mehbooba-sonia
ଜମ୍ମୁ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ମଧ୍ୟରେ ସାକ୍ଷାତକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସୟିଦଙ୍କ ପରଲୋକ ପରେ ଜମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହୋଇଛି। ତେବେ ମେହବୁବା ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ସେ ଏନେଇ କିଛି ସ୍ପଷ୍ଟ କରିନାହାନ୍ତି। ସେ ଦୃଷ୍ଟିରୁ ମେହବୁବା ଓ ସୋନିଆଙ୍କ ସାକ୍ଷାତକାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ବିଜେପି ଓ ପିଡିପି ମଧ୍ୟରେ ମେଣ୍ଟ ସରକାର ଥିଲେ ବି ବିଭିନ୍ନ ପ୍ରସଙ୍ଗକୁ ନେଇ ଦୁଇ ଦଳ ମଧ୍ୟରେ ତୀବ୍ର ମତଭେଦ ରହିଛି। ସେହିପରି ମେହବୁବା ମେଣ୍ଟ ସରକାରର ଭବିଷ୍ୟତ ନେଇ ବିଜେପି ଆଗରେ କେତେକ କଠୋର ସର୍ତ୍ତ ରଖିଛନ୍ତି। ସେଦୃଷ୍ଟିରୁ ରାଜ୍ୟର ରାଜନୈତିକ ସମୀକରଣ ବଦଳିବା ନେଇ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ମେହବୁବାଙ୍କ ସହ ତାଙ୍କ ସାକ୍ଷାତ ରାଜନୈତିକ ନ ଥିଲା ବୋଲି ସୋନିଆ କହିଛନ୍ତି। ସେ ସମବେନଦା ଜଣାଇବାକୁ ମେହବୁବାଙ୍କ ଭେଟିଥିବା କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/01/mehbooba-sonia.jpg)