Advertisment

ଅନୁରାଗ କଶ୍ୟପଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ

ମୁମ୍ୱାଇ: ବଲିଉଡ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ଅଡ଼ୁଆ ବଢ଼ିଛି। ବିଭିନ୍ନ ପ୍ରସଙ୍ଗରେ ମତ ରଖି ଚର୍ଚ୍ଚାରେ ରହୁଥୁବା ଏହି ସିନେମା ନିର୍ମାତାଙ୍କ ନାମରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ। ଏଭଳି ଅଭିଯୋଗ ଜଣେ ଅଭିନେତ୍ରୀ କରିଛନ୍ତି। ପାୟଲ ଘୋଷ ନାମକ ଜଣେ ଅଭିନେତ୍ରୀ ଅନୁରାଗ କଶ୍ୟପଙ୍କୁ ନିଜ ଟ୍ୱିଟରେ ଟ୍ୟାଗ୍ କରି ତାଙ୍କୁ ବାଧ୍ୟ କରିଥିବା ଅଭିଯୋଗ କରିଛନ୍ତି। ଏହା ପରେ ସେ ତାଙ୍କ ସୁରକ୍ଷା ପାଇଁ ମଧ୍ୟ ମାଗିଛନ୍ତି। ପାୟଲ ଟ୍ୱିଟ୍ କରି କହିଛନ୍ତି ଯେ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଅନୁରାଗ କଶ୍ୟପଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ

anurag kashyap

ମୁମ୍ୱାଇ: ବଲିଉଡ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ଅଡ଼ୁଆ ବଢ଼ିଛି। ବିଭିନ୍ନ ପ୍ରସଙ୍ଗରେ ମତ ରଖି ଚର୍ଚ୍ଚାରେ ରହୁଥୁବା ଏହି ସିନେମା ନିର୍ମାତାଙ୍କ ନାମରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ। ଏଭଳି ଅଭିଯୋଗ ଜଣେ ଅଭିନେତ୍ରୀ କରିଛନ୍ତି। ପାୟଲ ଘୋଷ ନାମକ ଜଣେ ଅଭିନେତ୍ରୀ ଅନୁରାଗ କଶ୍ୟପଙ୍କୁ ନିଜ ଟ୍ୱିଟରେ ଟ୍ୟାଗ୍ କରି ତାଙ୍କୁ ବାଧ୍ୟ କରିଥିବା ଅଭିଯୋଗ କରିଛନ୍ତି। ଏହା ପରେ ସେ ତାଙ୍କ ସୁରକ୍ଷା ପାଇଁ ମଧ୍ୟ ମାଗିଛନ୍ତି।

Advertisment

ପାୟଲ ଟ୍ୱିଟ୍ କରି କହିଛନ୍ତି ଯେ ଅନୁରାଗ କଶ୍ୟପ ମୋତେ ବାଧ୍ୟ କରି ଖରାପ ବ୍ୟବହାର କରିଥିଲେ। ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପିଏମଓଙ୍କୁ ଟ୍ୟାଗ କରି ପାୟଲ ସୁରକ୍ଷା ଦାବି କରିଛନ୍ତି। ପାୟଲ ତାଙ୍କ ଟ୍ୱିଟରେ ଆହୁରି ଲେଖିଛନ୍ତି, ଦୟାକରି ଏହି କ୍ରିଏଟିଭ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଆଉ ଦୁନିଆକୁ ଏହି ବ୍ୟାକ୍ତିଙ୍କର ଅସଲ ଚେହେରା ଦେଖାନ୍ତୁ ବୋଲି ପାୟଲ ଟ୍ୱି୍ଟ୍ କରିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ପାୟଲ ସୁରକ୍ଷା ମାଗିଛନ୍ତି।

https://twitter.com/iampayalghosh/status/1307307613248462848

ଏହି ଟ୍ୱିଟ୍ ପରେ ଜାତୀୟ ମହିଳା କମିଶନର ଅଧ୍ୟକ୍ଷ ପାୟଲଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ରେଖା ଶର୍ମା ସମସ୍ତ ଅଭିଯୋଗକୁ ଇ--ମେଲ ଜରିଆରେ ପଠାଇବା ପାଇଁ ଲେଖିଛନ୍ତି। ପାୟଲଙ୍କ ଟ୍ୱିଟ ପରେ କଙ୍ଗନା ସମେତ ରାଜନୀତି ଏବଂ ବଲିଉଡରୁ ଅନେକ ଲୋକ ଅନୁରାଗଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି।

Advertisment

https://twitter.com/sharmarekha/status/1307341205878042628

https://twitter.com/KanganaTeam/status/1307348316519149571?ref_src=twsrc%5Etfw

ନିକଟରେ ବଲିଉଡ ଡ୍ରଗ୍ସ ବିବାଦକୁ ନେଇ ଅନୁରାଗ କଶ୍ୟପ ଅନେକ ଟ୍ୱିଟ୍ କରିଥିଲେ। କଙ୍ଗନାଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ଏହାବାଦ୍ ରିଆ ଚକ୍ରବର୍ତ୍ତୀଙ୍କ ସମର୍ଥନରେ ଅନେକ ଟ୍ୱିଟ୍ କରିଥିଲେ। ଏବେ କିନ୍ତୁ ଅନୁରାଗ ଏହି ପ୍ରସଙ୍ଗରେ ନିରବ ରହିଛନ୍ତି। ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଅନେକ ପୋଷ୍ଟ କରିଛନ୍ତି। ହେଲେ ଏହାର ଜବାବ ସେ ରଖି ନାହାନ୍ତି।

ତେଣେ ବିଜେପି ନେତା କପିଲ ମିଶ୍ରା ଟ୍ୱିଟ୍ କରି କହିଛନ୍ତି, ଯିଏ ଆତଙ୍କବାଦୀ ଉମର ଖାଲିଦକୁ ସମର୍ଥନ କରୁଥିଲା ସେ ଆଜି ବଳାତ୍କାରୀ ପାଲଟିଯାଇଛି।

https://twitter.com/KapilMishra_IND/status/1307361028338925568