sabana
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଶବାନା ଆଜ୍ମୀ ସୋଶାଲ ମିଡିଆରେ ଭିନ୍ନ ଢ଼ଙ୍ଗରେ ନିଜର ରାୟ ରଖିଥାନ୍ତି। ଅନେକ ସମୟରେ ସେ ସରକାରଙ୍କର ବିଭିନ୍ନ ନିଷ୍ପତ୍ତି ନେଇ ମଧ୍ୟ ଟ୍ୱିଟ୍ କରି ଚର୍ଚ୍ଚାରେ ରହିଥାନ୍ତି।
ନିକଟରେ ଶବାନା ସୋଶାଲ ମିଡିଆରେ ଏକ ଟ୍ୱିଟ୍ କରି ଜଣାଇଛନ୍ତି ଯେ, ତାଙ୍କ ପିତା କୈଫି ଆଜମୀ କେଉଁ କାରଣରୁ ପଦ୍ମଶ୍ରୀ ଫେରାଇ ଦେଇଥିଲେ। ଏହି ଟ୍ୱିଟ୍ ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି।
ଶବାନାଙ୍କ ପିତା କୈଫ୍ ଆଜମୀ ଜଣେ ଲୋକପ୍ରିୟ ଶାୟର୍ ଥିଲେ। ଶବାନା ଟ୍ୱିଟ୍ କରି ଲେଖିଛନ୍ତି, ‘ମୁଁ ଲୋକଙ୍କୁ ମନେ ପକାଇ ଦେବାକୁ ଚାହୁଁଛି ଯେ, କେନ୍ଦ୍ରରେ କଂଗ୍ରେସ ସରକାର ଥିବା ସମୟରେ ମୋର ପିତା ପଦ୍ମଶ୍ରୀ ଫେରାଇ ଦେଇଥିଲେ। ସେ ସମୟରେ ଉତ୍ତରପ୍ରଦେଶର ଜଣେ ମନ୍ତ୍ରୀଙ୍କ ମନ୍ତବ୍ୟକୁ ସେ ବିରୋଧ କରିଥିଲେ। ମନ୍ତ୍ରୀ ଜଣକ କହିଥିଲେ ଯେ ଉର୍ଦ୍ଦୁ ଭାଷାକୁ ଦ୍ୱିତୀୟ ଭାଷାର ମାନ୍ୟତା ଦେବାକୁ ଦାବି କରୁଥିବା ଲୋକଙ୍କ ମୁହଁ କଳା କରି ତାଙ୍କୁ ଗଧ ଉପରେ ବସାଇ ପରେଡ୍ କରାଇବା ଉଚିତ୍।’ ଉକ୍ତ ମନ୍ତ୍ରୀଙ୍କୁ ସେତେବେଳେ କଂଗ୍ରେସ ସରକାର ସୁରକ୍ଷା ଯୋଗାଇଥିଲା। ଏଥିପାଇଁ ମୋର ପିତା ପଦ୍ମଶ୍ରୀ ଫେରାଇ ଦେଇଥିଲେ। ’
ଶବାନା ଏହା ପୂର୍ବରୁ ମଧ୍ୟ ଏକ ଟ୍ୱିଟ୍ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ, “ମୋର ଗୋଟିଏ ଟିପ୍ପଣୀକୁ ନେଇ ଏତେ ହଙ୍ଗାମା କାହିଁକି ହେଉଛି ? ମୋତେ ଜଣାନଥିଲା ଯେ, ଦକ୍ଷିଣପନ୍ଥୀଙ୍କ ନଜରରେ ମୋର ଟିପ୍ପଣୀ ଏତେ ଗୁରୁତ୍ୱ ରଖେ। ମୁସଲିମ୍ ମୌଲାନାମାନେ ସେହି ସମୟରେ ମୋ ବିରୋଧରେ ଫତୱା ଜାରି କରିଥିଲେ, ଯେଉଁ ସମୟରେ ମୁଁ ଦୀପା ମେହତାଙ୍କ ଫିଲ୍ମ ‘ୱାଟର୍’ ପାଇଁ ମୋ ମୁଣ୍ଡରୁ କେଶ ହଟାଇଥିଲି। “
ଏହିପରି ତାଙ୍କୁ ଟ୍ରୋଲ୍ କରୁଥିବା ୟୁଜର୍ସଙ୍କୁ ଶବାନା ସୋଶାଲ ମିଡିଆରେ କଡ଼ା ଜବାବ ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/07/sabana.jpg)