Advertisment

ପୁଣି ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ: ଖସିଗଲା ଦୁର୍ଦ୍ଦାନ୍ତ ନାଭେଦ

ଜମ୍ମୁ : ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଆଜି ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଅନନ୍ତନାଗରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ କୁଖ୍ୟାତ ଆତଙ୍କବାଦୀ ନାଭେଦ ଜୁଟ ଅଳ୍ପକେ ଖସିଯାଇଛି। ସେପଟେ ସୁରକ୍ଷାକର୍ମୀଙ୍କ ଅପରେସନକୁ ସ୍ଥାନୀୟ ଲୋକମାନେ କଡ଼ା ବିରୋଧ କରିଥିଲେ। ଏପରିକି ସେମାନେ ଉତ୍ତ୍ୟକ୍ତ ହୋଇ ପୁଲିସ ଉପରକୁ ଟେକାପଥର ମାଡ଼ କରିଥିଲେ । ଅନନ୍ତନାଗ ଅଞ୍ଚଳରେ ‌ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ଅପରେସନ୍ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀମାନେ ପୂରା ଏରିଆକୁ କର୍ଡନ […]

ପୁଣି ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ: ଖସିଗଲା ଦୁର୍ଦ୍ଦାନ୍ତ ନାଭେଦ

nnnn

Advertisment

ଜମ୍ମୁ : ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଆଜି ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଅନନ୍ତନାଗରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ କୁଖ୍ୟାତ ଆତଙ୍କବାଦୀ ନାଭେଦ ଜୁଟ ଅଳ୍ପକେ ଖସିଯାଇଛି। ସେପଟେ ସୁରକ୍ଷାକର୍ମୀଙ୍କ ଅପରେସନକୁ ସ୍ଥାନୀୟ ଲୋକମାନେ କଡ଼ା ବିରୋଧ କରିଥିଲେ। ଏପରିକି ସେମାନେ ଉତ୍ତ୍ୟକ୍ତ ହୋଇ ପୁଲିସ ଉପରକୁ ଟେକାପଥର ମାଡ଼ କରିଥିଲେ ।

Advertisment

ଅନନ୍ତନାଗ ଅଞ୍ଚଳରେ ‌ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ଅପରେସନ୍ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀମାନେ ପୂରା ଏରିଆକୁ କର୍ଡନ କରି ଆରମ୍ଭ କରିଥିଲେ ଛାନଭିନ୍। ଆତ୍ମସମର୍ପଣ ପାଇଁ କୁହାଯାଇଥିଲେ ମଧ୍ୟ ଆତଙ୍କବାଦୀମାନେ ପାଲଟା ଗୁଳିମାଡ଼ କରିଥିଲେ। ଏଥିରେ ଲସ୍କର ଏ ତାଇବା ଆତଙ୍କବାଦୀ ଆସିଫ ମାଲିକ ନିହତ ହୋଇଛି। ଅନ୍ୟପକ୍ଷରେ ଆଉ ଜଣେ କୁଖ୍ୟାତ ଆତଙ୍କବାଦୀ ନାଭେଦ ଜୁଟ୍ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଫେରାର ହେବାରେ ସଫଳ ହୋଇଛି।

ତେବେ ନାଭେଦ ଗୁଳିମାଡ଼ରେ ଆହତ ହୋଇଥିବା ସନ୍ଦେହ କରାଯାଉଛି। ସୂଚନାଯୋଗ୍ୟ, ଗତ ଦୁଇ ସପ୍ତାହ ମଧ୍ୟରେ ନାଭେଦ୍ ଦୁଇ ଦୁଇଥର ଏଙକାଉଣ୍ଟର ସ୍ଥଳରୁ ଖସି ଯିବାରେ ସକ୍ଷମ ହୋଇଛି।

Advertisment

ଗତ ଜୁନ୍‌ ମାସରେ 'ରାଇଜିଂ କାଶ୍ମୀର' ଖବର କାଗଜର ମୁଖ୍ୟ ସମ୍ପାଦକ ସୁଜାତ ବୁଖାରୀ ହତ୍ୟାକାଣ୍ଡରେ ସେ ସାମିଲ ଥିଲା। ଗିରଫ ହେବା ପରେ ସେ ଶ୍ରୀନଗରର ମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହୋଇ ଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe