/odisha-reporter/media/post_attachments/uploads/2015/10/DSC_0240_0_0.jpg)
party
ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ବିଧାନସଭାରେ ଆଜି ବିଜେପି ବିଧାୟକମାନେ ହଙ୍ଗାମା କରିଛନ୍ତି। ବିଫ୍ ପାର୍ଟି ପ୍ରସଙ୍ଗକୁ ନେଇ ଗୃହ ମଧ୍ୟରେ ସ୍ୱାଧୀନ ବିଧାୟକ ଇଞ୍ଜିନିୟର ରସିଦଙ୍କୁ ବିଜେପି ବିଧାୟକ ଠେଲାପେଲା ଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ବିଧାୟକ ରସିଦ ହଷ୍ଟେଲ ମଧ୍ୟରେ ବିଫ ପାର୍ଟିର ଆୟୋଜନ କରିଥିଲେ। ଏହି ଘଟଣାକୁ ନେଇ ବିଜେପି ବିଧାୟକ ଗୃହରେ ରସିଦଙ୍କୁ ଘେରିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ନିଜ ନିଜ ଆସନରୁ ଉଠି ବିଜେପି ବିଧାୟକ ରସିଦଙ୍କୁ ଆଡକୁ ମାଡିଯାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସଂପୃକ୍ତ ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି ରସିଦ୍। ସେପଟେ ଆକ୍ରମଣ ଘଟଣା ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦୁଃଖ ପ୍ରକାଶ କରିବା ସହ ଏହା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
