'ବିଧାୟକ, ସାଂସଦଙ୍କ ନାଁରେ ଚାଲିଥିବା ଅପରାଧିକ ମାମଲାର ତଥ୍ୟ ଦିଅ'

ନୂଆଦିଲ୍ଲୀ: ଅନେକ ସମୟରେ ଦେଖାଯାଏ ଜନତାଙ୍କ ଦ୍ୱାରା ନିର୍ବାଚିତ ନେତା, ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ବିଭିନ୍ନ ଅପରାଧିକ ମାମଲାରେ ଜଡ଼ିତ ହୋଇରହିଥାନ୍ତି । ଭାରତ ଭଳି ଗଣତାନ୍ତ୍ରିକ ଦେଶରେ ବିଧାୟକ, ସାଂସଦଙ୍କ ନାମରେ ଏକାଧିକ ଅପରାଧିକ ମାମଲା ଥିବା କୌଣସି ନୂଆ ବିଷୟ ନୁହେଁ । ଆଉ ଏହି ମାମଲାଗୁଡ଼ିକ ମଧ୍ୟ କୋର୍ଟରେ ଦୀର୍ଘ ସମୟ ଧରି ବିତାରଧୀନ ରହିଥାଏ । ତେବେ ଏହି ପରିପ୍ରେକ୍ଷୀରେ ଦେଶର ସର୍ବୋଚ୍ଚ ଅଦାଲତ ଏକ ବଡ଼ ନିର୍ଦ୍ଦେଶ ଶୁଣାଇଛନ୍ତି […]

Supreme Court

Pragnya Choudhury
  • Published: Friday, 11 September 2020
  • , Updated: 11 September 2020, 02:56 AM IST

ନୂଆଦିଲ୍ଲୀ: ଅନେକ ସମୟରେ ଦେଖାଯାଏ ଜନତାଙ୍କ ଦ୍ୱାରା ନିର୍ବାଚିତ ନେତା, ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ବିଭିନ୍ନ ଅପରାଧିକ ମାମଲାରେ ଜଡ଼ିତ ହୋଇରହିଥାନ୍ତି । ଭାରତ ଭଳି ଗଣତାନ୍ତ୍ରିକ ଦେଶରେ ବିଧାୟକ, ସାଂସଦଙ୍କ ନାମରେ ଏକାଧିକ ଅପରାଧିକ ମାମଲା ଥିବା କୌଣସି ନୂଆ ବିଷୟ ନୁହେଁ । ଆଉ ଏହି ମାମଲାଗୁଡ଼ିକ ମଧ୍ୟ କୋର୍ଟରେ ଦୀର୍ଘ ସମୟ ଧରି ବିତାରଧୀନ ରହିଥାଏ । ତେବେ ଏହି ପରିପ୍ରେକ୍ଷୀରେ ଦେଶର ସର୍ବୋଚ୍ଚ ଅଦାଲତ ଏକ ବଡ଼ ନିର୍ଦ୍ଦେଶ ଶୁଣାଇଛନ୍ତି ।

ବିଧାୟକ ଏବଂ ସାଂସଦଙ୍କ ନାଁରେ ଥିବା ବିଚାରଧୀନ ମାମଲା ସମ୍ପର୍କିତ ସମସ୍ତ ତଥ୍ୟ ମାଗିଛନ୍ତି ସୁପ୍ରିମକୋର୍ଟ । ସାଂସଦ ଏବଂ ବିଧାୟକଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ବିଭିନ୍ନ ଅପରାଧିକ ମାମଲାଗୁଡ଼ିକୁ ବାବଦରେ ଦାଖଲ କରାଯାଇଥିବା ଏକ ଜନସ୍ୱାର୍ଥ ଯାଚିକାର ଶୁଣାଣି କରି ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସମସ୍ତ ହାଇକୋର୍ଟଙ୍କୁ ୨ ଦିନ ଭିତରେ ଭ୍ରଷ୍ଟାଚାର ଏବଂ ବିଚାରଧୀନ ଥିବା ଅନ୍ୟ ଅପରାଧୀକ ମାମଲାର ସମ୍ପର୍କିତ ସମସ୍ତ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସେପ୍ଟେମ୍ୱର ୧୬ରେ ସୁପ୍ରିମକୋର୍ଟ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି କରିବେ ।

ଏହାସହ ଅଭିଯୁକ୍ତ ଅପରାଧୀକ ରେକର୍ଡ ଥିବା ବିଧାୟକ ଏବଂ ସାଂସଦଙ୍କୁ ଆଜୀବନ ନିର୍ବାଚନ ଲଢ଼ିବାକୁ ଦିଆ ନ ଯିବା ନେଇ ଏକ ଯାଚିକାର ଶୁଣାଣି କରି କେନ୍ଦ ସରକାରରଙ୍କୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । ଏନେଇ 6 ସପ୍ତାହ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ଶୁଣାଣି ବେଳେ ଦେଶରେ ବିଧାୟକ ଏବଂ ସାଂସଦଙ୍କ ବିରୁଦ୍ଧରେ ପ୍ରାୟ ୪ହଜାରୁ ଊର୍ଦ୍ଧ୍ୱ ମାମଲା ବିଚାରଧୀନ ରହିଥିବା ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

ସୂଚନା ଯେ, ଏହି ମାମଲାର ଆବେଦନକାରୀ ଆଇନଜୀବୀ ବିକାଶ ସିଂହ ମାନ୍ୟବର ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି ଯେ, ବିଧାୟକ, ସାଂସଦଙ୍କ ନାଁରେ ଥିବା ସାଂଘାତିକ ଅପରାଧିକ ମାମଲାଗୁଡ଼ିକରେ ସେମାନଙ୍କୁ କୌଣସି ପ୍ରକାର ସଂରକ୍ଷଣ ଦିଆଯିବା ଉଚିତ୍ ନୁହେଁ ।

Related story