Advertisment

ଆଖିମରା ଭିଡିଓକୁ ନେଇ ସୁପ୍ରିମ୍‌କୋର୍ଟରୁ ପ୍ରିୟାଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ଆଖିମରା ଭିଡିଓକୁ ନେଇ ଚର୍ଚ୍ଚାରେ ଥିବା ମାଲାୟଲମ୍ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିଅରଙ୍କୁ ସୁପ୍ରିମକୋର୍ଟରୁ ଆଜି ଆଶ୍ୱସ୍ତି ମିଳିଛି। ପ୍ରିୟାଙ୍କ ଆଖିମରା ଗୀତକୁ ନେଇ ହୋଇଥିବା ସମସ୍ତ ମାମଲାକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। କେଉଁ ଆଧାରରେ ଏପରି ମାମଲା ରୁଜୁ ହୋଇଥିଲା, ଆବେଦନକାରୀଙ୍କ ଆଉ କିଛି କାମ ନାହିଁ କି […]

ରିଲିଜ୍‌ ହୋଇଯାଇଛି ପ୍ରିୟା ପ୍ରକାଶଙ୍କ ଫିଲ୍ମ 'ଓରୁ ଓଦାର ଲଭ୍'

priyaaa

Advertisment

ନୂଆଦିଲ୍ଲୀ: ଆଖିମରା ଭିଡିଓକୁ ନେଇ ଚର୍ଚ୍ଚାରେ ଥିବା ମାଲାୟଲମ୍ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିଅରଙ୍କୁ ସୁପ୍ରିମକୋର୍ଟରୁ ଆଜି ଆଶ୍ୱସ୍ତି ମିଳିଛି। ପ୍ରିୟାଙ୍କ ଆଖିମରା ଗୀତକୁ ନେଇ ହୋଇଥିବା ସମସ୍ତ ମାମଲାକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି।

Advertisment

ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। କେଉଁ ଆଧାରରେ ଏପରି ମାମଲା ରୁଜୁ ହୋଇଥିଲା, ଆବେଦନକାରୀଙ୍କ ଆଉ କିଛି କାମ ନାହିଁ କି ବୋଲି କହି ଜଷ୍ଟିସ୍‌ ମିଶ୍ର ପ୍ରଶ୍ନ କରିଛନ୍ତି।

ପ୍ରକାଶ ଥାଉକି,  'ଓରୁ ଆଦାର ଲଭ୍‌' ଫିଲ୍ମର ଏକ ଗୀତରେ ପ୍ରିୟାଙ୍କ ଆଖି ମାରିବା ଦୃଶ୍ୟ ରହିଥିଲା। ଏହି ଲୋକଗୀତ ସହ ମୁସଲମାନମାନଙ୍କ  ଧର୍ମୀୟ ବିଶ୍ଵାସ ଜଡ଼ିତ ଥିବାରୁ ଗୀତର ପିକଚରାଇଜେସନ ବେଳେ ପ୍ରିୟାଙ୍କ ଆଖି ମାରିବା ସେମାନଙ୍କ ଭାବନା ପ୍ରତି କୁଠାରାଘାତ ବୋଲି ଦର୍ଶାଇବା ସହ ଆଖି ମାରିବା ଏକ ଅସଭ୍ୟ ଆଚରଣ ବୋଲି କହି ହାଇଦ୍ରାବାଦରେ ଏକ ମାମଲା ରୁଜୁ ହୋଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe