Advertisment

ଆଖି ବୁଜିଲେ ବିଜେପି ନେତ୍ରୀ ସୋନାଲି ଫୋଗାଟ

ପାଣାଜୀ: ଆଖି ବୁଜିଲେ ପପୁଲାର ଟିକ୍‌ଟକ୍‌ ଷ୍ଟାର ତଥା ଭାରତୀୟ ଜନତା ପାର୍ଟି ନେତ୍ରୀ ସୋନାଲି ଫୋଗାଟ ।  ୪୨ ବର୍ଷୀୟ ସୋନାଲି କୌଣସି କାମରେ ଗୋଆ ଯାଇଥିବା ବେଳେ ସେଠାରେ ଗତକାଲି ରାତିରେ ହୃଦଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ସୋନାଲି୨୦୧୯ ମସିହାରେ ହରିୟାଣା ନିର୍ବାଚନରେ ବିଜେପି ଟିକେଟରୁ ଆଦମପୁର ବିଧାନସଭା କ୍ଷେତ୍ର ପାଇଁ ନିର୍ବାଚନ  ଲଢ଼ିଥିଲେ । ମାତ୍ର ସେ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ହାରି ଯାଇଥିଲେ। ମୃତ୍ୟୁର କିଛି ସମୟ ପୂର୍ବରୁ ସୋନାଲି […]

ଅଦ୍ୟତନ ହୋଇଛି
ବିଜେପି ନେତ୍ରୀଙ୍କ ମୃତ୍ୟୁ ଘଟଣାର ନୂଆ ଟ୍ୱିଷ୍ଟ: ସୋନାଲିଙ୍କୁ ଅଧିକ ନିଶା ଦିଆଯାଇଥିଲା

sonali

Advertisment

ପାଣାଜୀ: ଆଖି ବୁଜିଲେ ପପୁଲାର ଟିକ୍‌ଟକ୍‌ ଷ୍ଟାର ତଥା ଭାରତୀୟ ଜନତା ପାର୍ଟି ନେତ୍ରୀ ସୋନାଲି ଫୋଗାଟ ।  ୪୨ ବର୍ଷୀୟ ସୋନାଲି କୌଣସି କାମରେ ଗୋଆ ଯାଇଥିବା ବେଳେ ସେଠାରେ ଗତକାଲି ରାତିରେ ହୃଦଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

Advertisment

ସୋନାଲି୨୦୧୯ ମସିହାରେ ହରିୟାଣା ନିର୍ବାଚନରେ ବିଜେପି ଟିକେଟରୁ ଆଦମପୁର ବିଧାନସଭା କ୍ଷେତ୍ର ପାଇଁ ନିର୍ବାଚନ  ଲଢ଼ିଥିଲେ । ମାତ୍ର ସେ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ହାରି ଯାଇଥିଲେ। ମୃତ୍ୟୁର କିଛି ସମୟ ପୂର୍ବରୁ ସୋନାଲି ଏକ ନୂଆ ଭିଡିଓ ପୋଷ୍ଟ କରିଥିଲେ। ଏଥିସହ ଟ୍ୱିଟର ଆକାଉଣ୍ଟରେ ବି ସେ ନିଜ ପ୍ରୋଫାଇଲ ପିକଚର ବଦଳାଇ ଦେଇଥିଲେ।

ସୋନାଲି ବିଗ୍‌ ବସ୍‌-୧୪ରେ ପ୍ରତିଯୋଗୀ ଭାବେ ସାମିଲ ହୋଇଥିଲେ। ସେହି ସମୟରେ ସେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ଖୁଲାସା କରିଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ଜୀବନରେ ଆଉ ଜଣେ ଆସିଥିବା ସ୍ୱୀକାର କରିଥିଲେ ସୋନାଲି। ହେଲେ ଏହି ସମ୍ପର୍କ ଆଗକୁ ବଢ଼ି ପାରିଲାନି ବୋଲି ସେ କ୍ୟାମେରା ଆଗରେ ରହିଥିଲେ।

Advertisment

ସୋନାଲିଙ୍କର ଏକ କନ୍ୟା ସନ୍ତାନ ଥିବା ଜଣାଯାଇଛି। ତାଙ୍କ ଅଚାନକ ମୃତ୍ୟୁକୁ ଫ୍ୟାନ୍ସ ସହଜେ ହଜମ କରିପାରୁ ନ ଥିବା ବେଳେ ପୁଲିସ୍‌ ଏହାର ତଦନ୍ତ ଆରମ୍ଭ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe