Advertisment

ଯୋଗୀଙ୍କ ପୁନଃ ନାମକରଣ ଅଭିଯାନ: ଆସୁଛି ଏମିତି ସବୁ ମଜାଦାର ପ୍ରସ୍ତାବ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପ୍ରସିଦ୍ଧ ସହରଗୁଡିକର ପୁନଃ ନାମକରଣ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରୟାସ ଏବେ ନୂଆ ବିତର୍କ ସୃଷ୍ଟି କରିଛି। ପ୍ରଥମେ ପ୍ରସିଦ୍ଧ ମୁଗଲସରାଇ ରେଲୱେ ଷ୍ଟେସନ୍‌ର ନାମ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ନାମରେ ରଖିବା ପରେ ଏବେ ଭାରତର ଅନ୍ୟତମ ପୁରାତନ ଧାର୍ମିକ ସହରର ନାମ ଆହ୍ଲାବାଦ୍‌ରୁ ପ୍ରୟାଗରାଜ କରିଦିଆଯାଇଛି। ଯୋଗୀଙ୍କ ସରକାର ରଖିଥିବା ମତ ଅନୁଯାୟୀ, ମୋଗଲ ସମ୍ରାଟ୍ ଆକବର ୧୫୭୫ ମସିହାରେ ଏହାର ପ୍ରକୃତ ନାମ ପ୍ରୟାଗରାଜକୁ ବଦଳାଇ […]

ଯୋଗୀଙ୍କ ପୁନଃ ନାମକରଣ ଅଭିଯାନ: ଆସୁଛି ଏମିତି ସବୁ ମଜାଦାର ପ୍ରସ୍ତାବ

AJSE-TUHMARA-NAM

Advertisment
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପ୍ରସିଦ୍ଧ ସହରଗୁଡିକର ପୁନଃ ନାମକରଣ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରୟାସ ଏବେ ନୂଆ ବିତର୍କ ସୃଷ୍ଟି କରିଛି। ପ୍ରଥମେ ପ୍ରସିଦ୍ଧ ମୁଗଲସରାଇ ରେଲୱେ ଷ୍ଟେସନ୍‌ର ନାମ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ନାମରେ ରଖିବା ପରେ ଏବେ ଭାରତର ଅନ୍ୟତମ ପୁରାତନ ଧାର୍ମିକ ସହରର ନାମ ଆହ୍ଲାବାଦ୍‌ରୁ ପ୍ରୟାଗରାଜ କରିଦିଆଯାଇଛି। ଯୋଗୀଙ୍କ ସରକାର ରଖିଥିବା ମତ ଅନୁଯାୟୀ, ମୋଗଲ ସମ୍ରାଟ୍ ଆକବର ୧୫୭୫ ମସିହାରେ ଏହାର ପ୍ରକୃତ ନାମ ପ୍ରୟାଗରାଜକୁ ବଦଳାଇ ଆହ୍ଲାବାଦ କରିଥିଲେ। 
Advertisment
 
ଆଦିତ୍ୟନାଥଙ୍କ ଏହି ପ୍ରୟାସକୁ ନେଇ ସୋଶାଲ ମିଡିଆରେ ମଧ୍ୟ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କେତେକ ଏହାକୁ ସ୍ୱାଗତ କରୁଥିବାବେଳେ ଅନ୍ୟ କିଛି ଏହାର କଟୁ ସମାଲୋଚନା କରିଛନ୍ତି। ସମାଲୋଚନା ସ୍ୱରୂପ ସେମାନେ #AajSeTumharaNaam ସହିତ ବିଭିନ୍ନ Meme ଏବଂ ଜୋକ୍ ପୋଷ୍ଟ କରିଛନ୍ତି। ଏଥିରେ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍‌ ଖେଳାଳି କ୍ରିସ ଗେଲଙ୍କ ନାମ କ୍ରିଷ୍ଣା ଗୋଏଲକୁ ପରିବର୍ତ୍ତନ କରାଯାଉ ବୋଲି ଏକ ମଜାଦାର ପୋଷ୍ଟ ଆସିଛି। 
 
ସେହିପରି ଶିମ୍‌ଲା ସହର ପ୍ରକୃତରେ ମା ଶ୍ୟାମଳାଙ୍କ ନାମରେ ‘ଶ୍ୟାମଳା’ ଥିଲା ବୋଲି ମଧ୍ୟ କୁହାଯାଇ ଏହାର ନାଁ ପରିବର୍ତ୍ତନ ଦାବି ଆସିଲାଣି। କିଛି ଲୋକେ ତ ଯୋଗୀଙ୍କୁ ତାଙ୍କ ପରି ଦେଖାଯାଉଥିବା ହଲିଉଡ୍‌ ଷ୍ଟାର ଭିନ୍‌ ଡିଜେଲଙ୍କ ନାମ ରଖିବାକୁ ପ୍ରସ୍ତାବ ଦେଇଛନ୍ତି। ଦେଖନ୍ତୁ ଆଉ କିଛି ମଜାଦାର ପୋଷ୍ଟ। 
Advertisment

https://twitter.com/bhatia_niraj23/status/1053217230584836097
https://twitter.com/indroneilbiswas/status/1053357639843831808

https://twitter.com/Ankit_leo89/status/1053049514934841344

https://twitter.com/AnkitLal/status/1053190332454711303

/> /> /> /> />https://twitter.com/Gurgaanva_Wala/status/1053174376336633856

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe