Advertisment

ଦୁର୍ଗା ମଣ୍ଡପରେ ଲକଡାଉନ ଯନ୍ତ୍ରଣାର ଦୃଶ୍ୟ ସହ ସୋନୁ ସୁଦ୍‌ଙ୍କ ପ୍ରତିମୂର୍ତ୍ତି, ଦେଖନ୍ତୁ ଭିଡିଓ

କୋଲକାତା: ଲକଡାଉନ ବେଳେ ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିଥିବା ବଲିଉଡ ଅଭିନେତା ସୋନୁ ସୁଦ୍‌ ସମସ୍ତଙ୍କ ହୃଦୟ ଜିତିଥିଲେ। ସୋନୁ ସୁଦ୍‌ଙ୍କୁ ଏବେ ଦୁର୍ଗା ପୂଜା ପାଇଁ ନିର୍ମିତ ମଣ୍ଡପରେ ଅଭିନବ ଶୈଳୀରେ ସମ୍ମାନିତ କରାଯାଇଛି। କୋଲକାତାର କେସ୍ତୋପୁର ପ୍ରଫୁଲ୍ଲ କାନନ ଦୁର୍ଗା ପୂଜା କମିଟି ପକ୍ଷରୁ ସୋନୁ ସୁଦ୍‌ଙ୍କ ନିଃସ୍ୱାର୍ଥପର ସେବା ପାଇଁ ତାଙ୍କର ଗୋଟିଏ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି। ଏଥିସହ କରୋନା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ […]

author-image
Hemant Lenka
ଦୁର୍ଗା ମଣ୍ଡପରେ ଲକଡାଉନ ଯନ୍ତ୍ରଣାର ଦୃଶ୍ୟ ସହ ସୋନୁ ସୁଦ୍‌ଙ୍କ ପ୍ରତିମୂର୍ତ୍ତି, ଦେଖନ୍ତୁ ଭିଡିଓ

fn

କୋଲକାତା: ଲକଡାଉନ ବେଳେ ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିଥିବା ବଲିଉଡ ଅଭିନେତା ସୋନୁ ସୁଦ୍‌ ସମସ୍ତଙ୍କ ହୃଦୟ ଜିତିଥିଲେ। ସୋନୁ ସୁଦ୍‌ଙ୍କୁ ଏବେ ଦୁର୍ଗା ପୂଜା ପାଇଁ ନିର୍ମିତ ମଣ୍ଡପରେ ଅଭିନବ ଶୈଳୀରେ ସମ୍ମାନିତ କରାଯାଇଛି। କୋଲକାତାର କେସ୍ତୋପୁର ପ୍ରଫୁଲ୍ଲ କାନନ ଦୁର୍ଗା ପୂଜା କମିଟି ପକ୍ଷରୁ ସୋନୁ ସୁଦ୍‌ଙ୍କ ନିଃସ୍ୱାର୍ଥପର ସେବା ପାଇଁ ତାଙ୍କର ଗୋଟିଏ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି।

Advertisment

ଏଥିସହ କରୋନା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ ବେଳେ ଲୋକମାନେ ଭୋଗିଥିବା ଯନ୍ତ୍ରଣାକୁ ମଧ୍ୟ ପ୍ରତିମୂର୍ତ୍ତି ଜରିଆରେ ପ୍ରଦର୍ଶନ କରାଯାଇଛି। ଲକଡାଉନ ବେଳେ ପ୍ରବାସୀ ଶ୍ରମିକମାନେ ଚାଲିଚାଲି ଘରକୁ ଫେରୁଥିବା ବେଳେ ଆଉ କିଛି ଲୋକ ସାଇକେଲରେ ମଧ୍ୟ ନିଜ ଜନ୍ମ ମାଟିକୁ ଫେରୁଥିବା ପୂରା ଦେଶ ଦେଖିଥିଲା। ଏହି ସମୟରେ ଜଣେ ମହିଳା ତାଙ୍କ ଛୁଆକୁ ସୁଟକେସ୍‌ ଉପରେ ସୁଆଇ ଘରକୁ ଆଣୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ସେହିପରି ଗୁରୁଗ୍ରାମରୁ ବିହାରକୁ ଜଣେ ଯୁବତୀ ତାଙ୍କ ଆହତ ବାପାଙ୍କୁ ସାଇକେଲରେ ବସାଇ ଦୀର୍ଘ ୧୨୦୦ କିମି ରାସ୍ତା ଆଣିବା ଚର୍ଚ୍ଚାର ବିଷୟ ହୋଇଥିଲା।

ଏହି ସମସ୍ତ ଦୃଶ୍ୟକୁ ପ୍ରତିମୂର୍ତ୍ତି ଆକରରେ ଅତି ସୁନ୍ଦର ଭାବେ ଦୁର୍ଗା ପୂଜା ମଣ୍ଡପରେ ପ୍ରଦର୍ଶନ କରାଯାଇଛି। ଏଗୁଡ଼ିକ ବେଶ ଜୀବନ୍ତ ଲାଗୁଛନ୍ତି। ଆମେ ଯଦି ସୋନୁ ସୁଦ୍‌ଙ୍କ ପ୍ରତିମୂର୍ତ୍ତି କଥା ଦେଖିବା, ତା’ହେଲେ ଏହା ନିକଟରେ ଗୋଟିଏ ବସ୍‌ ରହିଛି। ସେହିପରି କିଛି ଲୋକ ହାତ ଯୋଡ଼ି ତାଙ୍କ ସାମ୍ନାରେ ଛିଡ଼ା ହୋଇଛନ୍ତି।
ସୌଜନ୍ୟ: ଇଣ୍ଡିଆ ଟୁଡେ
https://twitter.com/i/status/1318883070733291520

Advertisment

ସୋନୁ ସୁଦ୍‌ ଲକଡାଉନ ବେଳେ କେବଳ ପ୍ରବାସୀ ଶ୍ରମିକଙ୍କୁ ବସ୍‌ ଯୋଗେ ସେମାନଙ୍କ ଘରକୁ ପଠାଇ ନଥିଲେ। ବରଂ ଛାତ୍ରଛାତ୍ରୀ ଓ ଯୁବକମାନଙ୍କୁ ମଧ୍ୟ ସେମାନଙ୍କ ଘରକୁ ପଠାଇବାର ବ୍ୟବସ୍ଥା କରିଥିଲେ। ସେହିପରି ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିଥିଲେ।