siddharth
ମୁମ୍ବାଇ: ଲୋକପ୍ରିୟ ଟିଭି ତାରକା ସିଦ୍ଧାର୍ଥ ଶୁକ୍ଲା ବିଗ୍ ବସ୍ ୧୩ ବିଜେତା ହୋଇଛନ୍ତି। ଶୋ’ର ହୋଷ୍ଟ ତଥା ସୁପରଷ୍ଟାର ସଲମାନ ଖାନ୍ଙ୍କଠାରୁ ସେ ଆଜି ବିଧିବଦ୍ଧ ଭାବେ ଟ୍ରଫି ଏବଂ ୫୦ ଲକ୍ଷ ଟଙ୍କାର ଚେକ୍ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ଅସୀମ ରିଆଜ୍ ପ୍ରଥମ ରନର୍-ଅପ୍ ହୋଇଛନ୍ତି।
https://twitter.com/BiggBoss/status/1228650857132019713?s=20
ସିଦ୍ଧାର୍ଥଙ୍କ ପାଇଁ ଏହି ବିଜୟ ଏତେ ସହଜ ନଥିଲା। ତାଙ୍କୁ ‘ଭାଲୁ’ ଓ ‘ସାଇକୋ’ ଆଦି ନାମରେ ଚିଡ଼ାଯାଉଥିଲା। ତେବେ ସିଦ୍ଧାର୍ଥଙ୍କ ବଡ଼ ଗୁଣ ଥିଲା ସେ ଭଲ ବନ୍ଧୁତା ଦେଖାଇପାରିଥିଲେ।
https://www.instagram.com/p/B8mRwzLBQ1i/?utm_source=ig_web_copy_link
ଆରତୀଙ୍କୁ ବିଭିନ୍ନ ଟାସ୍କରେ ସେ ସୁରକ୍ଷା ଦେଇଥିବା କୁହାଯାଏ। ଏପରିକି ଏଥିପାଇଁ ଆରତୀ ଶୋ’ରେ ବେଶ କିଛି ଦିନ ରହିଥିଲେ। ଶେହନାଜ୍ ଗିଲଙ୍କ ସହ ମଧ୍ୟ ତାଙ୍କର ବେଶ ଭଲ ସମ୍ପର୍କ ଥିଲା।
https://www.instagram.com/tv/B8lSDe4A1O1/?utm_source=ig_web_copy_link
ତେବେ ସିଦ୍ଧାର୍ଥଙ୍କର ରେଶମୀ ଦେଶାଇଙ୍କ ସହ ଶୋ’ରେ ଭଲ ସମ୍ପର୍କ ନଥିଲା। ରେଶମୀ ହିଁ ସିଦ୍ଧାର୍ଥଙ୍କୁ ସାଇକୋ କହିଥିଲେ। ସମୟ ସମୟରେ ରେଶମୀ ସିଦ୍ଧାର୍ଥଙ୍କ ବଦଗୁଣର ଚର୍ଚ୍ଚା କରିବାର ସୁଯୋଗ ଛାଡ଼ୁନଥିଲେ।/odisha-reporter/media/post_attachments/wp-content/uploads/2020/02/siddharth.jpg)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/02/siddharth-1.jpg)