Advertisment

ବିଚ୍‌ ରାସ୍ତାରେ ଛାତ୍ରୀଙ୍କୁ ଟଣାଓଟରା, ବୟଫ୍ରେଣ୍ଡଙ୍କୁ ମାଡ଼: ଭିଡିଓ ଭାଇରାଲ

ପାଟନା: ନାରୀ ନିର୍ଯାତନାର ଆଉ ଏକ ନଗ୍ନ ଚିତ୍ରକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଜଣେ ସ୍କୁଲ ଛାତ୍ରୀ ତାଙ୍କ ବୟଫ୍ରେଣ୍ଡଙ୍କ ସହ ଯାଉଥିବା ବେଳେ ଅସଦାଚରଣର ଶିକାର ହୋଇଛନ୍ତି। କିଛି ଦୁର୍ବୃତ୍ତ ସମ୍ପୃକ୍ତ ଛାତ୍ରୀଙ୍କୁ ଟଣାଓଟରା କରିବା ସହ ତାଙ୍କ ବୟଫ୍ରେଣ୍ଡକୁ ମାରପିଟ୍‌ କରିଥିବା ଅଭିଯୋଗ ହୋଇଛି। ଏହି ସମୟରେ ଆଉ କିଛି ଯୁବକ ଭିଡିଓ ସୁଟ୍‌ କରି ଏହାକୁ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ବିହାରର ସହର୍ସ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। […]

ଅଦ୍ୟତନ ହୋଇଛି
ବିଚ୍‌ ରାସ୍ତାରେ ଛାତ୍ରୀଙ୍କୁ ଟଣାଓଟରା, ବୟଫ୍ରେଣ୍ଡଙ୍କୁ ମାଡ଼: ଭିଡିଓ ଭାଇରାଲ

b-99

Advertisment

ପାଟନା: ନାରୀ ନିର୍ଯାତନାର ଆଉ ଏକ ନଗ୍ନ ଚିତ୍ରକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଜଣେ ସ୍କୁଲ ଛାତ୍ରୀ ତାଙ୍କ ବୟଫ୍ରେଣ୍ଡଙ୍କ ସହ ଯାଉଥିବା ବେଳେ ଅସଦାଚରଣର ଶିକାର ହୋଇଛନ୍ତି। କିଛି ଦୁର୍ବୃତ୍ତ ସମ୍ପୃକ୍ତ ଛାତ୍ରୀଙ୍କୁ ଟଣାଓଟରା କରିବା ସହ ତାଙ୍କ ବୟଫ୍ରେଣ୍ଡକୁ ମାରପିଟ୍‌ କରିଥିବା ଅଭିଯୋଗ ହୋଇଛି। ଏହି ସମୟରେ ଆଉ କିଛି ଯୁବକ ଭିଡିଓ ସୁଟ୍‌ କରି ଏହାକୁ ଭାଇରାଲ କରିଥିବା ଅଭିଯୋଗ ହୋଇଛି।

Advertisment

ବିହାରର ସହର୍ସ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ପୁଲିସ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି।  ଭାଇରାଲ ହେଉଥିବା ଭିଡିଓରେ ଯୁବତୀ ଜଣକ ନିଜକୁ ବଞ୍ଚାଇବା ପାଇଁ ଚିତ୍କାର କରୁଥିବା ଦେଖାଯାଇଛି। ତେବେ ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ସହର୍ସ ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରଭାକର ରିୱାରି ସୂଚନା ଦେଇଛନ୍ତି। ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବାରୁ ସେମାନଙ୍କୁ ଖୋଜାଯାଉଥିବା ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରଭାକର କହିଛନ୍ତି।

ଅଭିଯୋଗ ଅନୁଯାୟୀ ଛାତ୍ରୀ ଜଣକ ଏକ ବାଇସାଇକେଲରେ ଯାଉଥିବା ବେଳେ ବାଟରେ କିଛି ଅସାମାଜିକ ଯୁବକ ତାଙ୍କୁ ଅଟକାଇଥିଲେ। ତେବେ ଛାତ୍ରୀ ସହ ତାଙ୍କ ବୟଫ୍ରେଣ୍ଡ ଥିବା ପୁଲିସ କହିଛି। ଦୁର୍ବୃତ୍ତମାନେ ଛାତ୍ରୀ ଜଣଙ୍କୁ ଟଣାଓଟରା କରିବା ସହ ଅଶାଳୀନ ବ୍ୟବହାର କରିଥିଲେ। ଏପରିକି ସେମାନେ ଛାତ୍ରୀ ଜଣକର ଓଢଣି ଟାଣୁଥିବା ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଉଛି।

Advertisment

ସେହିପରି ଛାତ୍ରୀଙ୍କ ବୟଫ୍ରେଣ୍ଡକୁ ଆଉ କେତେକ ମାରପିଟ୍‌ କରୁଥିବା ବେଳେ ଏହାର ଭିଡିଓ ସୁଟ୍‌ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ବିହାରରେ ବିରୋଧୀ ଦଳ ନିତୀଶ ସରକାରଙ୍କୁ ଘେରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe