Advertisment

ଗୁଜରାଟ ଓ ଦିଲ୍ଲୀକୁ ଭର୍ତ୍ସନା କଲେ, ସବୁ ରାଜ୍ୟକୁ କରୋନା ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯଦି ରାଜ୍ୟ ଗୁଡ଼ିକ ଠିକ୍‌ ଭାବେ ପ୍ରସ୍ତୁତ ନ ହେବେ, ତା’ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ। ଆଜି ରାଜ୍ୟ ଗୁଡ଼ିକରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏଭଳି ବୟାନ ଦେଇଛନ୍ତି। ଏଥିସହ କରୋନା ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀ ଗୁଜରାଟ, ମହାରାଷ୍ଟ୍ର ଓ ଆସାମ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି, ସେକଥା ସତ୍ୟପାଠ ଜରିଆରେ ଦୁଇ ଦିନ ମଧ୍ୟରେ ଜଣାଇବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସୁପ୍ରିମକୋର୍ଟ […]

author-image
Hemant Lenka
ଗୁଜରାଟ ଓ ଦିଲ୍ଲୀକୁ ଭର୍ତ୍ସନା କଲେ, ସବୁ ରାଜ୍ୟକୁ କରୋନା ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

dy

ନୂଆଦିଲ୍ଲୀ: ଯଦି ରାଜ୍ୟ ଗୁଡ଼ିକ ଠିକ୍‌ ଭାବେ ପ୍ରସ୍ତୁତ ନ ହେବେ, ତା’ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ। ଆଜି ରାଜ୍ୟ ଗୁଡ଼ିକରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏଭଳି ବୟାନ ଦେଇଛନ୍ତି। ଏଥିସହ କରୋନା ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀ ଗୁଜରାଟ, ମହାରାଷ୍ଟ୍ର ଓ ଆସାମ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି, ସେକଥା ସତ୍ୟପାଠ ଜରିଆରେ ଦୁଇ ଦିନ ମଧ୍ୟରେ ଜଣାଇବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସୁପ୍ରିମକୋର୍ଟ ସବୁ ରାଜ୍ୟର ସରକାରମାନଙ୍କୁ କରୋନାର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ମଧ୍ୟ କହିଛନ୍ତି।

Advertisment

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଆର ସୁବାଷ ରେଡ୍ଡୀ ଓ ଜଷ୍ଟିସ ଏମପି ଶାହଙ୍କ ଖଣ୍ଡପୀଠ ବର୍ଦ୍ଧିତ କରୋନା ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀ ଓ ଗୁଜରାଟ ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ନେଇ ନଥିବା କହିଛନ୍ତି। ଏହି ଦୁଇ ରାଜ୍ୟକୁ ମଧ୍ୟ ପ୍ରବଳ ଭର୍ତ୍ସନା କରିଛନ୍ତି ଖଣ୍ଡପୀଠ।

Advertisment


ଖଣ୍ଡପୀଠ କହିଛନ୍ତି, ଚଳିତ ମାସରେ କରୋନା ସଂକ୍ରମଣ ହଠାତ୍‌ ବୃଦ୍ଧି ପାଇବା ମାମଲାର ଶୁଣାଣି ଆମେ କରୁଛୁ। ଆମେ ସବୁ ରାଜ୍ୟ ଠାରୁ କରୋନାର ଷ୍ଟାଟସ ରିପୋର୍ଟ ଚାହୁଁଛୁ। ଯଦି ରାଜ୍ୟଗୁଡ଼ିକ ଏବେ ଠାରୁ ସତର୍କ ନ ହେବେ, ତା’ହେଲେ ଡିସେମ୍ବରରେ ସ୍ଥିତି ଆହୁରି ଭୟଙ୍କର ହେବ।

ଦିଲ୍ଲୀରେ ଦିନକୁ ଦିନ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ବର୍ତ୍ତମାନ ଦିଲ୍ଲୀର ସ୍ଥିତି କ’ଣ? ଆପଣ ଆଉ ଅଧିକ କ’ଣ ସବୁ ପଦକ୍ଷେପ ନେବେ? ଆମେ ଏ ବିଷୟରେ ଜାଣିବା ପାଇଁ ଛାହୁଁଛୁ। ସବୁ ରାଜ୍ୟ କରୋନା ସଂକ୍ରମଣକୁ ରୋକିବାକୁ କ’ଣ ପଦକ୍ଷେପ ନେଇଛନ୍ତି ଓ କେନ୍ଦ୍ର ସରକାରଙ୍କ ଠାରୁ ସେମାନେ ଆଉ କ’ଣ ସହାୟତା ଚାହୁଁଛନ୍ତି ସେ ବିଷୟରେ ଜଣାଇବେ ବୋଲି ଖଣ୍ଡପୀଠ କହିଛନ୍ତି।

ଶୁଣାଣି ବେଳେ କେନ୍ଦ୍ର ପକ୍ଷରୁ ଦିଲ୍ଲୀ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନେଇଥିବା ପଦକ୍ଷେପ ଗୁଡ଼ିକ ବିଷୟରେ କୋର୍ଟଙ୍କୁ ଅବଗତ କରାଇଥିଲେ। ତଥାପି ଦିଲ୍ଲୀ ସରକାରଙ୍କୁ ଅନେକ ବିଷୟରେ ଉତ୍ତର ଦେବାକୁ ପଡ଼ିବ ବୋଲି କହିଛନ୍ତି।

ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କୁ କହିଛନ୍ତି, ଦିଲ୍ଲୀ ପଛକୁ ଗୁଜରାଟ ରହିଛି। ଗୁଜରାଟର କରୋନା ସ୍ଥିତି ମଧ୍ୟ ଭୟଙ୍କର। ଏହାକୁ ରୋକିବାକୁ କ’ଣ ପଦକ୍ଷେପ ନିଆଯାଇଛି? ଆପଣଙ୍କ ରାଜ୍ୟରେ କ’ଣ ସବୁ ଚାଲିଛି? ରାଜନୀତିକ ସମାବେଶ ପାଇଁ ଆପଣ କି ପଦକ୍ଷେପ ନେଇଛନ୍ତି? ଏସବୁ ବିଷୟରେ ଆମକୁ ଜଣାନ୍ତୁ ବୋଲି ଖଣ୍ଡପୀଠ କହିଛନ୍ତି।

ସୁପ୍ରିମକୋର୍ଟ ଏବେ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୭ରେ କରିବେ।