Advertisment

କରୋନା ପାଇଁ ସିଦ୍ଧିବିନାୟକ ମନ୍ଦିର ବି ବନ୍ଦ ହେଲା

ମୁମ୍ବାଇ: କରୋନା ଭାଇରସର ପ୍ରଭାବ ଦେଶ ତଥା ମହାରାଷ୍ଟ୍ରର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିର ଉପରେ ପଡ଼ୁଛି। ପ୍ରତିଦିନ ଏଠାକୁ ଶହଶହ ଶ୍ରଦ୍ଧାଳୁ ପୂଜାପାଠ ପାଇଁ ଆସିଥାଆନ୍ତି। ତେବେ କାରୋନା ଭାଇରସ ମହାରାଷ୍ଟ୍ରରେ ବ୍ୟାପୁଥିବାରୁ ସିଦ୍ଧିବିନାୟକ ଟ୍ରଷ୍ଟ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ରରେ ଏଯାଏ ୩୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟ ସରକାର ଲୋକଙ୍କୁ ଗୋଟିଏ ସ୍ଥାନରେ ଭିଡ଼ ନ କରିବାକୁ ପରାମର୍ଶ […]

author-image
Hemant Lenka
କରୋନା ପାଇଁ ସିଦ୍ଧିବିନାୟକ ମନ୍ଦିର ବି ବନ୍ଦ ହେଲା

fc

ମୁମ୍ବାଇ: କରୋନା ଭାଇରସର ପ୍ରଭାବ ଦେଶ ତଥା ମହାରାଷ୍ଟ୍ରର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିର ଉପରେ ପଡ଼ୁଛି। ପ୍ରତିଦିନ ଏଠାକୁ ଶହଶହ ଶ୍ରଦ୍ଧାଳୁ ପୂଜାପାଠ ପାଇଁ ଆସିଥାଆନ୍ତି। ତେବେ କାରୋନା ଭାଇରସ ମହାରାଷ୍ଟ୍ରରେ ବ୍ୟାପୁଥିବାରୁ ସିଦ୍ଧିବିନାୟକ ଟ୍ରଷ୍ଟ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।

Advertisment

ମହାରାଷ୍ଟ୍ରରେ ଏଯାଏ ୩୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟ ସରକାର ଲୋକଙ୍କୁ ଗୋଟିଏ ସ୍ଥାନରେ ଭିଡ଼ ନ କରିବାକୁ ପରାମର୍ଶ ଦେଇଛନ୍ତି। ତଥାପି ଶହଶହ ଲୋକ ଏକାଠି ସିଦ୍ଧିବିନାୟକ ମନ୍ଦିର ଯାଉଛନ୍ତି। ଏହି କାରଣରୁ ଅଧିକ ଲୋକ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ଟ୍ରଷ୍ଟ ପକ୍ଷରୁ ମନ୍ଦିରକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।

କେନ୍ଦ୍ରୀୟ ମୁମ୍ବାଇରେ ଅବସ୍ଥିତ ସିଦ୍ଧିବିନାୟକ ମନ୍ଦିରର ଟ୍ରଷ୍ଟର ଘୋଷଣା ଅନୁଯାୟୀ, ଆଜି(ସୋମବାର) ସନ୍ଧ୍ୟା ୭ଟାରୁ ମନ୍ଦିରକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ସ୍ଥିତି ନ ସୁଧୁରିବା ଯାଏ ମନ୍ଦିରର ଦ୍ୱାରା ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ନାହିଁ।

Advertisment

ଏହାପୂର୍ବରୁ ମନ୍ଦିରର ପୂଜକମାନେ ମୁହଁରେ ମାସ୍କ ଲଗାଇ ସମସ୍ତ କାର୍ଯ୍ୟ କରୁଥିଲେ। ସେହିପରି ମନ୍ଦିରକୁ ପ୍ରବେଶ କରୁଥିବା ଶ୍ରଦ୍ଧାଳୁଙ୍କ ପ୍ରବେଶ ପଥରେ ସାନିଟାଇଜର ଦିଆଯାଉଥିଲା। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ରାଜ୍ୟର ସମସ୍ତ ପ୍ରକାରର ସଭା ସମିତି କରିବାକୁ ବାରଣ କରିଛନ୍ତି। ଶପିଂ ମଲ ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ଓ ସିନେମା ହଲ ମଧ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।