Advertisment

‘ଦେହଜୀବୀଙ୍କୁ ଦୁର୍ବ୍ୟବହାର କରିପାରିବନି ପୁଲିସ୍‌’

ନୂଆଦିଲ୍ଲୀ: ସେକ୍ସ ୱାର୍କରଙ୍କୁ ସମାଜରେ ସମସ୍ତେ ଘୃଣ୍ୟ ନଜରରେ ଦେଖିଥାନ୍ତି। ଏପରିକି ଚଢ଼ାଉ ବେଳେ ପୁଲିସ୍‌ ସେମାନଙ୍କ ସହ କ୍ରୂର ବ୍ୟବହାର ପ୍ରଦର୍ଶନ କରିଥାଏ। ହେଲେ ଆମ ପରି ସେମାନେ ବି ଦେଶର ନାଗରିକ। ତାଙ୍କର ବି ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି। ତେଣୁ ଏପରି ମାମଲା ସାମନାକୁ ଆସିଲେ ପୁଲିସ୍‌ ସେମାନଙ୍କୁ ସମ୍ମାନର ସହ ବ୍ୟବହାର କରିବା ଉଚିତ। ମୌଖିକ କିମ୍ବା ଶାରୀରିକ ରୂପେ ପୁଲିସ୍‌ ଦେହଜୀବୀଙ୍କୁ ଦୁର୍ବ୍ୟବହାର କରିପାରିବ ନାହିଁ ବୋଲି କଡ଼ା […]

author-image
Niharika Rout
ଅଦ୍ୟତନ ହୋଇଛି
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

supreme-court

ନୂଆଦିଲ୍ଲୀ: ସେକ୍ସ ୱାର୍କରଙ୍କୁ ସମାଜରେ ସମସ୍ତେ ଘୃଣ୍ୟ ନଜରରେ ଦେଖିଥାନ୍ତି। ଏପରିକି ଚଢ଼ାଉ ବେଳେ ପୁଲିସ୍‌ ସେମାନଙ୍କ ସହ କ୍ରୂର ବ୍ୟବହାର ପ୍ରଦର୍ଶନ କରିଥାଏ। ହେଲେ ଆମ ପରି ସେମାନେ ବି ଦେଶର ନାଗରିକ। ତାଙ୍କର ବି ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି। ତେଣୁ ଏପରି ମାମଲା ସାମନାକୁ ଆସିଲେ ପୁଲିସ୍‌ ସେମାନଙ୍କୁ ସମ୍ମାନର ସହ ବ୍ୟବହାର କରିବା ଉଚିତ। ମୌଖିକ କିମ୍ବା ଶାରୀରିକ ରୂପେ ପୁଲିସ୍‌ ଦେହଜୀବୀଙ୍କୁ ଦୁର୍ବ୍ୟବହାର କରିପାରିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

Advertisment

କରୋନା ସମୟରେ ସେକ୍ସ ୱାର୍କର ନିଜ ଦୈନଦିନ ଆବଶ୍ୟକତା ମେଣ୍ଟାଇବାକୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏନେଇ ସୁପ୍ରିମକୋର୍ଟରେ ଏକ ଅପିଲ ଦାଖଲ ହୋଇଥିଲା। ସେକ୍ସ ୱାର୍କରଙ୍କ ଥଇଥାନ ପାଇଁ ଗଠିତ ପ୍ୟାନେଲର ସୁପାରିଶରେ ଶୁଣାଣି ଚାଲିଥିବା ବେଳେ ଏପରି ରାୟ ଦେଇଛନ୍ତି ଖଣ୍ଡପୀଠ। ସୁପ୍ରିମକୋର୍ଟ ବିଚାରପତି ଏଲ. ନାଗେଶ୍ୱର ରାଓ, ବିଆର ଗାଭାଇ ଓ ଏସ୍‌ ବୋପାନ୍ନାଙ୍କ ମିଳିତ ଖଣ୍ଡପୀଠ ଏପରି ରାୟ ଦେଇଛନ୍ତି।

ଏନେଇ ସେମାନେ କହିଛନ୍ତି, ଭାରତ ବର୍ଷରେ ସମସ୍ତ ନାଗରିକଙ୍କ ସାମ୍ବିଧାନିକ ଅଧିକାର ଯେପରି ଅକ୍ଷୁର୍ଣ୍ଣ ରହିବ ସେଥିପ୍ରତି ସମସ୍ତେ ଧ୍ୟାନ ଦେବା ଉଚିତ। କୋର୍ଟ କହିଛନ୍ତି, ଯଦି କୌଣସି ଦେହଜୀବୀ ଯୌନ ଉତ୍ପୀଡ଼ନର ଶିକାର ହେଉଛନ୍ତି ତାଙ୍କୁ ତୁରନ୍ତ ମେଡିକାଲ ସହାୟତା ପ୍ରଦାନ କରିବା ଉଚିତ। ଏଥିସହ ଯୌନ ପୀଡ଼ିତାଙ୍କୁ ମିଳୁଥିବା ଆଇନଗତ ସବୁ ପ୍ରକାର ସହାୟତା ସେମାନଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବା ଦରକାର। ଅଧିକାଂଶ ସମୟରେ ଦେଖିବାକୁ ମିଳୁଛି, ଦେହଜୀବୀଙ୍କୁ ପୁଲିସ୍‌ କ୍ରୂର ବ୍ୟବହାର ପ୍ରଦର୍ଶନ କରୁଛି। ପୁଲିସ୍‌, କୋର୍ଟ ଓ ଅନ୍ୟ ଲିଗାଲ ସେଲ୍‌ ସେମାନଙ୍କ ଅଧିକାର ପ୍ରତି ସମ୍ବେଦନଶୀଳ ହେବା ଉଚିତ।

Advertisment

ଗଣମାଧ୍ୟମରେ ଖବର ପ୍ରସାରଣ ବେଳେ ସେକ୍ସ ୱାର୍କରଙ୍କ ପରିଚୟ ଯେପରି ଗୁପ୍ତ ରହେ ସେ ଦିଗରେ ପ୍ରେସ କାଉନସିଲ ଅଫ ଇଣ୍ଡିଆ ସହ ମଧ୍ୟ ଯୋଗାଯୋଗ କରାଯାଇ ନିର୍ଦ୍ଦେଶାବଳୀ ଜାରି କରିବାକୁ କୁହାଯାଇଛି। ଏହାଦ୍ୱାରା ବିଭିନ୍ନ ସ୍ଥାନରେ ଚଢ଼ାଉ, ଗିରଫଦାରୀ ବେଳେ ଖବର ପ୍ରସାରଣ ସମୟରେ ଯେପରି ସତର୍କତା ଅବଲମ୍ବନ କରାଯାଏ ସେ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି।

ଦେଶର ବିଭିନ୍ନ ରାଜ୍ୟରେ ଥିବା ସେଲଟର ହୋମର ସର୍ଭେ କରି ଯେଉଁ ମହିଳାଙ୍କୁ ସେମାନଙ୍କ ଇଚ୍ଛା ବିରୋଧରେ ରଖାଯାଇଛି, ସେମାନଙ୍କୁ ମୁକୁଳାଇବାକୁ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ। ଏଥିସହ ସେକ୍ସ ୱାର୍କର ନିଜ ସ୍ୱାସ୍ଥ୍ୟ ପାଇଁ ଯେଉଁ ସବୁ ସାମଗ୍ରୀ ବ୍ୟବହାର କରୁଛନ୍ତି ତାହାକୁ ଅପରାଧିକ ସାମଗ୍ରୀ ଭାବେ ଗଣନା କରାନଯାଉ କିମ୍ବା ପ୍ରମାଣ ହିସାବରେ କୋର୍ଟରେ ପ୍ରଡ୍ୟୁସ କରା ନଯାଉ ବୋଲି ପରାମର୍ଶ ଦେଇଛନ୍ତି ସୁପ୍ରିମ କୋର୍ଟ।

ସେକ୍ସ ୱାର୍କରଙ୍କ ପାଇଁ ୱାର୍କଶପ୍‌ କରିବାକୁ ଉଚ୍ଚତମ ନ୍ୟାୟାଳୟ ବିଭିନ୍ନ ରାଜ୍ୟ ସରକାର ଓ ଲିଗାଲ ସର୍ଭିସ ଅଥରିଟିଙ୍କୁ କହିଥିବା ବେଳେ ଏହାଦ୍ୱାରା ଦେହଜୀବୀମାନେ ସେମାନଙ୍କ ଅଧିକାର ସମ୍ପର୍କରେ ଜାଣିପାରିବେ ବୋଲି ଉଲ୍ଲେଖ କରିଛନ୍ତି। ଆଇନ ଅନୁଯାୟୀ ଦେହଜୀବୀଙ୍କୁ କ’ଣ ଅନୁମତି ମିଳିଛି ଓ କ’ଣ ନାହିଁ ସେ ସମ୍ପର୍କରେ ସେମାନଙ୍କୁ ସଚେତନ କରାଯାଇପାରିବ। ଏହାଦ୍ୱାରା ସେମାନେ କିପରି ପୁଲିସ୍‌ ଉତ୍ପୀଡନରୁ ବଞ୍ଚିପାରିବେ ଓ ନିଜ ନ୍ୟାୟିକ ଲଢ଼େଇ ଲଢ଼ିପାରିବେ ସେ ସମ୍ପର୍କରେ ଜ୍ଞାନ ଆହରଣ କରିପାରିବେ। କାରଣ, ଭାରତ ବର୍ଷରେ ସମସ୍ତଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାର ଅଛି।