Advertisment

'ଦୀପାବଳି ପରେ ଖୋଲିବ ସ୍କୁଲ, ମନ୍ଦିର ଓ ଧର୍ମସ୍ଥଳ'

ମୁମ୍ବାଇ: ମାର୍ଚ୍ଚ ମାସରୁ ବନ୍ଦ ଥିବା ମନ୍ଦିର ତଥା ଅନ୍ୟ ପୂଜାସ୍ଥଳଗୁଡ଼ିକ ଖୁବଶୀଘ୍ର ଖୋଲାଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି। ରବିବାର ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ସମୟରେ ମୁଖ୍ୟମନ୍ତ୍ରୀ ଠାକରେ ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଦେଇଛନ୍ତି। ସେ କହିଛନ୍ତି, ଦୀପାବଳି ପରେ କରୋନା କଟକଣାର ନୂତନ ଏସଓପି ଜାରି କରାଯିବ। ଏହି କ୍ରମରେ ଦୀପାବଳି ପରେ ସ୍କୁଲ ଖୋଲାଯିବାକୁ ପ୍ରସ୍ତୁତି ଚାଲିଛି ବୋଲି ମଧ୍ୟ ଠାକରେ କହିଛନ୍ତି। ଖୁବଶୀଘ୍ର ମହାରାଷ୍ଟ୍ରରେ ଖୋଲିବ ସ୍କୁଲ, ମନ୍ଦିର […]

author-image
Pragnya Choudhury
ଅଦ୍ୟତନ ହୋଇଛି
ବିଜେପି ଆମ ପଛପଟୁ ଛୁରି ମାରିଛି, ବୁଝାମଣା କରିବା ପ୍ରଶ୍ନ ଉଠୁନି: ଉଦ୍ଧବ ଠାକରେ

Uddhav Thackeray

ମୁମ୍ବାଇ: ମାର୍ଚ୍ଚ ମାସରୁ ବନ୍ଦ ଥିବା ମନ୍ଦିର ତଥା ଅନ୍ୟ ପୂଜାସ୍ଥଳଗୁଡ଼ିକ ଖୁବଶୀଘ୍ର ଖୋଲାଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି। ରବିବାର ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ସମୟରେ ମୁଖ୍ୟମନ୍ତ୍ରୀ ଠାକରେ ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଦେଇଛନ୍ତି। ସେ କହିଛନ୍ତି, ଦୀପାବଳି ପରେ କରୋନା କଟକଣାର ନୂତନ ଏସଓପି ଜାରି କରାଯିବ। ଏହି କ୍ରମରେ ଦୀପାବଳି ପରେ ସ୍କୁଲ ଖୋଲାଯିବାକୁ ପ୍ରସ୍ତୁତି ଚାଲିଛି ବୋଲି ମଧ୍ୟ ଠାକରେ କହିଛନ୍ତି।

Advertisment

ଖୁବଶୀଘ୍ର ମହାରାଷ୍ଟ୍ରରେ ଖୋଲିବ ସ୍କୁଲ, ମନ୍ଦିର ଏବଂ ଅନ୍ୟାନ୍ୟ ଧର୍ମସ୍ଥଳ। ଦୀପାବଳି ପରେ ଏନେଇ ସ୍ୱତନ୍ତ୍ର ଏସଓପି ଜାରି କରାଯିବ। ତେବେ ପୂର୍ବରୁ ଏଥି ଲାଗି ସୁରକ୍ଷା ପ୍ରୋଟୋକଲ ନିର୍ଦ୍ଧାରିତ କରିଦିଆଯାଇଛି। ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଧର୍ମସ୍ଥଳଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଉ ନ ଥିଲା ବୋଲି ମୁଖ୍ୟମନ୍ତ୍ରୀ ଠାକରେ କହିଛନ୍ତି।

ସେ କହିଛନ୍ତି ଯେ, ଦୀପାବଳି ପରେ ମନ୍ଦିର ଖୋଲିବା ଲାଗି ଏସଓପି ପ୍ରସ୍ତୁତ କରାଯିବ। କିନ୍ତୁ ପୂଜାସ୍ଥଳଗୁଡ଼ିକୁ ଯିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବ। ତେବେ ବିନା ମାସ୍କରେ ଘରୁ ବାହାରିଲେ ଜରିମାନା ଦେବାକୁ ପଡ଼ିବ ବୋଲି ସେ ଚେତାଇ ଦେଇଛନ୍ତି।

Advertisment
Uddhav Thackeray Maharashtra