୨୯ ତାରିଖରୁ ଧୀରେଧୀରେ ଅପସରି ଯିବ ମୌସୁମୀ

ନୂଆଦିଲ୍ଲୀ: ନିର୍ଦ୍ଧାରିତ ତାରିଖ ପୂର୍ବରୁ ଭାରତରେ ପ୍ରବେଶ କରିଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟର ଫେରିବା ସମୟ ଆସିଯାଇଛି। ଆସନ୍ତା ୨୯ ତାରିଖ ଶନିବାରଠାରୁ ଦକ୍ଷିଣ ପଶ୍ଚିମ ବାୟୁ ଧୀରେଧୀରେ ଉତ୍ତର ପଶ୍ଚିମ ଭାରତରୁ ବିଦାୟ ନେବ। ଏହାପରେ ପର୍ଯ୍ୟାୟକ୍ରମେ ସମଗ୍ର ଭାରତରୁ ମୌସୁମୀ ଅପସରି ଯିବ। ସାଧାରଣତଃ ସେପ୍ଟେମ୍ବର ୧ରୁ ମୌସୁମୀର ବିଦାୟ ପର୍ବ ଆରମ୍ଭ ହୁଏ। କିନ୍ତୁ ଏଥର ଶୀଘ୍ର ଆସିଥିବା ମୌସୁମୀ ବିଳମ୍ବରେ ବିଦାୟ ନେବାକୁ ଯାଉଛି।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏବେ ମୌସୁମୀ ଫେରିଯିବା ପାଇଁ ଦେଶରେ ଉପଯୁକ୍ତ ପରିବେଶ ସୃଷ୍ଟି ହୋଇଛି। ତେଣୁ ୨୯ ତାରିଖରୁ ମୌସୁମୀ ବିଦାୟ ନେବା ଆରମ୍ଭ କରିବ। ଏବେ ପଶ୍ଚିମ ରାଜସ୍ଥାନରେ ଶୁଖିଲା ପାଗ ରହିଥିବା ବେଳେ ବାୟୁମଣ୍ଡଳରେ ମୌସୁମୀ ପ୍ରବାହ ପାଇଁ ଆବଶ୍ୟକ ଆର୍ଦତା  ମଧ୍ୟ ହ୍ରାସ ପାଇବାରେ ଲାଗିଛି। ୨୭ ସେପ୍ଟେମ୍ବରଠାରୁ ଏଭଳି ପାଗ ସୃଷ୍ଟି ହୋଇଥିବାରୁ ୨୯ ତାରିଖରୁ ରାଜସ୍ଥାନର ପୂର୍ବ-ପଶ୍ଚିମ ଭାଗରୁ ମୌସୁମୀ ଲେଉଟିବା ଆରମ୍ଭ କରିବ।

ଗତ କିଛି ସପ୍ତାହ ହେଲା ଉତ୍ତର ଓ କେନ୍ଦ୍ରୀୟ ଭାରତରେ ଯେଉଁଭଳି ବର୍ଷା ହେଉଛି, ଏଥିରୁ ସ୍ପଷ୍ଟ ଅନୁମେୟ ଯେ ମୌସୁମୀ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। କାରଣ ମୌସୁମୀ ଶେଷ ଭାଗରେ ଯେଉଁଭଳି ବର୍ଷିଥାଏ, ଠିକ୍‌ ଅନୁରୂପ ବର୍ଷା ଉପରୋକ୍ତ ଅଞ୍ଚଳଗୁଡ଼ିକରେ ହେଉଛି।

ଚଳିତ ବର୍ଷ ସମଗ୍ର ଦେଶରେ ମୌସୁମୀ ସ୍ୱାଭାବିକଠାରୁ ୯% କମ୍‌ ବର୍ଷିଛି। ତେବେ ପୂର୍ବ ଓ ଉତ୍ତରପୂର୍ବ ଅଞ୍ଚଳରେ ମୌସୁମୀ ଏଯାବତ୍‌ ୨୪% କମ୍‌ ବର୍ଷିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତଚ ବର୍ଷ ମୌସୁମୀ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା।

ଆହୁରି ପଢ଼ନ୍ତୁ

କଂଗ୍ରେସର ପୂର୍ବତନ ବିଧାୟକ ଗୁରୁପଦ ନନ୍ଦଙ୍କ ପରଲୋକ

ଯୌନ ଆଭିମୁଖ୍ୟକୁ ନେଇ ଫସିବା ପରେ ସ୍ପଷ୍ଟୀକରଣ ଦେଲା ଏୟାରଟେଲ୍

ତିନି ଦିନ ପ୍ରବଳ ବର୍ଷା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଫେବୃଆରୀ ସୁଦ୍ଧା ଅଧା ଭାରତୀୟ କରୋନାରେ ଆକ୍ରାନ୍ତ ହୋଇପାରନ୍ତି: ସରକାରୀ ପ୍ୟାନେଲ

ମଉଳି ଗଲା ଲ’ ଛାତ୍ରୀଙ୍କ ଲଭଷ୍ଟୋରୀ, ମାରିଦେଲା ପ୍ରେମିକ

୨୪ ଘଣ୍ଟାରେ ସୁସ୍ଥ ହେଲେ ୨୭୩୮ କରୋନା ଆକ୍ରାନ୍ତ

ଗଞ୍ଜେଇ ଖାଇଲେ ଫୁସଫୁସର କ୍ଷତି କରିପାରିବ ନାହିଁ କରୋନା!

ଲଦାଖରୁ ଧରାପଡ଼ିଲେ ଚାଇନା ଯବାନ, ପ୍ରତିରକ୍ଷା ଦସ୍ତାବିଜ୍ ମିଳିଲା

ଏସିଆରେ କାହାର ଶକ୍ତି କେତେ, ଜାଣନ୍ତୁ କେଉଁ ଦେଶ କେତେ ନମ୍ବରରେ ଅଛନ୍ତି

ଦଶାହରେ ଯୋଗ ଦେବାକୁ ଯାଉଥିଲେ, ଓଲଟିଗଲା ଅଟୋ

ଲକଡାଉନ୍ ପରେ ବଢ଼ିଛି ମେରୁଦଣ୍ଡ ଜନିତ ସମସ୍ୟା

ମହଙ୍ଗା ପଡ଼ିଲା ଜନ୍ମଦିନ ଆୟୋଜନ; ସିଲ୍‌ ହେଲା ବାର୍‌