Advertisment

ସୁନନ୍ଦା ପୁଷ୍କର ହତ୍ୟା ମାମଲା: ତିନି ସାକ୍ଷୀଙ୍କର ହେବ ପଲିଗ୍ରାଫ୍ ଟେଷ୍ଟ୍

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ପତ୍ନୀ ସୁନନ୍ଦା ପୁଷ୍କର ହତ୍ୟା ଘଟଣାରେ ତିନି ଜଣ ସାକ୍ଷୀଙ୍କ ପଲିଗ୍ରାଫ୍ ଟେଷ୍ଟ୍ କରିବାକୁ ଚାହୁଁଛି ଦିଲ୍ଲୀ ପୋଲିସ୍। ଏହି ତିନି ସାକ୍ଷୀ ହେଲେ ନରୈନ ସିଂହ (ଘରୋଇ ସହାୟକ), ବଜରଙ୍ଗୀ (ଡ୍ରାଇଭର) ଓ ଶଶୀ ଥରୁରଙ୍କ ସାଙ୍ଗ ସଞ୍ଜୟ ଦେୱାନ। ପଲିଗ୍ରାଫ୍ ଟେଷ୍ଟ ଜରୁରୀ ବୋଲି ଦାବି କରି ଦିଲ୍ଲୀ ପୁଲିସ୍ ସ୍ଥାନୀୟ ଏକ କୋର୍ଟଙ୍କୁ କହିଛି ଯେ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ସଂପର୍କରେ ଏହି ତିନି ଜଣ […]

ଅଦ୍ୟତନ ହୋଇଛି
ସୁନନ୍ଦା ପୁଷ୍କର ହତ୍ୟା ମାମଲା: ତିନି ସାକ୍ଷୀଙ୍କର ହେବ ପଲିଗ୍ରାଫ୍ ଟେଷ୍ଟ୍

sunandapushkar

Advertisment

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ପତ୍ନୀ ସୁନନ୍ଦା ପୁଷ୍କର ହତ୍ୟା ଘଟଣାରେ ତିନି ଜଣ ସାକ୍ଷୀଙ୍କ ପଲିଗ୍ରାଫ୍ ଟେଷ୍ଟ୍ କରିବାକୁ ଚାହୁଁଛି ଦିଲ୍ଲୀ ପୋଲିସ୍। ଏହି ତିନି ସାକ୍ଷୀ ହେଲେ ନରୈନ ସିଂହ (ଘରୋଇ ସହାୟକ), ବଜରଙ୍ଗୀ (ଡ୍ରାଇଭର) ଓ ଶଶୀ ଥରୁରଙ୍କ ସାଙ୍ଗ ସଞ୍ଜୟ ଦେୱାନ। ପଲିଗ୍ରାଫ୍ ଟେଷ୍ଟ ଜରୁରୀ ବୋଲି ଦାବି କରି ଦିଲ୍ଲୀ ପୁଲିସ୍ ସ୍ଥାନୀୟ ଏକ କୋର୍ଟଙ୍କୁ କହିଛି ଯେ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ସଂପର୍କରେ ଏହି ତିନି ଜଣ ଅନେକ କଥା ଲୁଚାଉଛନ୍ତି। ତାଙ୍କ ମୃତ୍ୟୁ ସହିତ ଜଡ଼ିତ ପ୍ରସଙ୍ଗଗୁଡ଼ିକ ସଂପର୍କରେ ଏହି ତିନି ଜଣ ବେଶ୍ ଭଲ ଭାବେ ଅବଗତ ଅଛନ୍ତି ବୋଲି ଦିଲ୍ଲୀ ପୁଲିସ୍ ଦାବି କରିଛନ୍ତି। ସେହିଭଳି ଏମାନେ ମିଥ୍ୟା ସାକ୍ଷୀ ବି ଦେଇଛନ୍ତି। ଏହା ପରେ କୋର୍ଟ ଏହି ତିନି ସାକ୍ଷୀଙ୍କୁ ମେ’୨୦ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe