Advertisment

କମିଲା ଶାହାରୁଖ ଓ ଅମୀରଙ୍କ ସୁରକ୍ଷା ବ୍ୟବସ୍ଥା

ମୁମ୍ବାଇ: ଶାହାରୁଖ ଖାଁ ଓ ଅମୀର ଖାଁଙ୍କ ସୁରକ୍ଷା ବ୍ୟବସ୍ଥାକୁ କମାଇ ଦିଆଯାଇଛି। ଦେଶରେ ଅସହିଷ୍ଣୁତା ବୃଦ୍ଧି ପାଉଥିବା ପ୍ରସଙ୍ଗରେ ଏହି ଦୁଇ ଷ୍ଟାରଙ୍କ ମତମତା ଆସିବା ପରେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିଲା। ଅମୀରଙ୍କ ମନ୍ତବ୍ୟକୁ ନେଇ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଥିଲା। ମୁମ୍ବାଇ ପୋଲିସର କହିବା ଅନୁଯାୟୀ ଏବେ ଏହି ଦୁଇ ଷ୍ଟାରଙ୍କ ପ୍ରତି କୌଣସି ବିପଦ ନାହିଁ। ତେଣୁ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ କରି ଦିଆଯାଇଛି। ଏବେ କେବଳ […]

କମିଲା ଶାହାରୁଖ ଓ ଅମୀରଙ୍କ ସୁରକ୍ଷା ବ୍ୟବସ୍ଥା

amir-shahrukh

Advertisment

ମୁମ୍ବାଇ: ଶାହାରୁଖ ଖାଁ ଓ ଅମୀର ଖାଁଙ୍କ ସୁରକ୍ଷା ବ୍ୟବସ୍ଥାକୁ କମାଇ ଦିଆଯାଇଛି। ଦେଶରେ ଅସହିଷ୍ଣୁତା ବୃଦ୍ଧି ପାଉଥିବା ପ୍ରସଙ୍ଗରେ ଏହି ଦୁଇ ଷ୍ଟାରଙ୍କ ମତମତା ଆସିବା ପରେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିଲା। ଅମୀରଙ୍କ ମନ୍ତବ୍ୟକୁ ନେଇ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଥିଲା। ମୁମ୍ବାଇ ପୋଲିସର କହିବା ଅନୁଯାୟୀ ଏବେ ଏହି ଦୁଇ ଷ୍ଟାରଙ୍କ ପ୍ରତି କୌଣସି ବିପଦ ନାହିଁ। ତେଣୁ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ କରି ଦିଆଯାଇଛି। ଏବେ କେବଳ ଦୁଇ ଜଣ ଲେଖାଏଁ ସଶସ୍ତ୍ର ସୁରକ୍ଷା କର୍ମଚାରୀ ସେମାନଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ। ମିଳିଥିବା ସୂଚନା ଅନୁଯାୟୀ ଶାହାରୁଖ ନିଜ ଆଡୁ ସୁରକ୍ଷା ବ୍ୟବସ୍ଥା କମ୍ କରିବାକୁ ପ୍ରସ୍ତାବ ଦେଇଥିଲେ।

Advertisment

ଶାହାରୁଖ ଓ ଅମୀରଙ୍କ ସମେତ ଆଉ ୪୦ ଜଣ ବଲିଉଡ୍ କଳାକାରଙ୍କ ସୁରକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ କରାଯାଇଛି। ମୁମ୍ବାଇ ପୋଲିସ୍ କହିଛି, ପୂର୍ବରୁ ୪୦ ଜଣ ବଲିଉଡ୍ କଳାକାରଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଥିଲା। ଏବେ ଏହାକୁ ୧୫କୁ ହ୍ରାସ କରି ଦିଆଯାଇଛି। ଅନ୍ୟମାନଙ୍କଠାରୁ ସୁରକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ହଟାଇ ଦିଆଯାଇଛି। କେବଳ ଧମକ ପାଇଥିବା ୧୫ କଳାକାରଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ। ବିଧୂ ବିନୋଦ ଚୋପ୍ରା, ରାଜ କୁମାର ହୀରାନି, ଫରାହ ଖାନ୍, କରୀମ ମୋରାନୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ହଟାଇ ଦିଆଯାଇଥିବା ବେଳେ ଅମିତାଭ ବଚ୍ଚନ, ମହେଶ ଭଟ୍ଟ, ମୁକେଶ ଭଟ୍ଟ, ଦିଲ୍ଲୀପ କୁମାର, ଲତା ମଙ୍ଗେସକର ଓ ଅକ୍ଷୟ କୁମାରଙ୍କ ସୁରକ୍ଷା ବ୍ୟବସ୍ଥା ଜାରି ରହିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe