Advertisment

ପ୍ରେମିକାକୁ ଖୁସି କରିବାକୁ ଚୋରି କରୁଥିଲେ ମୋବାଇଲ୍‌ ଓ ବାଇକ୍‌

ନୂଆଦିଲ୍ଲୀ: ‘ପ୍ୟାରେ କେଲିଏ କୁଛଭି କରେଗା’। ହିନ୍ଦୀରେ ଏହି ଆପ୍ତବାକ୍ୟଟି ଆପଣ ଶୁଣିଥିବେ ନିଶ୍ଚୟ। ବାସ୍ତବରେ ପ୍ରେମ ଏପରି ଏକ ନାମ, ଯେଉଁଥିପାଇଁ ମଣିଷ କିଛି ବି କରିପାରେ। ଯେକୌଣସି ସ୍ତରକୁ ମଧ୍ୟ ଯାଇପାରେ। ପ୍ରତିଦିନ ଖବରକାଗଜ କିମ୍ୱା ଟିଭିରେ ଆପଣ ପ୍ରେମ ପାଇଁ ହେଉଥିବା ଅପରାଧଗୁଡିକ ସମ୍ପର୍କରେ ଜାଣିପାରୁଥିବେ। ଆଜି ବି ସେମିତି କିଛି ଘଟଣା ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଶୀର୍ଷକଟି ପଢ଼ି ସାରିବା ପରେ ଆପଣଙ୍କୁ ନିଶ୍ଚୟ ଅଜବ ଲାଗୁଥିବ। ହେଲେ […]

ଅଦ୍ୟତନ ହୋଇଛି
ପ୍ରେମିକାକୁ ଖୁସି କରିବାକୁ ଚୋରି କରୁଥିଲେ ମୋବାଇଲ୍‌ ଓ ବାଇକ୍‌

ee

Advertisment

ନୂଆଦିଲ୍ଲୀ: ‘ପ୍ୟାରେ କେଲିଏ କୁଛଭି କରେଗା’। ହିନ୍ଦୀରେ ଏହି ଆପ୍ତବାକ୍ୟଟି ଆପଣ ଶୁଣିଥିବେ ନିଶ୍ଚୟ। ବାସ୍ତବରେ ପ୍ରେମ ଏପରି ଏକ ନାମ, ଯେଉଁଥିପାଇଁ ମଣିଷ କିଛି ବି କରିପାରେ। ଯେକୌଣସି ସ୍ତରକୁ ମଧ୍ୟ ଯାଇପାରେ। ପ୍ରତିଦିନ ଖବରକାଗଜ କିମ୍ୱା ଟିଭିରେ ଆପଣ ପ୍ରେମ ପାଇଁ ହେଉଥିବା ଅପରାଧଗୁଡିକ ସମ୍ପର୍କରେ ଜାଣିପାରୁଥିବେ। ଆଜି ବି ସେମିତି କିଛି ଘଟଣା ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ।

Advertisment

ଶୀର୍ଷକଟି ପଢ଼ି ସାରିବା ପରେ ଆପଣଙ୍କୁ ନିଶ୍ଚୟ ଅଜବ ଲାଗୁଥିବ। ହେଲେ ଘଟଣାଟି ସତ। ପ୍ରେମିକ ଯିଏ ନିଜ ପ୍ରେମିକାଙ୍କୁ ଇମ୍ପ୍ରେସ୍‌ କରିବା ପାଇଁ ଦାମି ମୋବାଇଲ୍‌ ଫୋନ୍‌ ଓ ବାଇକ୍‌ ଚୋରି କରି ଧରାପଡିଛନ୍ତି। ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ଏମିତି କାଣ୍ଡ କରି ଜଣେ ନୁହେଁ ବରଂ ୭ ଜଣ ପ୍ରେମିକ ଧରା ପଡିଛନ୍ତି।

ଦିଲ୍ଲୀ ପୁଲିସ୍‌ ସେମାନଙ୍କୁ ଧରିବାରେ ସଫଳ ହୋଇଛି। ଏହି ସାତ ଯୁବକ ହେଉଛନ୍ତି ଇମ୍‌ରାନ୍‌(୨୫), ବିକାଶ(୨୩), ନିତିନ୍‌(୨୨), ନାସିମ୍‌(୩୭), ନବୀନ୍‌(୨୬), ଧର୍ମେନ୍ଦ୍ର(୨୨), ଧିରଜ୍‌(୨୫)।

Advertisment

ଏମାନଙ୍କଠାରୁ ପୁଲିସ୍‌ ୬ଟି ଦାମୀ ମୋଟର୍‌ ସାଇକେଲ୍‌, ଦୁଇଟି ସ୍କୁଟର୍‌, ୨୮ଟି ମୋବାଇଲ୍‌ ଜବତ କରିଛି। ଏହା ସହିତ ସେମାନଙ୍କ ଉପରେ ୪୪ଟି ମାମଲା ଦାୟର୍‌ କରିଛି। ଗୁରୁବାର ଏହି ପ୍ରେମିକ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍‌ ହୋଇଛି। ଦିଲ୍ଲୀର ପିରଗ୍ରାହୀ ମେଟ୍ରୋ ଷ୍ଟେସନ୍‌ରୁ ବାଇକ୍‌ ଚୋରି କରୁଥିବା ବେଳେ ପୁଲିସ୍‌ ସେମାନଙ୍କ ମଧ୍ୟରୁ ଜଣକୁ ଧରିବାରେ ସଫଳ ହୋଇଥିଲା। ପରେ ୭ ଜଣଜାକ ଧରା ପଡ଼ିଥିଲେ। ଚୋରିର କାରଣ ଜାଣିବା ପରେ ପୁଲିସ୍‌ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା।

ନିଜ ନିଜ ପ୍ରେମିକାଙ୍କୁ ଇମ୍ପ୍ରେସ୍‌ କରି ନୂଆବର୍ଷରେ ଦିଲ୍ଲୀ ବାହାରକୁ ଯାଇ ସେଲିବ୍ରେସନ୍‌ କରିବା ଉଦ୍ଦେଶ୍ୟରେ ସେମାନେ ଏହି ହୀନ କାମ କରୁଥିଲେ। ଏହି ଗ୍ୟାଙ୍ଗର ସଦସ୍ୟମାନେ ବିଭିନ୍ନ ବସ୍‌ ଷ୍ଟାଣ୍ଡ୍‌, ଜନଗହଳିପୂର୍ଣ୍ଣ ସ୍ଥାନ ଓ ରେଲ୍‌ୱେ ଷ୍ଟେସନ୍‌ରୁ ମୋବାଇଲ୍‌ ଓ ବାଇକ୍‌ ଚୋରି କରି ଆଣୁଥିଲେ ବୋଲି ସ୍ୱୀକାର କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe