Advertisment

ତୃତୀୟ ବିଶ୍ୱଯୁଦ୍ଧର ଦ୍ୱାର ଦେଶରେ ବିଶ୍ୱ! ସିରିୟା ଅଭିମୁଖେ ଋଷର ଶକ୍ତିଶାଳୀ ଯୁଦ୍ଧ ଯାହାଜର ଯାତ୍ରା ଆରମ୍ଭ

ଡାମାସ୍‌କସ୍: ସିରିୟାରେ ଚାଲିଥିବା ଗୃହ ଯୁଦ୍ଧ ବିଶ୍ୱବାସୀଙ୍କ ମନରେ ତୃତୀୟ ବିଶ୍ୱଯୁଦ୍ଧର ଭୟ ସୃଷ୍ଟି କରିଛି। ବିଶ୍ୱର ମହାଶକ୍ତିମାନେ ପରସ୍ପର ଜିଦ୍‌ରେ ରହି ସଂହାର ଲୀଳା ଚଳାଉଛନ୍ତି। ନିକଟରେ ଆମେରିକା  ଫ୍ରାନ୍ସ ଓ ବ୍ରିଟେନ୍ ମିଳିତ ଭାବରେ ସିରିୟା ଉପରେ ଆକ୍ରମଣ କିରିଥିଲେ। ଯାହାର ଘୋର ବିରୋଧ କରିଥିଲା ଋଷ ଓ ଚୀନ। ଏବେ ଋଷ ଏହାର ଜବାବ ଦେବାକୁ ପ୍ରସ୍ତୁତ ହେଉଛି। ଖବର ମିଳିଛି ଯେ, ଋଷର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବିପୁଳ ଅସ୍ତ୍ରଶସ୍ତ୍ର ସହ […]

ତୃତୀୟ ବିଶ୍ୱଯୁଦ୍ଧର ଦ୍ୱାର ଦେଶରେ ବିଶ୍ୱ! ସିରିୟା ଅଭିମୁଖେ ଋଷର ଶକ୍ତିଶାଳୀ ଯୁଦ୍ଧ ଯାହାଜର ଯାତ୍ରା ଆରମ୍ଭ

siriya

Advertisment

ଡାମାସ୍‌କସ୍: ସିରିୟାରେ ଚାଲିଥିବା ଗୃହ ଯୁଦ୍ଧ ବିଶ୍ୱବାସୀଙ୍କ ମନରେ ତୃତୀୟ ବିଶ୍ୱଯୁଦ୍ଧର ଭୟ ସୃଷ୍ଟି କରିଛି। ବିଶ୍ୱର ମହାଶକ୍ତିମାନେ ପରସ୍ପର ଜିଦ୍‌ରେ ରହି ସଂହାର ଲୀଳା ଚଳାଉଛନ୍ତି। ନିକଟରେ ଆମେରିକା  ଫ୍ରାନ୍ସ ଓ ବ୍ରିଟେନ୍ ମିଳିତ ଭାବରେ ସିରିୟା ଉପରେ ଆକ୍ରମଣ କିରିଥିଲେ। ଯାହାର ଘୋର ବିରୋଧ କରିଥିଲା ଋଷ ଓ ଚୀନ। ଏବେ ଋଷ ଏହାର ଜବାବ ଦେବାକୁ ପ୍ରସ୍ତୁତ ହେଉଛି। ଖବର ମିଳିଛି ଯେ, ଋଷର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବିପୁଳ ଅସ୍ତ୍ରଶସ୍ତ୍ର ସହ ସରିୟା ଅଭିମୁଖେ ଅଗ୍ରସର ହେଉଛି।  ରବିବାର ସିରିୟାରେ ସେନା ଗାଡ଼ି ସହିତ ଦୁଇଟି ଋଷୀୟ ଯୁଦ୍ଧ ଯାହାଜକୁ ଦେଖାଯାଇଥିବାର ଖବର ମିଳିଛି। ତେବେ କାହିଁକି ଘନଉଛି ସିରିୟା ସଙ୍କଟ ? ହୋଇପାରେ କି ବିଶ୍ୱଯୁଦ୍ଧ ? ଏସବୁ ପ୍ରଶ୍ନ ମନରେ ଭୟ ସୃଷ୍ଟି କରୁଛି। ଏପର୍ଯ୍ୟନ୍ତ କ’ଣ ଘଟିଛି ସିରିୟାରେ ଆସନ୍ତୁ ଜାଣିବା।publive-image

Advertisment

ଗୃହ ଯୁଦ୍ଧର କାରଣ: ପିତା ହପିଜ୍‌ ଅଲ୍‌ ଅସଦଙ୍କ ପରେ ୨୦୦୦ ମସିହାରେ ସିରିୟାର ରାଷ୍ଟ୍ରପତି ହେଲେ ବସର ଅଲ ଅସଦ୍‌ । ସେତେବେଳେ ବେରୋଜଗାରୀ ଓ ଭ୍ରଷ୍ଟାଚାର  ଭଳି ଉତ୍କଟ ସମସ୍ୟାରେ ଜୁଝୁଥିଲା ପୂରା ଦେଶ। ଏପରି କ୍ଷେତ୍ରରେ ବସର ଅଲଅସଦଙ୍କ ଉପରେ ସିରିୟା ନାଗରିକଙ୍କ ମନରେ ବିଦ୍ରୋହ ଜାତ ହୋଇଥିଲା । ଏହି ସମୟରେ ବିଭିନ୍ନ ଆରବ ଦେଶଗୁଡ଼ିକରେ ଅନ୍ୟାୟ ଅନୀତି ବିରୋଧରେ ଛୋଟମୋଟ ଆନ୍ଦୋଳନ ତେଜିଉଠିଥିଲା। ଯାହାର ପ୍ରଭାବ ସିରିୟାରେ ପଡ଼ିଲା। ବସର ଅଲ ଅସଦ୍‌ ସରକାଙ୍କୁ  ବିରୋଧ କରି କିଛି ବିଦ୍ରୋହୀ ସିରିୟା ନାଗରିକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କଲେ। ଏହି ଆନ୍ଦୋଳନକୁ ସେନା ସାହାଯ୍ୟରେ ଅତି ନିର୍ମମଭାବେ ପ୍ରତିହତ କଲେ ବସର ଅଲ ଅସଦ୍‌ଙ୍କ ସରକାର। ଏହାପରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଅଶାନ୍ତିର ରୂପ ନେଲା।  ବିଦ୍ରୋହୀମାନେ ନିଜ ସୁରକ୍ଷା ପାଇଁ ବନ୍ଧୁକ ଉଠାଇଲେ। ପରେ ଆରମ୍ଭ ହେଲା ଗୃହ ଯୁଦ୍ଧ। ଏଥିରେ ପୁଣି ଜାତି ଓ  ଧର୍ମ ଭେଦଭାବ ଦେଖା ଦେଲା। ବିଭିନ୍ନ ଦେଶର ହସ୍ତକ୍ଷେପ ସିରିୟାରେ  ଆହୁରି ଅଶାନ୍ତର ନିଆଁ ଜାଳିଦେଲା। ସିୟା ସମ୍ପ୍ରଦାୟ ରାଷ୍ଟ୍ରଗୁଡ଼ିକ ବସର ଅଲ ଅସଦ୍‌ଙ୍କ ସରକାରଙ୍କ ସପକ୍ଷ ନେଲେ। ସେହିପରି ସୁନି ସମ୍ପ୍ରଦାୟର ରାଷ୍ଟ୍ରଗୁଡ଼ିକ ବିଦ୍ରୋହୀଙ୍କ ସପକ୍ଷରେ ବାହାରିଲେ। ପରେ ଋଷ, ଆମେରିକା, ବ୍ରିଟେନ୍‌, ଚୀନ ଭଳି ଶକ୍ତିଶାଳୀ ରାଷ୍ଟ୍ରମାନେ ଉଭୟ ସରକାର ଓ ବିରୋଧୀଙ୍କୁ ଆର୍ଥିକ ଓ ଅସ୍ତ୍ରଶସ୍ତ୍ରରେ ସହଯୋଗ କଲେ। ଏହା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀ ମନଭାବ ସୃଷ୍ଟି କଲା। ଯାହାର ପରିଣାମ ସ୍ୱରୂପ ଆଜିର ପରିସ୍ଥିତି ଉପୁଜିଛି। ୨୦୧୧ରୁ ଦୀର୍ଘ ୭ ବର୍ଷ ହେବ ସିରିୟାର ଗୃହଯୁଦ୍ଧ ଲାଗି ରହିଛି। ଏଥିରେ ଏପର୍ଯ୍ୟନ୍ତ ୫ ଲକ୍ଷ ଲୋକ ପ୍ରାଣ ହରାଇବା ସହିତ ଏହାଠାରୁ ଅଧିକ ନାଗରିକ ଦେଶାନ୍ତର ହୋଇଛନ୍ତି। ସିରିୟା ଅଧିକାଂଶ ଅଞ୍ଚଳ ଧ୍ୱଂସ ସ୍ତୁପ ପାଲଟିଛି।publive-image

ବିଶ୍ୱଯୁଦ୍ଧର ଆଶଙ୍କା: ଆମେରିକା, ବ୍ରିଟେନ୍‌ ଓ ଫ୍ରାନ୍ସ ଭଳି ଶକ୍ତିଶାଳୀ ରାଷ୍ଟ୍ର ସିରିୟାର ବସର ଅଲ ଅସଦ୍‌ ସରକାଙ୍କୁ ବିରୋଧ କରୁଥିବା ବେଳେ ଋଷ ଓ ଚୀନ ଭଳି ରାଷ୍ଟ୍ର ବସର ଅଲ ଅସଦଦ୍‌ଙ୍କୁ ସହଯୋଗ କରୁଛି। ଫଳରେ ଦେଶଗୁଡ଼ିକ ମଧ୍ୟରେ ଅଯଥା ପ୍ରତିଦ୍ୱନ୍ଦିତା  ଲାଗି ରହୁଛି।  ଯାହା ବିଶ୍ୱ ଯୁଦ୍ଧର ସଙ୍କେତ ଦେଉଛି। ନିକଟରେ ଆମେରିକା ଓ ସହଯୋଗୀ ରାଷ୍ଟ୍ରଗୁଡ଼ିକର ଆକ୍ରମଣକୁ ଘୋର ନିନ୍ଦା କରିଛନ୍ତି ସିରିୟା ସପକ୍ଷବାଦୀ ରାଷ୍ଟ୍ର। ଏ ନେଇ ଋଷ ବସର ଅଲ ଅଲଦଙ୍କୁ ସହାଯ୍ୟ କରିବାକୁ ସିରିୟାକୁ ଦୁଇଟି ଯୁଦ୍ଧ ଜାହାଜ ପଠାଇଛି। ତେବେ ଏପରିସ୍ଥିତିରେ ଆମେରିକା କି ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ।publive-image

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe