Advertisment

ପ୍ୟାରିସରେ ଆତଙ୍କୀ ହମଲା ପରେ ଭାରତର ସମସ୍ତ ବିଦେଶୀ ଦୂତାବାସଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ସିରିଜ୍ ଆତଙ୍କବାଦୀ ହମଲା ପରେ ଭାରତରେ ଥିବା ବିଦେଶୀ ଦୂତାବାସଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସରକାର ସୁରକ୍ଷା ଏଜେନ୍ସୀଗୁଡ଼ିକୁ ନିର୍ଦ୍ଦେଶ ଜାରି କରିଛନ୍ତି। ନୂଆଦିଲ୍ଲୀରେ ଥିବା ବିଭିନ୍ନ ଏମ୍ବାସି ଓ ହାଇକମିଶନଗୁଡ଼ିକର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ବିଭିନ୍ନ ରାଜ୍ୟରେ ଥିବା କନସୁଲେଟ୍ ଗୁଡ଼ିକରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ମଜଭୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲଶ୍କର-ଇ-ତୋଇବା ଓ ଇଣ୍ଡିଆନ୍ ମୁଜାହିଦ୍ଦିନ ଭଳି ଆତଙ୍କୀ ସଂଗଠନଗୁଡ଼ିକ […]

author-image
Rakesh Mallick
ପ୍ୟାରିସରେ ଆତଙ୍କୀ ହମଲା ପରେ ଭାରତର ସମସ୍ତ ବିଦେଶୀ ଦୂତାବାସଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ନିର୍ଦ୍ଦେଶ

Home Ministry Office

ନୂଆଦିଲ୍ଲୀ: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ସିରିଜ୍ ଆତଙ୍କବାଦୀ ହମଲା ପରେ ଭାରତରେ ଥିବା ବିଦେଶୀ ଦୂତାବାସଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସରକାର ସୁରକ୍ଷା ଏଜେନ୍ସୀଗୁଡ଼ିକୁ ନିର୍ଦ୍ଦେଶ ଜାରି କରିଛନ୍ତି। ନୂଆଦିଲ୍ଲୀରେ ଥିବା ବିଭିନ୍ନ ଏମ୍ବାସି ଓ ହାଇକମିଶନଗୁଡ଼ିକର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ବିଭିନ୍ନ ରାଜ୍ୟରେ ଥିବା କନସୁଲେଟ୍ ଗୁଡ଼ିକରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ମଜଭୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଲଶ୍କର-ଇ-ତୋଇବା ଓ ଇଣ୍ଡିଆନ୍ ମୁଜାହିଦ୍ଦିନ ଭଳି ଆତଙ୍କୀ ସଂଗଠନଗୁଡ଼ିକ ଭାରତରେ ଥିବା ବିଦେଶୀ ଦୂତାବାସଗୁଡ଼ିକୁ ଟାର୍ଗେଟ୍ କରିବାକୁ ଯୋଜନା କରୁଥିବା ନେଇ ଗୁଇନ୍ଦା ସଂସ୍ଥାଗୁଡ଼ିକ ସୂଚନା ଦେବା ପରେ ସରକାର ଏହିଭଳି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

ଏହା ସହିତ ଦେଶର ସମସ୍ତ ବିମାନ ବନ୍ଦର, ରେଳ ଷ୍ଟେସନ୍, ବସ୍ ଟର୍ମିନାଲ୍, ଧାର୍ମିକ ପୀଠ ଓ ବଡ଼ ବଡ଼ ମାର୍କେଟଗୁଡ଼ିକରେ ମଧ୍ୟ କଡ଼ା ନଜର ରଖିବାକୁ କୁହାଯାଇଛି।

Advertisment

ସୂଚନାଯୋଗ୍ୟ, ପ୍ୟାରିସରେ ସିରିଜ୍ ଆକ୍ରମଣରେ ୧୪୦ ଲୋକଙ୍କ ମୃତ୍ୟୁ ଘଟିଛି। ୮ ଜଣ ଆତଙ୍କୀ ମଧ୍ୟ ନିହତ ହୋଇଛନ୍ତି। ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି।