Advertisment

ଦିଶାଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କଠାରୁ ଦୂରେଇ ଯାଇଥିଲେ ରିୟା, କିନ୍ତୁ କାହିଁକି?

ମୁମ୍ୱାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାକୁ ନେଇ ଦୀର୍ଘ ଦିନ ହେଲା ଚର୍ଚ୍ଚା ଓ ବିବାଦ ଲାଗି ରହିଛି। ଜୁନ 14ରେ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ମିଳିବା ପରଠାରୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ରହିଛନ୍ତି ସନ୍ଦେହ ଘେରରେ। ପରବର୍ତ୍ତୀ ସମୟରେ ସୁଶାନ୍ତଙ୍କ ବାପା କେ.କେ. ସିଂହ ରିୟାଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିବା, ତଦନ୍ତ ପାଇଁ ମୁମ୍ବାଇରେ ବିହାର ପୁଲିସ ପହଞ୍ଚିବା, ଇଡି ପକ୍ଷରୁ ରିୟାଙ୍କୁ ସମନ ଯିବା […]

ଅଦ୍ୟତନ ହୋଇଛି
ଦିଶାଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କଠାରୁ ଦୂରେଇ ଯାଇଥିଲେ ରିୟା, କିନ୍ତୁ କାହିଁକି?

sushant

Advertisment

ମୁମ୍ୱାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାକୁ ନେଇ ଦୀର୍ଘ ଦିନ ହେଲା ଚର୍ଚ୍ଚା ଓ ବିବାଦ ଲାଗି ରହିଛି। ଜୁନ 14ରେ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ମିଳିବା ପରଠାରୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ରହିଛନ୍ତି ସନ୍ଦେହ ଘେରରେ। ପରବର୍ତ୍ତୀ ସମୟରେ ସୁଶାନ୍ତଙ୍କ ବାପା କେ.କେ. ସିଂହ ରିୟାଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିବା, ତଦନ୍ତ ପାଇଁ ମୁମ୍ବାଇରେ ବିହାର ପୁଲିସ ପହଞ୍ଚିବା, ଇଡି ପକ୍ଷରୁ ରିୟାଙ୍କୁ ସମନ ଯିବା ଏବଂ ବର୍ତ୍ତମାନ କେନ୍ଦ୍ର ସରକାର ମାମଲାର ସିବିଆଇ ତଦନ୍ତ ପାଇଁ ରାଜି ହୋଇଯିବା ସମ୍ପୂର୍ଣ୍ଣ ଘଟଣାକୁ ଆହୁରି ରହସ୍ୟମୟ କରିଦେଇଛି।

Advertisment

ଏସବୁ ଭିତରେ ଦିନକୁ ଦିନ ଅଧିକ ଛନ୍ଦି ହୋଇଯାଉଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ଗୋଟିଏ ପଟେ ଆଇନ ଅନୁଯାୟୀ ତାଙ୍କ ପାଇଁ ଅଡ଼ୁଆ ବଢ଼ି ଯାଇଥିବା ବେଳେ ଅନ୍ୟପଟେ ସୁଶାନ୍ତଙ୍କ ପ୍ରଶଂସକ ମହଲରେ ମଧ୍ୟ ରିୟା ଖୁବ୍ ବିବାଦୀୟ। ଏପରି କି ସୁଶାନ୍ତଙ୍କ ବ୍ୟଙ୍କ୍ ଆକାଉଣ୍ଟରୁ 15 କୋଟି ଟଙ୍କା ହେରଫେର୍ କରିଥିବା ନେଇ ରିୟାଙ୍କ ନାଁ ଅଭିଯୋଗ ରହିଛି। ଏନେଇ ଆସନ୍ତା କାଲି ମୁମ୍ବାଇସ୍ଥିତ ଇଡି କାର୍ଯ୍ୟାଳୟରେ ରିୟାଙ୍କୁ ହାଜର ହେବାକୁ ସମନ କରାଯାଇଛି। ଏହାର ଦିନକୁ ପୂର୍ବରୁ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟର ଖୁଲାସା ହୋଇଛି।

ସୁଶାନ୍ତ ସିଂହ ରାଜପୁତଙ୍କ କଲ୍ ରେକର୍ଡ ଆସିଯାଇଛି। ଏଥିରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ରିୟା ଏବଂ ସୁଶାନ୍ତ ଜୁନ୍ 8ରୁ 14 ଯାଏଁ ଯୋଗାଯୋଗରେ ନ ଥିଲେ। ଏହା ପ୍ରକୃତରେ ଖୁବ୍ ଆଶ୍ଚର୍ଯ୍ୟଜନକ। ଉକ୍ତ ସମୟ ସୁଶାନ୍ତଙ୍କ ପାଇଁ ଖୁବ୍ କଠିନ ଓ ଚାପଗ୍ରସ୍ତ ଥିଲା। ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ନେଇ ସୁଶାନ୍ତ ମାନସିକ ଚାପରେ ଥିଲେ।

Advertisment

ସୂଚନା ଥାଉ କି, ଜୁନ୍ 8ରେ ଦିଶାଙ୍କ ମୃତ୍ୟୁ ଘଟିଥିଲା। ଏହା ପରଠାରୁ ସୁଶାନ୍ତଙ୍କ ମାନସିକ ଅବସ୍ଥା ଜାଣି ମଧ୍ୟ ରିୟା ତାଙ୍କଠାରୁ ଦୂରେଇ ଯାଇଥିଲେ।

ଏହାରି ଭିତରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଖୋଳତାଡ଼ କରିବାକୁ ମୁମ୍ବାଇ ଆସିଥିବା ବିହାର ପୁଲିସ ଟିମ୍ ଆଜି ପାଟନା ଫେରିଯାଇଛନ୍ତି। ତେବେ ବିହାର ଆଇପିଏସ ଅଫିସରଙ୍କୁ ବିଏମସି ପକ୍ଷରୁ କ୍ୱାରେଣ୍ଟାଇନରେ ରଖାଯାଇଛି।

Sushant Singh Rajput CBI Rhea Chakraborty
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe