Advertisment

'ପୁଟିନ୍ ଦେବେ କି କରୋନା ଟିକା?'

ମୁମ୍ବାଇ: ବିହାର ବିଧାନସଭା ନିର୍ବାଚନ ତାତି ଜୋର୍ ଧରିଛି। ଜନତାଙ୍କ ଭୋଟ୍ ହାତେଇବାକୁ ବିଜେପି ଆଉ ପାଦେ ଉତ୍ସାହିତ ହୋଇ କରୋନା ଟିକା ଆସିବା ପରେ ସମ୍ପୂର୍ଣ୍ଣ ବିହାରରେ ମାଗଣା ବଣ୍ଟନ କରିବାକୁ ପ୍ରତିଶ୍ରୁତି ଦେଇଛି। ଏହା ପରେ ବିହାର ରାଜନୀତି ତାତି ରାଜ୍ୟ ସୀମା ଟପି ସାରା ଦେଶକୁ ବ୍ୟାପିଛି। ବିରୋଧୀ ଏହାକୁ ନେଇ ବିଜେପିକୁ ଟାର୍ଗେଟ୍ କରୁଛନ୍ତି। ଶିବସେନା ମୁଖପତ୍ର ‘ସାମ୍ନା’ରେ ବିଜେପିକୁ କଡ଼ା ସମାଲୋଚନା ମଧ୍ୟ କରାଯାଇଛି। ସାମ୍ନା ଜରିଆରେ ଶିବସେନା କହିଛି […]

'ପୁଟିନ୍ ଦେବେ କି କରୋନା ଟିକା?'

VACCINE

Advertisment

ମୁମ୍ବାଇ: ବିହାର ବିଧାନସଭା ନିର୍ବାଚନ ତାତି ଜୋର୍ ଧରିଛି। ଜନତାଙ୍କ ଭୋଟ୍ ହାତେଇବାକୁ ବିଜେପି ଆଉ ପାଦେ ଉତ୍ସାହିତ ହୋଇ କରୋନା ଟିକା ଆସିବା ପରେ ସମ୍ପୂର୍ଣ୍ଣ ବିହାରରେ ମାଗଣା ବଣ୍ଟନ କରିବାକୁ ପ୍ରତିଶ୍ରୁତି ଦେଇଛି। ଏହା ପରେ ବିହାର ରାଜନୀତି ତାତି ରାଜ୍ୟ ସୀମା ଟପି ସାରା ଦେଶକୁ ବ୍ୟାପିଛି। ବିରୋଧୀ ଏହାକୁ ନେଇ ବିଜେପିକୁ ଟାର୍ଗେଟ୍ କରୁଛନ୍ତି। ଶିବସେନା ମୁଖପତ୍ର 'ସାମ୍ନା'ରେ ବିଜେପିକୁ କଡ଼ା ସମାଲୋଚନା ମଧ୍ୟ କରାଯାଇଛି।

Advertisment

ସାମ୍ନା ଜରିଆରେ ଶିବସେନା କହିଛି ଯେ, ବିଜେପିର ଅସଲ ନୀତି କଣ? ସେମାନଙ୍କ ପଥ ପ୍ରଦର୍ଶକ କିଏ? ଏହାକୁ ନେଇ ସାମାନ୍ୟ ଭ୍ରମ ସୃଷ୍ଟି ହେଲା ଭଳି ଜଣାପଡ଼ୁଛି। ଦୁଇ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଜନତାଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, କରୋନା ଟିକା ଆସିବା ମାତ୍ରେ ପ୍ରତ୍ୟେକ ଦେଶବାସୀଙ୍କୁ ଟିକା ଯୋଗାଇବାକୁ ସରକାର ଚେଷ୍ଟା କରିବେ। ପ୍ରଧାନମନ୍ତ୍ରୀ ଟିକା ବିତରଣ ବିଷୟ କହିବା ସମୟରେ କୌଣସି ଜାତି, ଧର୍ମ, ପ୍ରାନ୍ତ କିମ୍ବା ରାଜନୀତି ବିଷୟ ଉଠାଇନାହାନ୍ତି।

ଶିବସେନା ନିଜ ମୁଖ ପତ୍ରିକାରେ କହିଛି ଯେ, ବିଜେପି ନିର୍ବାଚନ ଇସ୍ତାହାରରେ ପ୍ରଥମ ନଂରେ ବିହାର ଜନତାଙ୍କୁ ପ୍ରତିଶ୍ରୁତି ଦେଇ କହିଛି ଦେଶକୁ ଟିକା ଆସିଲେ, ସମସ୍ତବିହାରବାସୀଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯିବ। ଏହା ବିଚିତ୍ର ବୋଲି କହିବା ସହ ଅର୍ଥମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ୍ କରିଛି ଶିବସେନା। ଯେଉଁ ରାଜ୍ୟରେ ବିଜେପି ସରକାର ନାହିଁ, ସେହି ରାଜ୍ୟଗୁଡ଼ିକ କଣ ପାକିସ୍ତାନରେ ଅଛି? ବିଜେପି ଅଣଶାସିତ ରାଜ୍ୟଗୁଡ଼ିକୁ କରୋନା ଟିକା କଣ ପୁଟିନ୍ ଦେବେ କି? ବୋଲି ଶିବସେନା ସାମ୍ନାରେ ପ୍ରଶ୍ନ କରିଛି।

Advertisment

ଏହାଛଡ଼ା ନିର୍ବାଚନୀ ରାଲିକୁ ପ୍ରସଙ୍ଗ କରି ପ୍ରଶ୍ନବାଚୀ କରିଛି ଶିବସେନା। ନେତାମାନଙ୍କ ହେଲିକେପ୍ଟର ଉଡ଼ୁଛି, ପ୍ରଚଣ୍ଡ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି। ଏଭଳି ଭିଡ଼ରେ ହୁଏତ କରୋନା ଚାପିହୋଇ ମରିଯାଇ ପାରେ ଏବଂ ରାଜନୈତିକ କ୍ରାନ୍ତି ଆସିଯାଇପାରେ ବୋଲି ଶିବସେନା କହିଛି।

ଶିବସେନା ସାମ୍ନାର ସମ୍ପାଦକୀୟରେ କହିଛି, ମାଗଣା ଟିକା କେବଳ ବିହାରରେ ହିଁ କାହିଁକି ଦିଆଯିବ? ସାରା ଦେଶରେ କରୋନା ତାଣ୍ଡବ ଲୀଳା ଚାଲିଛି। ପ୍ରତିଦିନ ଲୋକଙ୍କ ମୃତ୍ୟୁ ଘଟୁଛି। ଏଭଳି ପରିସ୍ଥିତିରେ ବିହାର ବିଧାନସଭା ନିର୍ବାଚନ ହେଉଛି। ସାରା ଦେଶକୁ କରୋନା ଟିକା ଆବଶ୍ୟକ। ଟିକା ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ଟିକା ପ୍ରଥମେ ବିହାରରେ ବିଜେପିକୁ ଭୋଟ୍ ଦେବା ଲୋକଙ୍କୁ ମିଳିବ। ଆଉ ଯଦି ବିହାରରେ ସରକାର ବଦଳି ଯାଏ, ତେବେ କଣ ବିଜେପି ଆଉ ବିହାରକୁ
ଟିକା ଦେବ ନାହିଁ? ଅନେକ ରାଜ୍ୟରେ ବିଜେପି କ୍ଷମତାରେ ନାହିଁ।

Bjp Bihar Election Shiv Sena
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe