରେ ମୁକେଶକୁ ଯେଉଁ ଅଧିକାର ଦିଆଯାଇଛି, ତା’କୁ କାର୍ଯ୍ୟକାରୀ କରାଯାଉ। ୨୦୨୧ ଜୁଲାଇ ମାସ ମଧ୍ୟରେ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ କରିବାକୁ ତା’କୁ ଅନୁମତି ଦିଆଯାଉ ବୋଲି ତା’ ଓକିଲ ଆବେଦନ କରିଥିଲେ।

ପଟିଆଲା ହାଉସ କୋର୍ଟ ମୁକେଶ, ଅକ୍ଷୟ, ପବନ ଓ ବିନୟକୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଡେଥ ୱାରେଣ୍ଟ ଜାରି କରିଥିଲେ। ଆସନ୍ତା ୨୦ରେ ସମସ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ନିର୍ଦ୍ଦେଶ ମିଳିଛି। ହେଲେ ଏହାପୂର୍ବରୁ ଏଭଳି ଆବେଦନ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story