ଡ୍ରିମ୍ ପ୍ରୋଜେକ୍ଟ 'ସେଣ୍ଟ୍ରାଲ ଭିଷ୍ଟା'କୁ ମିଳିଲା ସୁପ୍ରିମକୋର୍ଟଙ୍କ ଗ୍ରୀନ୍ ସିଗନାଲ୍

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ ସେଣ୍ଟ୍ରାଲ ଭିଷ୍ଟାକୁ ମିଳିଲା ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗ୍‌ନାଲ । ସେଣ୍ଟ୍ରାଲ୍ ଭିଷ୍ଟା ପ୍ରକଳ୍ପରେ ନିର୍ମାଣ ହେବାକୁ ଥିବା ନୂଆ ସଂସଦ ଭବନର ନିର୍ମାଣ ପାଇଁ ମଙ୍ଗଳବାର ସର୍ତ୍ତ ମୂଳକ ମଞ୍ଜୁରି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍ ଏଏମ ଖାନଓ୍ୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ନିଷ୍ପତ୍ତି ଶୁଣାଇଛନ୍ତି। ଫଳରେ ପ୍ରକଳ୍ପ ବାଟରେ ଥିବା କଣ୍ଟା ହଟିଯାଇଛି । ଡିସେମ୍ବର ୨୦୨୦ରେ ନୂଆ ସଂସଦ ଭବନ […]

central vista

Madhupriya Mistry
  • Published: Tuesday, 05 January 2021
  • , Updated: 05 January 2021, 02:48 PM IST

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ ସେଣ୍ଟ୍ରାଲ ଭିଷ୍ଟାକୁ ମିଳିଲା ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗ୍‌ନାଲ । ସେଣ୍ଟ୍ରାଲ୍ ଭିଷ୍ଟା ପ୍ରକଳ୍ପରେ ନିର୍ମାଣ ହେବାକୁ ଥିବା ନୂଆ ସଂସଦ ଭବନର ନିର୍ମାଣ ପାଇଁ ମଙ୍ଗଳବାର ସର୍ତ୍ତ ମୂଳକ ମଞ୍ଜୁରି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍ ଏଏମ ଖାନଓ୍ୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ନିଷ୍ପତ୍ତି ଶୁଣାଇଛନ୍ତି। ଫଳରେ ପ୍ରକଳ୍ପ ବାଟରେ ଥିବା କଣ୍ଟା ହଟିଯାଇଛି ।

ଡିସେମ୍ବର ୨୦୨୦ରେ ନୂଆ ସଂସଦ ଭବନ ନିର୍ମାଣରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ପରିବେଶ ସମ୍ପର୍କିତ କାରଣରୁ ବାଧା ସୃଷ୍ଟି କରାଯାଇଛି । ଏବେ ସୁଦ୍ଧା କୋର୍ଟ ଏହି ପ୍ରକଳ୍ପର କାମ ଉପରେ ରୋକ ଲଗାଇଥିଲେ । ତେବେ ମଙ୍ଗଳବାର ଏହି ସୁପ୍ରିମକୋର୍ଟ ଏହା ଉପରୁ ରୋକ ହଟାଇ ଦେଇଛନ୍ତି । ଖଣ୍ଡପୀଠ ଦୁଇଟି ଭିନ୍ନ ଭିନ୍ନ ନିଷ୍ପତ୍ତି ଶୁଣାଇଥିଲେ । ଗୋଟିଏ ନିଷ୍ପତ୍ତି ଜଷ୍ଟିସ୍ ଏ ଏମ ଖାନବିଲକର ଓ ଜଷ୍ଟିସ ଦିନେଶ ମାହେଶ୍ୱରୀଙ୍କର ଥିବା ବେଳେ ଅନ୍ୟଟି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଶୁଣାଇଥିଲେ ।

ସୂଚନାନୁସାରେ, କେନ୍ଦ୍ର ସରକରାଙ୍କ ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ ଦିଆଯାଇଥିଲା । ଏଥିରେ କୁହାଯାଇଥିଲା ଯେ, ବିନା କୌଣସି ଆଇନରେ ସରକାର ଏହି ପ୍ରକଳ୍ପକୁ ଆରମ୍ଭ କରୁଛନ୍ତି । ଏଥିପାଇଁ ପରିବେଶ ମନ୍ତ୍ରାଳୟର ଅନମୁତି ନଥିଲା । ହଜାରେ କୋଟିର ଏହି ଯୋଜନା କେବଳ ସରକାରୀ ଅର୍ଥକୁ ବରବାଦ କରିବା ଭଳି । ଏହା ଦ୍ୱାରା ସଂସଦ ଆଖପାଖରେ ଥିବା ଐତିହାସିକ ସ୍ମାରକିକୁ କ୍ଷତି ପହଁଚିପାରେ । କିନ୍ତୁ କୋର୍ଟ ସମସ୍ତ ଆବେଦନକୁ ଖାରଜ କରି ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ସର୍ତ୍ତମୂଳକ ମଞ୍ଜୁରି ଦେଇଛନ୍ତି ।

ମାମଲାର ରାୟ  ଶୁଣାଇ ସର୍ବୋଚ୍ଚ ଅଦାଲତ କହିଛନ୍ତି, ସମସ୍ତ ଅନୁମତି ସରକାର ନେଇଛନ୍ତି । ସରକାର ପ୍ରକଳ୍ପକୁ ଆଗକୁ ବଢାଇ ପାରିବେ । ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ହେରିଟେଜ୍ କଞ୍ଜର୍ଭେସନ କମିଟିର ମଞ୍ଜୁରି ମଧ୍ୟ ଅଣାଯାଉ। ନିର୍ମାଣ ଅଞ୍ଚଳରେ ସ୍ମୋଗ ଟାୱାର ଲଗାଇବା ଅନିବାର୍ଯ୍ୟ ବୋଲି କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ ଯେ, ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପରେ ନୂଆ ସଂସଦ ଭବନ ନିର୍ମାଣ ହେବ । ଏହି ପ୍ରକଳ୍ପ ପାଇଁ ୧ ହଜାର କୋଟି ଟଙ୍କାର ବ୍ୟୟ ଅଟକ ପ୍ରସ୍ତୁତ କରାଯାଇଛି। ଗତ ଡିସେମ୍ବର ୧୦ ତାରିଖରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରସ୍ତାବିତ ଅଞ୍ଚଳରେ ୮୭୬ ଆସନ ବିଶିଷ୍ଠ ଲୋକସଭା ଏବଂ ୪୦୦ ଆସନ ବିଶିଷ୍ଟ ରାଜ୍ୟସଭା ନିର୍ମାଣ କରାଯିବ । ୧୨୨୪ ସିଟ୍‌ ବିଶିଷ୍ଟ ସେଣ୍ଟ୍ରାଲ ହଲ୍‌ ମଧ୍ୟ ତିଆରି କରାଯିବ । ଏଠାରେ ୧୦ଟି ବିଲ୍ଡିଂ ନିର୍ମାଣ କରାଯିବ । ସେଥିରେ ୫୧ଟି ମନ୍ତ୍ରାଳୟ ରହିବ । ମନ୍ତ୍ରାଳୟକୁ ମେଟ୍ରୋ ଷ୍ଟେସନ ଦ୍ବାରା ଭୂଗର୍ଭ ମାର୍ଗ ସହ ସଂଯୋଗ କରାଯିବ ।

Related story