Advertisment

କରୋନା ପାଇଁ ଶିରିଡ଼ି ସାଇ ବାବଙ୍କ ମନ୍ଦିର ବନ୍ଦ ହେଲା

ମୁମ୍ବାଇ: କରୋନା ଭାଇରସର ପ୍ରଭାବ ଏବେ ପ୍ରସିଦ୍ଧ ଶିରିଡ଼ି ସାଇ ବାବାଙ୍କ ମନ୍ଦିର ଉପରେ ପଡ଼ିଛି। କରୋନା ଭାଇରସକୁ ଦୃଷ୍ଟିରେ ରଖି ସାଇ ବାବଙ୍କ ମନ୍ଦିରକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ଶ୍ରୀ ସାଇ ବାବା ସଂସ୍ଥାନ ଟ୍ରଷ୍ଟ ଏଭଳି ନିଷ୍ପତ୍ତି ନେଇଛି। କେବଳ ମନ୍ଦିର ନୁହେଁ ବରଂ ସମଗ୍ର ଶିରିଡ଼ି ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବନ୍ଦ ରହିବ। ଟ୍ରଷ୍ଟର ଘୋଷଣା ଅନୁଯାୟୀ, ଆଜି ଦିନ ୩ଠାରୁ ମନ୍ଦିରରେ ସାଇ ବାବାଙ୍କ ଦର୍ଶନ ଲୋକଙ୍କ ପାଇଁ […]

କରୋନା ପାଇଁ ଶିରିଡ଼ି ସାଇ ବାବଙ୍କ ମନ୍ଦିର ବନ୍ଦ ହେଲା

3a

Advertisment

ମୁମ୍ବାଇ: କରୋନା ଭାଇରସର ପ୍ରଭାବ ଏବେ ପ୍ରସିଦ୍ଧ ଶିରିଡ଼ି ସାଇ ବାବାଙ୍କ ମନ୍ଦିର ଉପରେ ପଡ଼ିଛି। କରୋନା ଭାଇରସକୁ ଦୃଷ୍ଟିରେ ରଖି ସାଇ ବାବଙ୍କ ମନ୍ଦିରକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ଶ୍ରୀ ସାଇ ବାବା ସଂସ୍ଥାନ ଟ୍ରଷ୍ଟ ଏଭଳି ନିଷ୍ପତ୍ତି ନେଇଛି।

Advertisment

କେବଳ ମନ୍ଦିର ନୁହେଁ ବରଂ ସମଗ୍ର ଶିରିଡ଼ି ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବନ୍ଦ ରହିବ। ଟ୍ରଷ୍ଟର ଘୋଷଣା ଅନୁଯାୟୀ, ଆଜି ଦିନ ୩ଠାରୁ ମନ୍ଦିରରେ ସାଇ ବାବାଙ୍କ ଦର୍ଶନ ଲୋକଙ୍କ ପାଇଁ ବନ୍ଦ କରାଯାଇଛି। ବାବାଙ୍କ ଶେଷ ପ୍ରସାଦ ରାତି ୧୦ଟାରେ ମିଳିବ। ଗୋଟିଏ ସ୍ଥାନରେ ଲୋକଙ୍କ ଏକାଠି ହେବାକୁ ସରକାର ବାରଣ କରିଛନ୍ତି। ଏହାଦ୍ୱାରା କରୋନା ବ୍ୟାପିବାର ଆଶଙ୍କା ଅଧିକ ରହିଛି।

ତେଣୁ ସରକାର କଟକଣା ଜାରି କରିଥିଲେ। କିନ୍ତୁ ଶିରିଡ଼ି ସାଇ ବାବାଙ୍କୁ ଦର୍ଶନ କରିବା ନିମନ୍ତେ ପ୍ରତିଦିନ ଲକ୍ଷାଧିକ ଲୋକ ଆସୁଛନ୍ତି। ତେଣୁ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଟ୍ରଷ୍ଟ ମନ୍ଦିର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।

Advertisment

ଗତକାଲି ସିଦ୍ଧି ବିନାୟକ ମନ୍ଦିର ମଧ୍ୟ ପରବର୍ତ୍ତୀ ନିଷ୍ପତ୍ତି ଯାଏ ବନ୍ଦ ରହିବ ବୋଲି ଘୋଷଣା ହୋଇଥିଲା। ମହାରାଷ୍ଟ୍ରରେ ଏଯାଏ ୩୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଜଣେ କରୋନା ଆକ୍ରାନ୍ତ ମୁମ୍ବାଇରେ ପ୍ରାଣ ହରାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe