Advertisment

ଅର୍ଣ୍ଣବ ଗୌସ୍ୱାମୀ ଗିରଫଦାରୀ: ରାଇଗଡ଼ ଏସପିଙ୍କୁ ଏମଏଚଆରସିର ସମନ

ମୁମ୍ବାଇ: ରିପବ୍ଲିକ୍ ଟିଭି ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୁଲିସ ଗିରଫ କରିବା ପରିପ୍ରେକ୍ଷୀରେ ମହାରାଷ୍ଟ୍ର ରାଜ୍ୟ ମାନବାଧିକାର ଆୟୋଗ (ଏମଏଚଆରସି) ଆଜି ରାଇଗଡ଼ ଏସପିଙ୍କୁ ସମନ କରିଛି। ଆସନ୍ତା କାଲି ଅର୍ଥାତ୍ ଶୁକ୍ରବାର ଦିନ ୧୧ଟା ବେଳେ ଏମଏଚଆରସି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ପ୍ରକାଶ ଥାଉ କି, ଆଇନଜୀବୀ ଆଦିତ୍ୟ ମିଶ୍ରା ଅର୍ଣ୍ଣବ ଗୌସ୍ୱାମୀଙ୍କ ବେଆଇନ ଗିରଫଦାରୀକୁ ନେଇ ଏମଏଚଆରସିଙ୍କ ନିକଟରେ ଏକ ଯାଚିକା ଦାଖଲ କରିବା ସହ ମାମଲାର ତତ୍କାଳ […]

author-image
Pragnya Choudhury
ଅର୍ଣ୍ଣବ ଗୌସ୍ୱାମୀ ଗିରଫଦାରୀ: ରାଇଗଡ଼ ଏସପିଙ୍କୁ ଏମଏଚଆରସିର ସମନ

arnab

ମୁମ୍ବାଇ: ରିପବ୍ଲିକ୍ ଟିଭି ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୁଲିସ ଗିରଫ କରିବା ପରିପ୍ରେକ୍ଷୀରେ ମହାରାଷ୍ଟ୍ର ରାଜ୍ୟ ମାନବାଧିକାର ଆୟୋଗ (ଏମଏଚଆରସି) ଆଜି ରାଇଗଡ଼ ଏସପିଙ୍କୁ ସମନ କରିଛି। ଆସନ୍ତା କାଲି ଅର୍ଥାତ୍ ଶୁକ୍ରବାର ଦିନ ୧୧ଟା ବେଳେ ଏମଏଚଆରସି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି।

Advertisment

ପ୍ରକାଶ ଥାଉ କି, ଆଇନଜୀବୀ ଆଦିତ୍ୟ ମିଶ୍ରା ଅର୍ଣ୍ଣବ ଗୌସ୍ୱାମୀଙ୍କ ବେଆଇନ ଗିରଫଦାରୀକୁ ନେଇ ଏମଏଚଆରସିଙ୍କ ନିକଟରେ ଏକ ଯାଚିକା ଦାଖଲ କରିବା ସହ ମାମଲାର ତତ୍କାଳ ବିଚାର ପାଇଁ ଅନୁରୋଧ କରିଥିଲେ। ଏନେଇ ଆୟୋଗ ରାଇଗଡ଼ ଏସପିଙ୍କୁ ସମନ କରିବା ସହ ସମସ୍ତ ଦସ୍ତାବିଜ ସହ ହାଜର ହେବାକୁ ନୋଟିସ୍ ଦେଇଛନ୍ତି।

ସୂଚନାଯୋଗ୍ୟ, ଅର୍ଣ୍ଣବ ଗୌସ୍ୱାମୀଙ୍କୁ ବୁଧବାର ସକାଳେ କୌଣସି ନୋଟିସ ନ ଦେଇ ଗିରଫ କରାଯାଇଛି। କେତେଜଣ ପୁଲିସ ଅଧିକାରୀ ତାଙ୍କ ବାସଭବନରେ ପହଞ୍ଚି, ମାରପିଟ୍ ଜର ଜୋରଜବରଦସ୍ତ ଅର୍ଣ୍ଣବଙ୍କୁ ଗିରଫ କରିଥିଲେ। ମୁମ୍ବାଇ ପୁଲିସ କୌଣସି ପୂର୍ବ ସୂଚନା ବିନା ଏକ ପୁରୁଣା ମାମଲା, ଯାହାର ଫାଇଲ ବନ୍ଦ ହୋଇସାରିଛି ତା'ରି ଆଧାରରେ ଅର୍ଣ୍ଣବଙ୍କୁ ଗିରଫ କରି ଅଲିବାଗ ନେଇଗଲା।

Advertisment
Arnab Goswami Republic Tv