Advertisment

ସୁରଟରେ ଗଣ ବିବାହ: ୪୩ ଓଡ଼ିଆ ଝିଅ ବିବାହ କଲେ ପଟେଲ ସଂପ୍ରଦାୟର ଯୁବକଙ୍କୁ

ସୁରଟ: ଓଡ଼ିଆ କନ୍ୟାକୁ ଗୁଜରାଟି ବର। ଗୁଜରାଟର ସୁରଟ ସହରରେ ହୋଇଛି ଏଭଳି ଗଣବିବାହ। ଗତକାଲି ହୋଇଥିବା ଏହି ଗଣ ବିବାହରେ ଓଡ଼ିଶାର ୪୩ ଯୁବତୀ ବିବାହ କରିଥିଲେ ଗୁଜରାଟର ପଟେଲ୍  ସଂପ୍ରଦାୟର ଯୁବକଙ୍କୁ। ପୂର୍ବରୁ ଏନେଇ ଆୟୋଜିତ ହୋଇଥିଲା ସ୍ୱୟଂବର ଉତ୍ସବ। ଯେଉଁଥିରେ ନିଜ ମନପସନ୍ଦର ଜୀବନସାଥୀ ବାଛଥିଲେ ଯୁବକ ଯୁବତୀ। ଏବେ ପଟେଲ ସଂପ୍ରଦାୟ ପାଇଁ ଚିନ୍ତାର କାରଣ ହୋଇଛନ୍ତି ବିବାହ ପାଇଁ ଯୁବତୀ। ସମସ୍ୟାର ସମାଧାନ ପାଇଁ ଗଲା ୩ ବର୍ଷ ହେଲା […]

author-image
Rakesh Mallick
ଅଦ୍ୟତନ ହୋଇଛି
ସୁରଟରେ ଗଣ ବିବାହ: ୪୩ ଓଡ଼ିଆ ଝିଅ ବିବାହ କଲେ ପଟେଲ ସଂପ୍ରଦାୟର ଯୁବକଙ୍କୁ

marriage

ସୁରଟ: ଓଡ଼ିଆ କନ୍ୟାକୁ ଗୁଜରାଟି ବର। ଗୁଜରାଟର ସୁରଟ ସହରରେ ହୋଇଛି ଏଭଳି ଗଣବିବାହ। ଗତକାଲି ହୋଇଥିବା ଏହି ଗଣ ବିବାହରେ ଓଡ଼ିଶାର ୪୩ ଯୁବତୀ ବିବାହ କରିଥିଲେ ଗୁଜରାଟର ପଟେଲ୍  ସଂପ୍ରଦାୟର ଯୁବକଙ୍କୁ। ପୂର୍ବରୁ ଏନେଇ ଆୟୋଜିତ ହୋଇଥିଲା ସ୍ୱୟଂବର ଉତ୍ସବ। ଯେଉଁଥିରେ ନିଜ ମନପସନ୍ଦର ଜୀବନସାଥୀ ବାଛଥିଲେ ଯୁବକ ଯୁବତୀ। ଏବେ ପଟେଲ ସଂପ୍ରଦାୟ ପାଇଁ ଚିନ୍ତାର କାରଣ ହୋଇଛନ୍ତି ବିବାହ ପାଇଁ ଯୁବତୀ। ସମସ୍ୟାର ସମାଧାନ ପାଇଁ ଗଲା ୩ ବର୍ଷ ହେଲା ପଟେଲ୍ ସମାଜ ଓ ସୁରତ ଓଡ଼ିଶା ସମାଜ ମିଳିତ ଭାବେ ଏଭଳି ବିବାହ ଉତ୍ସବର ଆୟୋଜନ କରୁଛି। ୨୦୧୩ରେ ପ୍ରଥମ ଥର ପାଇଁ ବେଟି ଔର ରୋଟି ନାଁରେ ସାମୁହିକ ବିବାହ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା। ଯେଉଁଥିରେ ଓଡ଼ିଶାର ୭ ଝିଅଙ୍କ ବିବାହ ସଂପନ୍ନ ହୋଇଥିଲା। ୨୦୧୪ରେ ୨୨ ଓଡ଼ିଆ ଯୁବତୀ ବିବାହ କରିଥିଲେ ପଟେଲ ସଂପ୍ରଦାୟର ଯୁବକଙ୍କୁ। ବିନା ଯୌତୁକରେ ଏଇ ବିବାହ ଆୟୋଜିତ ହେଉଛି ।

Advertisment