Advertisment

୨୫୦ ଟଙ୍କାରେ ମିଳିବ କରୋନା ଟିକା!

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ କମ୍ପାନୀ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କେନ୍ଦ୍ର ସରକାର ସହିତ ଏକ ଚୁକ୍ତି କରିବାକୁ ଯାଉଛି। ଏହି ଚୁକ୍ତି ଅନୁଯାୟୀ କୋଭିଶିଲ୍ଡ ଟିକାର ମୂଲ୍ୟ ୨୫୦ ଟଙ୍କା ରହିବ ବୋଲି ସମ୍ଭାବନା ରହିଛି। ମଙ୍ଗଳବାର ବିଜନେସ୍ ଷ୍ଟାଣ୍ଡାର୍ଡ ଏହି ରିପୋର୍ଟ ପ୍ରକାଶ କରିଛି। ଯଦି ଏହି ରିପୋର୍ଟ ସତ ହୁୁଏ ତାହେଲେ ଦେଶବାସୀଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତିକର ଖବର ହେବ। କାରଣ ଏଯାବତ ଯେଉଁସବୁ ଟିକା ବ୍ୟବହାର […]

ଅଦ୍ୟତନ ହୋଇଛି
୨୫୦ ଟଙ୍କାରେ ମିଳିବ କରୋନା ଟିକା!

ceo-of-serum-institute

Advertisment

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ କମ୍ପାନୀ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କେନ୍ଦ୍ର ସରକାର ସହିତ ଏକ ଚୁକ୍ତି କରିବାକୁ ଯାଉଛି। ଏହି ଚୁକ୍ତି ଅନୁଯାୟୀ କୋଭିଶିଲ୍ଡ ଟିକାର ମୂଲ୍ୟ ୨୫୦ ଟଙ୍କା ରହିବ ବୋଲି ସମ୍ଭାବନା ରହିଛି। ମଙ୍ଗଳବାର ବିଜନେସ୍ ଷ୍ଟାଣ୍ଡାର୍ଡ ଏହି ରିପୋର୍ଟ ପ୍ରକାଶ କରିଛି। ଯଦି ଏହି ରିପୋର୍ଟ ସତ ହୁୁଏ ତାହେଲେ ଦେଶବାସୀଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତିକର ଖବର ହେବ। କାରଣ ଏଯାବତ ଯେଉଁସବୁ ଟିକା ବ୍ୟବହାର ହେବ ବୋଲି ସମ୍ଭାବନା ରହିଛି ସେସବୁର ଦାମ ହଜାରେ ଟଙ୍କା ଉପରେ ରହିଛି।

Advertisment

ସିରମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଦାର ପୁନାୱାଲା ପୂର୍ବରୁ କହିଥିଲେ ଯେ ଏହି ଟିକା ଭାରତର ଘରୋଇ ବଜାରରେ ପ୍ରତି ଡୋଜର ଦାମ ୧୦୦୦ ଟଙ୍କା ହେବ। ଯୋଗାଣ ଚୁକ୍ତି ସ୍ୱାକ୍ଷର କରୁଥିବା ସରକାରମାନେ ଅଧିକ ଟିକା କିଣୁଥିବାରୁ ଏହା କମ୍ ଦାମରେ ଦେଶବାସୀଙ୍କୁ ମିଳିବ ବୋଲି ଜଣାପଡ଼ିଛି। ସିରମ୍ ପୂର୍ବରୁ ଅନେକ ଟିକା ପ୍ରସ୍ତୁତ କରିଛି। କମ୍ ଦାମରେ ଟିକା ଉପଲବ୍ଧ କରାଇବାରେ ସିରମର ରେକର୍ଡ ରହିଛି।

ପୁନାୱାଲା କହିଥିଲେ ଯେ ସିରମ୍ ପ୍ରଥମେ ଅନ୍ୟ ଦେଶକୁ ଟିକା ବାଣ୍ଟିବା ପୂର୍ବରୁ ଭାରତୀୟଙ୍କୁ ଏହି ଟିକା ଯୋଗାଇବା ଉପରେ ଧ୍ୟାନ ଦେବ।

Advertisment

କରୋନାକୁ ରୋକିବା ପାଇଁ ଟିକା ନେବାପରେ ଏହି ଘାତକ ଭାଇରସ ଅନ୍ୟ ଜଣଙ୍କ ପାଖକୁ ଏହା ସଂକ୍ରମିତ ହେବନାହିଁ। ଏମିତିକି ଟିକା ନେବା ପରେ ହସ୍ପିଟାଲ ଯିବାର ଆବଶ୍ୟକତା ନାହିଁ। କରୋନା ଟିକା ପ୍ରସ୍ତୁତ କରୁଥିବା ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାଓ୍ୱାଲା କହିଥିଲେ।

କୋଭିଶିଲ୍ଡ ଟିକା ନେବା ପରେ ମୃତ୍ୟୁ ହାର କମିବ। ହସ୍ପିଟାଲ ଯିବା ସଂଖ୍ୟା ଶୂନ ପ୍ରତିଶତ ହେବାର ସମ୍ଭାବନା ରହିଛି। ସେହିପରି ଭାଇରସର ପ୍ରଭାବ ୬୦ ପ୍ରତିଶତ ପ୍ରଭାବୀ ହେବ। କୋଭିଶିଲ୍ଡର ପରୀକ୍ଷା ହେବା ବେଳେ ଏହି ସବୁ ପରିଣାମ ଆସିଛି ବୋଲି କମ୍ପାନୀର ସିଇଓ କହିଛନ୍ତି।

ପୁନାୱାଲା ଆହୁରି କହିଛନ୍ତି ଯେ ସରକାର କେତେ ଡୋଜ କିଣିବେ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ହେଲେ ୨୦୨୧ ଜୁଲାଇ ସୁଦ୍ଧା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ୩୦୦ ରୁ ୪୦୦ ନିୟୁତ ଡୋଜ ତିଆରି ନେଇ ବିଚାର ଚାଲୁଥିବା ଜଣାପଡିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe