Advertisment

ଟିକେଟ କଟିବାରୁ ଛତିଶଗଡ଼ ବିଜେପି ସାଂସଦ ଭୀଷଣ ଅସନ୍ତୁଷ୍ଟ

ରାୟପୁର: ଚଳିତ ସାଧାରଣ ନିର୍ବାଚନରେ ଛତିଶଗଡ଼ର ସମସ୍ତ ବିଜେପି ସାଂସଦଙ୍କ ଟିକଟ କଟାଯିବା ପରେ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିର୍ବାଚନବେଳେ କେନ୍ଦ୍ର ବିଜେପିର ଏପରି ନିଷ୍ପତ୍ତି ଦଳ ପାଇଁ କ୍ଷତିକାରକ ହେବ ବୋଲି ଅସନ୍ତୁଷ୍ଚ ବିଜେପି ସାଂସଦମାନେ କହିଛନ୍ତି। ୨୦୧୪ରେ ବିଜେପି ମୋଟ ୧୧ଟି ଲୋକସଭା ଆସନରୁ ୧୦ଟିରେ ବିଜୟୀ ହୋଇଥିଲା, ହେଲେ ଗତବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଅଳ୍ପ କିଛି ଆସନରେ ବିଜୟ ପାଇ ନିଜର ସ୍ଥିତି ବଞ୍ଚାଇବାରେ ସକ୍ଷମ ହୋଇଛି। ତେବେ […]

ଅଦ୍ୟତନ ହୋଇଛି
ଝାରଖଣ୍ଡରେ ଛତିଶଗଡ଼ ରଣନୀତି ଆପଣେଇବ ବିଜେପି !

BJP_FLAG_PTI12d2

Advertisment

ରାୟପୁର: ଚଳିତ ସାଧାରଣ ନିର୍ବାଚନରେ ଛତିଶଗଡ଼ର ସମସ୍ତ ବିଜେପି ସାଂସଦଙ୍କ ଟିକଟ କଟାଯିବା ପରେ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିର୍ବାଚନବେଳେ କେନ୍ଦ୍ର ବିଜେପିର ଏପରି ନିଷ୍ପତ୍ତି ଦଳ ପାଇଁ କ୍ଷତିକାରକ ହେବ ବୋଲି ଅସନ୍ତୁଷ୍ଚ ବିଜେପି ସାଂସଦମାନେ କହିଛନ୍ତି।

Advertisment

୨୦୧୪ରେ ବିଜେପି ମୋଟ ୧୧ଟି ଲୋକସଭା ଆସନରୁ ୧୦ଟିରେ ବିଜୟୀ ହୋଇଥିଲା, ହେଲେ ଗତବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଅଳ୍ପ କିଛି ଆସନରେ ବିଜୟ ପାଇ ନିଜର ସ୍ଥିତି ବଞ୍ଚାଇବାରେ ସକ୍ଷମ ହୋଇଛି। ତେବେ ଆଗାମୀ ଦିନରେ କେନ୍ଦ୍ର ବିଜେପି ଏହି ନିଷ୍ପତ୍ତି ବଦଳାଇବ ବୋଲି ରାୟପୁର ସାଂସଦ ଆଶା ରଖିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ କହିଛନ୍ତି ଦଳର ନିଷ୍ପତ୍ତିକୁ ସମସ୍ତେ ମାନିବା ଉଚିତ୍। କ୍ଷମତା ବିରୋଧୀ ହାୱା ସୃଷ୍ଟି ହୋଇଥିବାରୁ କେନ୍ଦ୍ର ବିଜେପି ଏପରି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe