Advertisment

ଭିଭିପ୍ୟାଟ ଓ ଇଭିଏମର ଭୋଟକୁ ମିଳାଇବା ଦାବି, ଶୁଣାଣି କରିବେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ୧୭ତମ ସାଧାରଣ ନିର୍ବାଚନକୁ ମାସେରୁ କମ ସମୟ ବାକି ରହିଥିବା ବେଳେ ଇଏଭଏମ ଓ ଭିଭିପ୍ୟାଟକୁ ନେଇ ପୁଣି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ବିରୋଧୀ ଦଳ। ୨୧ ବିରୋଧୀ ଦଳଙ୍କ ଅଭିଯୋଗ ଆଧାରରେ ଆସନ୍ତାକାଲି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଶୁଣାଣି କରିବେ। ବିରୋଧୀ ଅଭିଯୋଗ କରିଛନ୍ତି ଯେ ଇଭିଏମ୍ ଶାସକ ଦଳ ବିଜେପିକୁ ସୁହାଇଲା ଭଳି କରାଯାଇଛି । ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ଇଭିଏମ ଓ ଭିଭିପ୍ୟାଟରେ ଟିଙ୍କର ଫ୍ରୁଫ ହୋଇଥିବାର […]

ଅଦ୍ୟତନ ହୋଇଛି
ଏଥର ନିର୍ବାଚନରେ ନୂଆ ସିମ୍ବଲ ପଣସ, ରୋବଟ, ଫୁଟବଲ ଓ ସିସିଟିଭି

vote

Advertisment

ନୂଆଦିଲ୍ଲୀ: ୧୭ତମ ସାଧାରଣ ନିର୍ବାଚନକୁ ମାସେରୁ କମ ସମୟ ବାକି ରହିଥିବା ବେଳେ ଇଏଭଏମ ଓ ଭିଭିପ୍ୟାଟକୁ ନେଇ ପୁଣି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ବିରୋଧୀ ଦଳ। ୨୧ ବିରୋଧୀ ଦଳଙ୍କ ଅଭିଯୋଗ ଆଧାରରେ ଆସନ୍ତାକାଲି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଶୁଣାଣି କରିବେ।

Advertisment

ବିରୋଧୀ ଅଭିଯୋଗ କରିଛନ୍ତି ଯେ ଇଭିଏମ୍ ଶାସକ ଦଳ ବିଜେପିକୁ ସୁହାଇଲା ଭଳି କରାଯାଇଛି । ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ଇଭିଏମ ଓ ଭିଭିପ୍ୟାଟରେ ଟିଙ୍କର ଫ୍ରୁଫ ହୋଇଥିବାର ଷ୍ଟିକର ଲାଗିଥିବା ଦରକାର ବୋଲି ବିରୋଧୀ ଦାବି କରିଛନ୍ତି ।

ଏଥିସହ ଭୋଟ ଗଣତି ପୂର୍ବରୁ ୫୦ ପ୍ରତିଶତ ଭିଭିପ୍ୟାଟ ସହ ଇଭିଏମ ଭୋଟକୁ ମିଳାଇବା ପାଇଁ ଦାବି କରିଛନ୍ତି । କଂଗ୍ରେସ ସମେତ ଟିଡିପି, ଶରଦ ପାୱାର, ବିଏସପି, ଏସପି, ବାମ ଦଳ ଭଳି ୨୧ଟି ଦଳ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

Advertisment

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ବିରୋଧୀ ଇଭିଏମକୁ ଶାସକ ଦଳ ବିଜେପି ନିଜକୁ ସୁହାଇଲାଭଳିଆ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ଏହାପରେ ସମସ୍ତ ଦଳଙ୍କୁ ଡାକି ହ୍ୟାକିଂ ହେଉଥିବାର ପ୍ରମାଣ ଦେବାକୁ କହିଥିଲେ। ହେଲେ ବିରୋଧୀ ଏଥିରେ ଫେଲ ମାରିଥିଲେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe