Advertisment

ଶରିଫ୍ ଇସମାଇଲ୍ ଇଜିପ୍ଟର ନୂଆ ପ୍ରଧାନମନ୍ତ୍ରୀ

କାଏରୋ: ଇଜିପ୍ଟର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶନିବାର ଶପଥ ନେଇଛନ୍ତି ଶରିଫ୍ ଇସମାଇଲ୍। ରାଷ୍ଟ୍ରପତି ଅବଦେଲ-ଫତାହ ଇଲ୍ ଶିଶି ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ପୂର୍ବରୁ ସେ ଇଜିପ୍ଟରର ତୈଳ ମନ୍ତ୍ରୀ ଥିଲେ। ସପ୍ତାହେ ତଳ ଦୁର୍ନୀତି ଅଭିଯୋଗରେ ପୂର୍ବ କ୍ୟାବିନେଟ ଇସ୍ତଫା ଦେବା ପରେ ଆଜି ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ଦ୍ୱାରା ଗଠିତ ନୂଆ କ୍ୟାବିନେଟରେ ୧୫ ଜଣ ନୂଆ ମୁହଁଙ୍କୁ ସାମିଲ କରିଛନ୍ତି। ସେପ୍ଟେମ୍ବର ୧୨ ତାରିଖରେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଶରିଫ୍ ଇସମାଇଲ୍ ଇଜିପ୍ଟର ନୂଆ ପ୍ରଧାନମନ୍ତ୍ରୀ

sherif-ismail

କାଏରୋ: ଇଜିପ୍ଟର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶନିବାର ଶପଥ ନେଇଛନ୍ତି ଶରିଫ୍ ଇସମାଇଲ୍। ରାଷ୍ଟ୍ରପତି ଅବଦେଲ-ଫତାହ ଇଲ୍ ଶିଶି ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ପୂର୍ବରୁ ସେ ଇଜିପ୍ଟରର ତୈଳ ମନ୍ତ୍ରୀ ଥିଲେ। ସପ୍ତାହେ ତଳ ଦୁର୍ନୀତି ଅଭିଯୋଗରେ ପୂର୍ବ କ୍ୟାବିନେଟ ଇସ୍ତଫା ଦେବା ପରେ ଆଜି ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ଦ୍ୱାରା ଗଠିତ ନୂଆ କ୍ୟାବିନେଟରେ ୧୫ ଜଣ ନୂଆ ମୁହଁଙ୍କୁ ସାମିଲ କରିଛନ୍ତି।

Advertisment

ସେପ୍ଟେମ୍ବର ୧୨ ତାରିଖରେ ରାଷ୍ଟ୍ରପତି ଶିଶି ପୂର୍ବତନ ପ୍ରଧାନମନ୍ତ୍ରୀ ଇବ୍ରାହିମ୍ ମେହଲେବଙ୍କ ଇସ୍ତଫା ଗ୍ରହଣ କରିଥିଲେ। ଦୁର୍ନୀତି ଅଭିଯୋଗରେ କୃଷି ମନ୍ତ୍ରୀ ସାଲାହ ହେଲାଲ ଗିରଫ ହେବା ପରେ ସେ ଇସ୍ତଫା ଦେଇଥିଲେ। ଫଳରେ କ୍ୟାବିନେଟ୍ ଭାଙ୍ଗି ଯାଇଥିଲା।

ଗତବର୍ଷ ରାଷ୍ଟ୍ରପତି ଶିଶି ନିର୍ବାଚନ ଜିତିବା ପରେ ଏହା ହେଉଛି ବଡ଼ ଧରଣର ଅଦଳବଦଳ।