Advertisment

ଜମ୍ମୁ: ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ପୂର୍ବତନ ପୋଲିସ୍ କର୍ମଚାରୀ ମୃତ

ଜମ୍ମୁ: ଗୁରବାର ଜମ୍ମୁରେ ସୁରକ୍ଷାକର୍ମୀଙ୍କ ସହ ହୋଇଥିବା ସଂଘର୍ଷରେ ଦୁଇ ଜଣ ପୂର୍ବତନ ପୋଲିସ କର୍ମଚାରୀ(ଏସପିଓ)ଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଗୁଲ୍ ମହମ୍ମଦ ଏବଂ ରିୟାଜ ଅହମ୍ମଦ। ଏମାନେ ସେନା କ୍ୟାମ୍ପରୁ ଅସ୍ତ୍ରଶସ୍ତ୍ର ଧରି ଫେରାର ହୋଇଯାଇଥିଲେ। ଜଣେ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଡୋଡ଼ା ଜିଲ୍ଲାର ବଗବା ଗାଁରେ ସୁରକ୍ଷାକର୍ମୀଙ୍କ ସହ ହୋଇଥିବା ସଂଘର୍ଷରେ ଏହି ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁଇ କର୍ମଚାରୀ ସେନା କ୍ୟାମ୍ପରୁ ଚଳିତବର୍ଷ ୯ ସେପ୍ଟେମ୍ୱରରେ ବନ୍ଧୁକ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଜମ୍ମୁ: ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ପୂର୍ବତନ ପୋଲିସ୍ କର୍ମଚାରୀ ମୃତ

terrorist

ଜମ୍ମୁ: ଗୁରବାର ଜମ୍ମୁରେ ସୁରକ୍ଷାକର୍ମୀଙ୍କ ସହ ହୋଇଥିବା ସଂଘର୍ଷରେ ଦୁଇ ଜଣ ପୂର୍ବତନ ପୋଲିସ କର୍ମଚାରୀ(ଏସପିଓ)ଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଗୁଲ୍ ମହମ୍ମଦ ଏବଂ ରିୟାଜ ଅହମ୍ମଦ। ଏମାନେ ସେନା କ୍ୟାମ୍ପରୁ ଅସ୍ତ୍ରଶସ୍ତ୍ର ଧରି ଫେରାର ହୋଇଯାଇଥିଲେ।
ଜଣେ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଡୋଡ଼ା ଜିଲ୍ଲାର ବଗବା ଗାଁରେ ସୁରକ୍ଷାକର୍ମୀଙ୍କ ସହ ହୋଇଥିବା ସଂଘର୍ଷରେ ଏହି ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁଇ କର୍ମଚାରୀ ସେନା କ୍ୟାମ୍ପରୁ ଚଳିତବର୍ଷ ୯ ସେପ୍ଟେମ୍ୱରରେ ବନ୍ଧୁକ ଧରି ପଳାୟନ କରିଥିଲେ। ସୁରକ୍ଷା ପ୍ରବକ୍ତା କ୍ୟାପଟେନ୍ ଏସଏନ୍ ଆଚାର୍ଯ୍ୟ କହିଛନ୍ତି, ସେମାନଙ୍କ ନିକଟରୁ ଏକେ ୪୭ ଆଉ ଏକ ଇନସାସ୍ ରାଇଫଲ୍ ଜବତ କରାଯାଇଛି।

Advertisment