Advertisment

ଗିରଫ ହୋଇପାରନ୍ତି ସୁଶାନ୍ତଙ୍କ ଦୁଇ ଭଉଣୀ, ଜାମିନ ପାଇଁ କୋର୍ଟରେ ଆବେଦନ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ଏହି ଘଟଣାରେ ସୁଶାନ୍ତଙ୍କ ଦୁଇ ଉଭଣୀ ପ୍ରିୟଙ୍କା ଓ ନୀତୁଙ୍କୁ ସିବିଆଇ ଯେକୌଣସି ମୁହୂର୍ତ୍ତରେ ଗିରଫ କରିବାର ଆଶଙ୍କା ପ୍ରକାଶ ପାଇଛି। ଏଥିପାଇଁ ଉଭୟ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ତତ୍କାଳ ଆଗୁଆ ଜାମିନ ଦେବାକୁ ଆବେଦନ କରିଛନ୍ତି। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଦାଏର କରିଥିବା ଏଫଆଇଆରକୁ ରଦ୍ଦ କରିବା ପାଇଁ ଉଭୟ ପ୍ରିୟଙ୍କା ଓ ନୀତୁ ବମ୍ବେ ହାଇକୋର୍ଟରେ […]

ଗିରଫ ହୋଇପାରନ୍ତି ସୁଶାନ୍ତଙ୍କ ଦୁଇ ଭଉଣୀ, ଜାମିନ ପାଇଁ କୋର୍ଟରେ ଆବେଦନ

i

Advertisment

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ଏହି ଘଟଣାରେ ସୁଶାନ୍ତଙ୍କ ଦୁଇ ଉଭଣୀ ପ୍ରିୟଙ୍କା ଓ ନୀତୁଙ୍କୁ ସିବିଆଇ ଯେକୌଣସି ମୁହୂର୍ତ୍ତରେ ଗିରଫ କରିବାର ଆଶଙ୍କା ପ୍ରକାଶ ପାଇଛି। ଏଥିପାଇଁ ଉଭୟ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ତତ୍କାଳ ଆଗୁଆ ଜାମିନ ଦେବାକୁ ଆବେଦନ କରିଛନ୍ତି।

Advertisment

ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଦାଏର କରିଥିବା ଏଫଆଇଆରକୁ ରଦ୍ଦ କରିବା ପାଇଁ ଉଭୟ ପ୍ରିୟଙ୍କା ଓ ନୀତୁ ବମ୍ବେ ହାଇକୋର୍ଟରେ ପିଟିସନ ଦାଏର କରିଛନ୍ତି। ଦୁଇ ଭଉଣୀଙ୍କ ପାଇଁ ଆବେଦନ କରିଥିବା ଆଇନଜୀବୀ ମାଧବ ଥୋରାଟ ଡିଭିଜନ ବେଞ୍ଚରର ଜଷ୍ଟିସ ଏସଏସ ସିନ୍ଧେ ଓ ଜଷ୍ଟିସ ଏମଏସ କରନିକଙ୍କ ଖଣ୍ଡପୀଠଙ୍କୁ କହିଛନ୍ତି, ଦୁଇ ଭଉଣୀଙ୍କ ନାଁରେ ଯେବେଠାରୁ ଏଫଆଇଆର ହେଲାଣି ସେମାନେ ସେବେଠାରୁ ଅଭିଯୁକ୍ତ ରହିଛନ୍ତି। ସେମାନଙ୍କୁ ସିବିଆଇ ଯେକୌଣସି ମୁହୂର୍ତ୍ତରେ ଗିରଫ କରିବାର ଆଶଙ୍କା ରହିଛି। ତେଣୁ ସେମାନଙ୍କୁ ତୁରନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରାଯିବା ଦରକାର।

୨୦୨୦ ସେପ୍ଟେମ୍ବର ୭ରେ ରିୟା ଚକ୍ରବର୍ତ୍ତୀ ପୁଲିସ୍‌ ନିକଟରେ ପ୍ରିୟଙ୍କା ଓ ନୀତୁଙ୍କ ନାଁରେ ଏଫଆଇଆର ରୁଜୁ କରିଥିଲେ। ଏଥିରେ ସେ କହିଥିଲେ ଯେ ଦୁଇ ଜଣ ଯାକ ଭଉଣୀ ସୁଶାନ୍ତଙ୍କୁ ନକଲି ପ୍ରେସକ୍ରିପସନ ଜରିଆରେ ଭୁଲ ମେଡିସିନ୍‌ ଖାଇବାକୁ ପ୍ରୋତ୍ସାହିତ କରୁଥିଲେ। ଦୁଇ ଉଭଣୀ କିଛି ଡାକ୍ତରଙ୍କ ସହ ମିଶି ସୁଶାନ୍ତଙ୍କୁ ନିୟମିତ ଭୁଲ ଔଷଧ ଦେଇ ତାଙ୍କୁ ଆହୁରି ଅସୁସ୍ଥ କରିଦେଉଥିଲେ। ଏହି କାରଣ ପାଇଁ ସୁଶାନ୍ତ ବାଉଳି ଚାଉଳି ହେଉଥିଲେ ଏବଂ ଶେଷରେ ସେ ଆତ୍ମହତ୍ୟା କରିଛନ୍ତି। ଏହି ଏଫଆଇଆର ବାନ୍ଦ୍ରା ପୁଲିସ୍‌ ଷ୍ଟେସନରେ ରୁଜୁ ହୋଇଥିଲା ଓ ଏବେ ସିବିଆଇ ଏହାର ତଦନ୍ତ କରୁଛି।

Advertisment

ଆଜିର ଶୁଣାଣି ବେଳେ ରିୟାଙ୍କ ଓକିଲ ଜାମିନ ଆବେଦନକୁ ଜୋରଦାର ବିରୋଧ କରିଥିଲେ। କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୪ରେ କରିବେ। ଏହାପୂର୍ବରୁ ବୁଧବାର ଦିନ ସିବିଆଇ ଓ ମୁମ୍ବାଇ ପୁଲିସ୍‌ ଏହା ଉପରେ ନିଜର ଜବାବ ରଖିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe