ଅମରାବତୀ: କରୋନା ସଂକ୍ରମଣ ମଧ୍ୟରେ ଆସନ୍ତା ନଭେମ୍ବର ୨ରୁ ଆନ୍ଧ୍ର ପ୍ରଦେଶରେ ସ୍କୁଲ ଓ କଲେଜ ଖୋଲିବ। ଆଜି ଏନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ତେବେ ଏକକାଳୀନ ସବୁ ସ୍କୁଲ ଓ କଲେଜର କ୍ଲାସ ଖୋଲିବ ନାହିଁ। ପର୍ଯ୍ୟାୟକ୍ରମେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଘୋଷଣା କରାଯିବ।
ତାଙ୍କ ଘୋଷଣା ଅନୁଯାୟୀ, ନଭେମ୍ବର ୨ରୁ ୯ମ, ୧୦ମ ଓ ଇଣ୍ଟରମିଡିଏଟ୍ କ୍ଲାସ ଆରମ୍ଭ ହେବ। ଦିନେ ଛଡ଼ା ଦିନେ ଏହି ସବୁ କ୍ଲାସ ହେବ। ସେହିପରି ୬ଷ୍ଠ, ୭ମ ଓ ୮ମ ଶ୍ରେଣୀର କ୍ଲାସ ନଭେମ୍ବର ୨୩ରୁ ଆରମ୍ଭ ହେବ। ଡିସେମ୍ବର ୧୪ରୁ ହିଁ ୧ମ,୨ୟ, ୩ୟ, ୪ର୍ଥ ଓ ୫ମ ଶ୍ରେଣୀର କ୍ଲାସ ଆରମ୍ଭ କରାଯିବ ବୋଲି ସରକାର କହିଛନ୍ତି।
ରୋଟେସନ ଢାଞ୍ଚାରେ ନଭେମ୍ବର ୨ରୁ କଲେଜଗୁଡ଼ିକ ମଧ୍ୟ କାର୍ଯ୍ୟକ୍ଷମ ହେବ। ସ୍କୁଲ ଗୁଡ଼ିକ ଦିନେ ଛଡ଼ା ଦିନ ଓ ୩ଟି ପର୍ଯ୍ୟାୟରେ ଚାଲିବ। ଏଥିପାଇଁ ସ୍କୁଲ କର୍ତ୍ତୃପକ୍ଷ ସମସ୍ତ ପ୍ରକାରର ବ୍ୟବସ୍ଥା କରିବେ।
ପଢ଼ନ୍ତୁ: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୩୦୦ ଟପିଲା
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କୁଏତରେ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶା ଆସିବାକୁ ମୋଦିଙ୍କ ନିମନ୍ତ୍ରଣ
କୁଏତୀ ବନ୍ଧୁଙ୍କୁ ମଧ୍ୟ ସାଥିରେ ଆଣିବାକୁ ସେଠାକାର ପ୍ରବାସୀ ଭାରତୀୟଙ୍କୁ କହିଛନ୍ତି ମୋଦି। ଏହା ସହିତ ଓଡ଼ିଶା ଆସିଲେ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ମଧ୍ୟ ନେଇପାରିବେ ବୋଲି ସେ କହିଛନ୍ତି।
National
ଫଡ଼ନାଭିସ ରଖିଲେ ଗୃହ ବିଭାଗ, ଅଜିତ ପାୱାରଙ୍କୁ ମିଳିଲା ଅର୍ଥ
ଅର୍ଥ ଓ ଯୋଜନା ସହ ଅଜିତ ପାୱାରଙ୍କୁ ଅତିରିକ୍ତ ଭାବେ ରାଜ୍ୟ ଅବକାରୀ ବିଭାଗ ମଧ୍ୟ ମିଳିଛି।
National
ମୋହାଲିରେ ଭୁଶୁଡ଼ିଲା ତିନିତାଲା କୋଠା, ୭ରୁ ୮ ଜଣ ଫସିଥିବା ସନ୍ଦେହ
ଭୁଶୁଡ଼ି ଯାଇଥିବା କୋଠାର ସମସ୍ତ ମହଲାରେ ଚାଲିଥିଲା ଜିମ। ଜାରି ରହିଛି ଉଦ୍ଧାର କାର୍ଯ୍ୟ।
National
IPS ଗୌତମଙ୍କୁ ୮ ମାସର ଜେଲ ଦଣ୍ଡ ଦେଲେ ସିବିଆଇ କୋର୍ଟ
ସରକାରୀ ଓକିଲ ଦାଖଲ କରିଥିବା ପ୍ରମାଣକୁ ଦେଖିବା ପରେ ନିଃସନ୍ଦେହରେ କୁହାଯାଇ ପାରେ ଯେ ସମସ୍ତ ଅଭିଯୁକ୍ତ ଅପରାଧିକ ଷଡ଼ଯନ୍ତ୍ରରେ ସାମିଲ ରହିଛନ୍ତି।
National
ହୁଣ୍ଡିରେ ଖସି ପଡ଼ିଲା ଭକ୍ତଙ୍କ ଆଇ-ଫୋନ, ଭଗବାନଙ୍କ ସମ୍ପତ୍ତି କହି ରଖିଦେଲା ମନ୍ଦିର
ସେ ମନ୍ଦିରକୁ ଦାନ କରୁଥିବା ବେଳେ ଭୁଲ ବଶତଃ ତାଙ୍କ ପକେଟରେ ଥିବା ଆଇଫୋନଟି ହୁଣ୍ଡିରେ ପଡ଼ି ଯାଇଥିଲା।