Advertisment

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ଦାବିକୁ ସୁପ୍ରିମକୋର୍ଟଙ୍କ ନା

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଏଭଳି ଆବେଦନରେ ସୁପ୍ରିମକୋର୍ଟ କୌଣସି ପ୍ରକାରର ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ପୁଲିସ୍‌କୁ ତା’ର କାମ କରିବାକୁ ଛଡ଼ାଯିବା ଦରକାର। ଏଥିସହ ଆପଣ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ କେମିତି ଏତେ ମାତ୍ରାରେ ଜଡ଼ିତ ବୋଲି ମଧ୍ୟ […]

author-image
Hemant Lenka
ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ଦାବିକୁ ସୁପ୍ରିମକୋର୍ଟଙ୍କ ନା

du

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଏଭଳି ଆବେଦନରେ ସୁପ୍ରିମକୋର୍ଟ କୌଣସି ପ୍ରକାରର ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି।

Advertisment

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ପୁଲିସ୍‌କୁ ତା’ର କାମ କରିବାକୁ ଛଡ଼ାଯିବା ଦରକାର। ଏଥିସହ ଆପଣ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ କେମିତି ଏତେ ମାତ୍ରାରେ ଜଡ଼ିତ ବୋଲି ମଧ୍ୟ କୋର୍ଟ ଆବେଦନକାରୀ ଅଳକା ପ୍ରିୟାଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ଏସଆର ସେଟିଆଙ୍କୁ ପଚାରିଛନ୍ତି।

ଓକିଲ ସେଟିଆ ଶୁଣାଣି ବେଳେ କହିଥିଲେ ଯେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଲୋକଙ୍କ ସ୍ୱାର୍ଥ ସାଧନ ପାଇଁ ଅନେକ ପ୍ରକାରର କାମ କରିଛନ୍ତି। ସେ ଅନେକ ପିଲାଙ୍କୁ ନାସାକୁ ପଠାଇଛନ୍ତି। ଏଭଳି ଜଣେ ବ୍ୟକ୍ତି କେମିତି ଆତ୍ମହତ୍ୟା କରିବେ? ଏହା ପଛରେ ନିଶ୍ଚିତ ଷଡ଼ଯନ୍ତ୍ର ରହିଛି। ଏହାର ପର୍ଦ୍ଦାଫାସ କରିବା ପାଇଁ ସିବିଆଇ ତଦନ୍ତ ଜରୁରୀ।

Advertisment

ଏହାର ଜବାବରେ କୋର୍ଟ କହିଛନ୍ତି, କିଏ ଭଲ ଓ କିଏ ଖରାପ ସେଥିରେ ଆମର କିଛି ବି ଫରକ ପଡ଼େନାହିଁ। ବର୍ତ୍ତମାନ ସ୍ଥିତିରେ ପୁଲିସ୍‌କୁ ତା’ର କାମ କରିବାକୁ ଅନୁମତି ଦିଆଯିବା ଦରକାର। ଆବେଦନକାରୀ ପୁଲିସ୍‌ର ତଦନ୍ତରେ ସହଯୋଗ କରିବା ସହ ଏଥିରେ ସାମିଲ ହେବାକୁ ଚାହୁଁଥିଲେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋପାରିବେ ବୋଲି ପରାମର୍ଶ ଦେଇଛନ୍ତି।