Advertisment

ଶୁକ୍ରବାରଠାରୁ ଢାକା ଦେଇ ଅଗରତଲା-କୋଲକାତା ବସ୍ ସେବା

ଅଗରତଲା: ଆସନ୍ତା ଶୁକ୍ରବାର ତ୍ରିପୁରାର ରାଜଧାନୀ ଅଗରତଲାରୁ ବାଂଲାଦେଶର ରାଜଧାନୀ ଢାକା ଦେଇ କୋଲାକାତାକୁ ବସ୍ ସେବା ଆରମ୍ଭ କରାଯିବ। ତ୍ରିପୁରାର ପରିବହନ ମନ୍ତ୍ରୀ ମାନିକ ଦେ କହିଛନ୍ତି, ଏହି ବସ୍ ଯାତ୍ରା ଆଜି ଆରମ୍ଭ ହେବାର ଥିଲା। କିନ୍ତୁ ଗତ ସୋମବାର ଢାକାରେ ତ୍ରିପୁରା ସଡ଼କ ପରିବହନ ନିଗମର ଅଧିକାରୀ ଏଲ.ଜେ ରୋଖୁମଙ୍କୁ ଅଶାଳୀନ ବ୍ୟବହାର କରାଯିବା ଯୋଗୁଁ ଏହାକୁ ଶୁକ୍ରବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ରୋଖୁମ୍ ଗତ ସୋମବାର ଢାକା ଯାଇଥିଲେ ରୋଡ୍ ପରମିଟ୍ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଶୁକ୍ରବାରଠାରୁ ଢାକା ଦେଇ ଅଗରତଲା-କୋଲକାତା ବସ୍ ସେବା

volvo

ଅଗରତଲା: ଆସନ୍ତା ଶୁକ୍ରବାର ତ୍ରିପୁରାର ରାଜଧାନୀ ଅଗରତଲାରୁ ବାଂଲାଦେଶର ରାଜଧାନୀ ଢାକା ଦେଇ କୋଲାକାତାକୁ ବସ୍ ସେବା ଆରମ୍ଭ କରାଯିବ। ତ୍ରିପୁରାର ପରିବହନ ମନ୍ତ୍ରୀ ମାନିକ ଦେ କହିଛନ୍ତି, ଏହି ବସ୍ ଯାତ୍ରା ଆଜି ଆରମ୍ଭ ହେବାର ଥିଲା। କିନ୍ତୁ ଗତ ସୋମବାର ଢାକାରେ ତ୍ରିପୁରା ସଡ଼କ ପରିବହନ ନିଗମର ଅଧିକାରୀ ଏଲ.ଜେ ରୋଖୁମଙ୍କୁ ଅଶାଳୀନ ବ୍ୟବହାର କରାଯିବା ଯୋଗୁଁ ଏହାକୁ ଶୁକ୍ରବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ରୋଖୁମ୍ ଗତ ସୋମବାର ଢାକା ଯାଇଥିଲେ ରୋଡ୍ ପରମିଟ୍ ପାଇଁ ଯାଇଥିଲେ। ତେବେ ସେଠାରେ ସେ କିଛି ଅପରାଧୀଙ୍କ ଦ୍ୱାରା ଦୁର୍ବ୍ୟବହାରର ଶିକାର ହୋଇଥିଲେ। ସେମାନେ ତାଙ୍କଠାରୁ ରୋଡ୍ ପରମିଟ୍ ଛଡ଼ାଇ ନେଇଥିଲେ। ସେ ସଙ୍ଗେ ସଙ୍ଗେ ଘଟଣା ସଂପର୍କରେ ତ୍ରିପୁରାର ପରିବହନ ସଚିବଙ୍କୁ ଘଟଣା ସଂପର୍କରେ ଅବଗତ କରାଇଥିଲେ। ଏହା ପରେ ତ୍ରିପୁରା ସରକାର ଢାକାରେ ଥିବା ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରିଥିଲେ। ତା’ପରେ ରୋଖୁମଙ୍କୁ ଅନ୍ୟ ଏକ ରୋଡ୍ ପରମିଟ୍ ବାଂଲାଦେଶ ସରକାର ଦେଇଥିଲେ। ରୋଡ୍ ପରମିଟ୍ ଧରି ସେ ଗତକାଲି ତ୍ରିପୁରା ଫେରିଛନ୍ତି।

Advertisment

ଅଗରତଲାରୁ ଢାକା ଦେଇ କୋଲକାତାକୁ ବସ୍ ଚଳାଚଳ କରାଇବା ପାଇଁ ତ୍ରିପୁରା ସରକାର ୯୧ ଲକ୍ଷ ଟଙ୍କାରେ ଏକ ଭୋଲଭୋ ବସ୍ କିଣିଛନ୍ତି। ବସଟିରେ ୪୫ଟି ସିଟ୍ ରହିଛି।

କୋଲକାତା-ଢାକା ବସ୍ ସେବାକୁ ୧୯୯୯ ଜୁନ୍ ୧୯ ତାରିଖରେ ଶୁଭାରମ୍ଭ କରିଥିଲେ ତତକାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ସେହିଭଳି ଅଗରତଲା-ଢାକା ବସ୍ ସେବା ୨୦୦୩ରେ ଶୁଭାରମ୍ଭ ହୋଇଥିଲା। ଚଳିତ ବର୍ଷ ଜୁନ୍ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶେଖ୍ ହସିନା ମିଳିତ ଭାବେ ଶୁଭାରମ୍ଭ କରିଥିଲେ ଢାକା-ସିଲଂ-ଗୌହାଟି ଏବଂ କୋଲକାତା-ଢାକା-ଅଗରତାଲା ବସ୍ ସେବା।

Advertisment