Advertisment

ଆସିଲା ସୁଶାନ୍ତଙ୍କ ଭିସେରା ରିପୋର୍ଟ, ଆଶଙ୍କାରେ ପଡ଼ିଲା ପୂର୍ଣ୍ଣଛେଦ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମାମଲାରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସୁଶାନ୍ତଙ୍କୁ ବିଷ ଦିଆଯାଇ ନଥିବା ଜଣାପଡ଼ିଛି। ଏମସ୍ ପ୍ୟାନେଲ ସିବିଆଇକୁ ଦାଖଲ କରିଥିବା ରିପୋର୍ଟରେ ଏହି ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୁଶାନ୍ତ ସିଂହଙ୍କ ଭିସେରା ରିପୋର୍ଟରେ ତାଙ୍କୁ ବିଷ ଦେଇ ହତ୍ୟା କରାଯାଇ ନ ଥିବା ଜଣାପଡ଼ିଛି। ଏମସ୍ ପ୍ୟାନେଲ ଦ୍ୱାରା ସିବିଆଇକୁ ଦିଆଯାଇଥିବା ରିପୋର୍ଟରୁ ଜଣାପଡ଼ିଛି ଯେ, ସୁଶାନ୍ତଙ୍କ ଶରୀରରେ କୌଣସି ପ୍ରକାର […]

ଆସିଲା ସୁଶାନ୍ତଙ୍କ ଭିସେରା ରିପୋର୍ଟ, ଆଶଙ୍କାରେ ପଡ଼ିଲା ପୂର୍ଣ୍ଣଛେଦ

sushant

Advertisment

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମାମଲାରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସୁଶାନ୍ତଙ୍କୁ ବିଷ ଦିଆଯାଇ ନଥିବା ଜଣାପଡ଼ିଛି। ଏମସ୍ ପ୍ୟାନେଲ ସିବିଆଇକୁ ଦାଖଲ କରିଥିବା ରିପୋର୍ଟରେ ଏହି ବଡ଼ ତଥ୍ୟ ସାମ୍ନାକୁ ଆସିଛି।

Advertisment

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୁଶାନ୍ତ ସିଂହଙ୍କ ଭିସେରା ରିପୋର୍ଟରେ ତାଙ୍କୁ ବିଷ ଦେଇ ହତ୍ୟା କରାଯାଇ ନ ଥିବା ଜଣାପଡ଼ିଛି। ଏମସ୍ ପ୍ୟାନେଲ ଦ୍ୱାରା ସିବିଆଇକୁ ଦିଆଯାଇଥିବା ରିପୋର୍ଟରୁ ଜଣାପଡ଼ିଛି ଯେ, ସୁଶାନ୍ତଙ୍କ ଶରୀରରେ କୌଣସି ପ୍ରକାର ଅର୍ଗାନିକ ବିଷ ମିଳିନାହିଁ। ଅର୍ଥାତ୍ ତାଙ୍କ ମୃତ୍ୟୁ ବିଷପାନ ଯୋଗୁ ହୋଇନାହିଁ ବୋଲି ସ୍ପଷ୍ଟ ହୋଇଛି।

ଅନ୍ୟପଟେ ସିବିଆଇ ଭଳି ଏମସ୍ ମେଡିକାଲ ଓ୍ୱାର୍ଡ ପକ୍ଷରୁ ମଧ୍ୟ ସୁଶାନ୍ତ ମାମଲାରେ କୁପର ହସ୍ପିଟାଲ ଡାକ୍ତରମାନଙ୍କୁ ସମ୍ପୂର୍ଣ୍ଣ କ୍ଲିନଚିଟ୍ ଦିଆଯାଇ ନାହିଁ। କୁପର ହସ୍ପିଟାଲ ରିପୋର୍ଟକୁ ବିସ୍ତୃତ ଭାବରେ ଅନୁଧ୍ୟାନ କରିବାର ଆବଶ୍ୟକ ରହିଛି ବୋଲି କୁହାଯାଇଛି। ସୁଶାନ୍ତ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ହସ୍ପିଟାଲ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହସ୍ପିଟାଲ ମାମଲାକୁ ଅଣଦେଖା କରିଥିବା କୁହାଯାଇଛି। ଏହା ପୂର୍ବରୁ ଅଟୋପ୍ସି ରିପୋର୍ଟକୁ ନେଇ ମଧ୍ୟ କୁପର ହସ୍ପିଟାଲ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। କାରଣ, ସୁଶାନ୍ତଙ୍କ ଗଳାରେ ଥିବା ଦାଗ ବାବଦରେ ରିପୋର୍ଟରେ କିଛି କୁହାଯାଇ ନଥିବା ବେଳେ ମୃତ୍ୟୁର ସମୟ ନେଇ କୌଣସି ତଥ୍ୟ ଉଲ୍ଲେଖ କରାଯାଇ ନାହିଁ।

Advertisment

ସୂଚନାଯୋଗ୍ୟ, ସୁଶାନ୍ତଙ୍କ ପରିବାର ପକ୍ଷରୁ ତାଙ୍କୁ ବିଷ ଦିଆଯାଇଥିବା ନେଇ ଆଶଙ୍କା ପ୍ରକାଶ କରାଯାଇଥିଲା। ହେଲେ ଏବେ ଏମସ୍ ରିପୋର୍ଟରୁ ଏହି ଆଶଙ୍କା ଭୁଲ ବୋଲି ସ୍ପଷ୍ଟ ହୋଇଯାଇଛି।

Sushant Singh Rajput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe