/odisha-reporter/media/post_attachments/uploads/2016/02/2016_2img09_Feb_2016_PTI2_9_2016_000028B-g.jpg)
sia-chin-jaban
ନୂଆଦିଲ୍ଲୀ: ସିଆଚୀନ୍ ଗ୍ଲାସିୟରର ୩୦ ଫୁଟ ଉଚ୍ଚ ବରଫ ଗଦା ତଳୁ ୬ ଦିନ ପରେ ମଙ୍ଗଳବାର ଭାରତୀୟ ସ୍ଥଳ ସେନାର ଜଣେ ଯବାନଙ୍କୁ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଲାନ୍ସ ନାୟକ ହନୁମାନ ଥାପ୍ପା। ମାଇନସ୍ ୪୫ ଡିଗ୍ରୀ ସେଲସିୟସ ଓ ୩୦ ଫଉଯ ତଳୁ ତାଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯିବା ସମସ୍ତଙ୍କୁ ଚିକିତ କରିଛି। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଦିଲ୍ଲୀ ସ୍ଥିତ ଆର୍ମୀ ରେଫରାଲ ଆଣ୍ଡ ରିସର୍ଚ୍ଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହସ୍ପିଟାଲକୁ ଯାଇ ଆହତ ଯବାନଙ୍କୁ ଭେଟିବା ସହ ଡାକ୍ତରଙ୍କ ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଆଲୋଚନା କରିଛନ୍ତି।
Advertisment
ସିଆଚେନ୍ ଗ୍ଲାସିୟରରେ ୧୦ଜଣ ଯବାନ ମୁତୟନ ଥିବାବେଳେ ବରଫ ଅତଡା ଧସିଥିଲା। ଆଜି ସେନା ପକ୍ଷରୁ ବରଫକୁ କଟାଯାଇ ୫ଜଣ ଯବାନଙ୍କ ମୃତ ଦେହ କରାଯାଇଥିଲା। ଏହି ସମୟରେ ଥାପ୍ପାଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।
ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ମଧ୍ୟ ଥାପ୍ପାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
