/odisha-reporter/media/post_attachments/uploads/2018/09/717009-sr12.jpg)
717009-sr12
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ଆଗୁୱା ଘାଟିରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରତିରକ୍ଷା ମନ୍ତ୍ରୀ ଘାଟିରେ ସେନାର ବିଭିନ୍ନ କ୍ୟାମ୍ପ ପରିଦର୍ଶନ କରିଛନ୍ତି। ଏଥିସହ ଯବାନମାନଙ୍କ ସହ ଅାଲୋଚନା କରିଛନ୍ତି। ଗତ କିଛି ଦିନ ହେଲା ସେନା ଓ ପୁଲିସ ଅଧିକାରୀଙ୍କ ପରିବାର ଲୋକଙ୍କୁ ଅାତଙ୍କବାଦୀମାନେ ଟାର୍ଗେଟ କରିଥିବାରୁ ପ୍ରତିରକ୍ଷାମନ୍ତ୍ରୀଙ୍କ ଏହି ଗସ୍ତର ଅନେକ ଗୁରୁତ୍ୱ ରହିଛି।
Advertisment
ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଜାମ୍ମୁ ଓ କାଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ସହ ଅାଲୋଚନା କରିଥିଲେ। ଅାଲୋଚନା ବେଳେ ସେନାମୁଖ୍ୟ ବିପିନ ରାୱତ ମଧ୍ୟ ଉପସ୍ଥିତ ଥିଲେ। ସେପଟେ ରାଜ୍ୟର ଅାଭ୍ୟନ୍ତରୀଣ ସ୍ଥିତି ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି ପୁଲିସ ଡିଜି ଏସ.ପି. ବୈଦ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
