Advertisment

ପ୍ରବାସୀ ଶ୍ରମିକଙ୍କ ପାଇଁ କେନ୍ଦ୍ର ସିରିୟସ ନୁହେଁ ବୋଲି କହିଲେ ସୋନିଆ

ନୂଆଦିଲ୍ଲୀ: କରୋନା ଲକଡାଉନ ଭିତରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ। ପ୍ରବାସୀ ଶ୍ରମିକମାନେ ଯନ୍ତ୍ରଣା ଭୋଗୁଥିଲେ ମଧ୍ୟ ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ସେମାନଙ୍କ ପ୍ରସଙ୍ଗରେ ଆଦୌ ସିରିୟସ ନୁହନ୍ତି। ସେମାନଙ୍କ ଦୁଃଖ ଲାଘଭ କରିବା ପାଇଁ କେନ୍ଦ୍ର ସରକାର ସେମାନଙ୍କୁ ଆକାଉଣ୍ଟକୁ ଟଙ୍କା ପଠାଇବାର ବ୍ୟବସ୍ଥା କରନ୍ତୁ ବୋଲି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି କହିଛନ୍ତି। କଂଗ୍ରେସ ପକ୍ଷରୁ ଆଜିଠାରୁ ଅନଲାଇନରେ ସ୍ପିକ ଅପ୍‌ ନାଁରେ ଅଭିଯାନ ଆରମ୍ଭ କରାଯାଇଛି। ଏଥିରେ […]

author-image
Hemant Lenka
ଅଦ୍ୟତନ ହୋଇଛି
ପ୍ରବାସୀ ଶ୍ରମିକଙ୍କ ପାଇଁ କେନ୍ଦ୍ର ସିରିୟସ ନୁହେଁ ବୋଲି କହିଲେ ସୋନିଆ

cb

ନୂଆଦିଲ୍ଲୀ: କରୋନା ଲକଡାଉନ ଭିତରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ। ପ୍ରବାସୀ ଶ୍ରମିକମାନେ ଯନ୍ତ୍ରଣା ଭୋଗୁଥିଲେ ମଧ୍ୟ ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ସେମାନଙ୍କ ପ୍ରସଙ୍ଗରେ ଆଦୌ ସିରିୟସ ନୁହନ୍ତି। ସେମାନଙ୍କ ଦୁଃଖ ଲାଘଭ କରିବା ପାଇଁ କେନ୍ଦ୍ର ସରକାର ସେମାନଙ୍କୁ ଆକାଉଣ୍ଟକୁ ଟଙ୍କା ପଠାଇବାର ବ୍ୟବସ୍ଥା କରନ୍ତୁ ବୋଲି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି କହିଛନ୍ତି।

Advertisment

କଂଗ୍ରେସ ପକ୍ଷରୁ ଆଜିଠାରୁ ଅନଲାଇନରେ ସ୍ପିକ ଅପ୍‌ ନାଁରେ ଅଭିଯାନ ଆରମ୍ଭ କରାଯାଇଛି। ଏଥିରେ ସମସ୍ତଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି, ଦୀର୍ଘ ଦୁଇ ମାସ ହେଲା କରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଜାରି କରାଯାଇଛି। ହେଲେ ଏହା ଦ୍ୱାରା ଶ୍ରମିକମାନଙ୍କ ଠାରୁ ଆରମ୍ଭ କରି ସମାଜର ପ୍ରତିଟି ବର୍ଗର ଲୋକ କଷ୍ଟ ସହୁଛନ୍ତି।

କିନ୍ତୁ ଏକଥା କେନ୍ଦ୍ର ସରକାର ବୁଝି ପାରୁନାହାନ୍ତି। ଶ୍ରମିକମାନେ ଚାଲିଚାଲି ଘରକୁ ଫେରୁଛନ୍ତି, କୋଟି କୋଟି ଲୋକ ଜୀବିକା ହରାଇଛନ୍ତି, ବ୍ୟବସାୟ ଠପ ହୋଇଯାଇଛି। ଦୁଇ ମାସ ହେଲାଣି ଲୋକମାନେ ନାଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଛି। ଲକଡାଉନ ଯୋଗୁ ଚାଷୀମାନେ ନିଜ ଉତ୍ପାଦ ବିକ୍ରି କରିପାରୁନାହାନ୍ତି।

Advertisment

ପୂରା ଦେଶ ଲକଡାଉନ ଯୋଗୁ ପ୍ରଭାବିତ ହୋଇଛି। ହେଲେ ଏକଥା ବୋଧେ ସରକାରଙ୍କୁ ଦେଖାଯାଉନାହିଁ। କଂଗ୍ରେସର ବନ୍ଧୁମାନେ ଗରିବଙ୍କ ସ୍ୱର ପାଲଟିବେ। ସେମାନେ ସମସ୍ତେ ସୋଶାଲ ମିଡିଆରେ ସରକାରଙ୍କୁ ତାଙ୍କ ଭୁଲ ଅବଗତ କରାଇବା ପାଇଁ ପ୍ରଚାର କରିବେ।

ସରକାର ତୁରନ୍ତ ରାଜକୋଷର ତାଲା ଫିଟାନ୍ତୁ ଓ ଆବଶ୍ୟକ ଥିବା ଲୋକଙ୍କୁ ଅର୍ଥ ଦିଅନ୍ତୁ। ପ୍ରବାସୀ ଶ୍ରମିକଙ୍କ ପାଇଁ ମୋଦି ସରକାର ଆଦୌ ସିରିୟସ ନୁହନ୍ତି। ସେମାନଙ୍କ କଷ୍ଟ ଲାଘବ କରିବା ପାଇଁ ତୁରନ୍ତ ଗରିବଙ୍କ ଖାତାକୁ ୭,୫୦୦ ଟଙ୍କା ଲେଖାଏ ପଠାନ୍ତୁ। ଏହି ଆର୍ଥିକ ସହାୟତା ଦ୍ୱାରା ସେମାନେ ସଙ୍କଟମୟ ପରିସ୍ଥିତିର ଉଚିତ ମୁକାବିଲା କରିପାରିବେ।”

Coronavirus Lockdown