Advertisment

ଉପମୁଖ୍ୟମନ୍ତ୍ରୀ ରେସରୁ ସୁଶୀଲ୍ ମୋଦି ଆଉଟ୍!

ପାଟନା: ବିହାର ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଆଜି ଏନଡିଏ ନେତାଙ୍କ ବୈଠକ ବସିବାକୁ ଯାଉଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନୀତୀଶ କୁମାରଙ୍କ ନାଁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇପାରେ। ଏହାରି ଭିତରେ ଉପମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। କାରଣ ବିଜେପି ଏବେ ସୁଶୀଲ ମୋଦିଙ୍କ ସ୍ଥାନରେ ଆଉ ଜଣଙ୍କୁ ଏହି ଆସନରେ ବସାଇବାକୁ ଚିନ୍ତା କରୁଥିବା ସୂଚନା ରହିଛି। ଏହି ନୂଆ ନେତା ହେଲେ ଅଯୋଧ୍ୟାରେ ରାମ ମନ୍ଦିରର […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଉପମୁଖ୍ୟମନ୍ତ୍ରୀ ରେସରୁ ସୁଶୀଲ୍ ମୋଦି ଆଉଟ୍!

kameshwar chapl sushil modi

ପାଟନା: ବିହାର ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଆଜି ଏନଡିଏ ନେତାଙ୍କ ବୈଠକ ବସିବାକୁ ଯାଉଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନୀତୀଶ କୁମାରଙ୍କ ନାଁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇପାରେ। ଏହାରି ଭିତରେ ଉପମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। କାରଣ ବିଜେପି ଏବେ ସୁଶୀଲ ମୋଦିଙ୍କ ସ୍ଥାନରେ ଆଉ ଜଣଙ୍କୁ ଏହି ଆସନରେ ବସାଇବାକୁ ଚିନ୍ତା କରୁଥିବା ସୂଚନା ରହିଛି। ଏହି ନୂଆ ନେତା ହେଲେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରଥମ ଇଟା ରଖିଥିବା କାମେଶ୍ୱର ଚୌପାଲ।

Advertisment

କାମେଶ୍ୱରଙ୍କୁ ନେଇ ବିହାର ରାଜନୀତି ଏବେ ସରଗରମ ହୋଇଛି। ସେ ମଧ୍ୟ ପାଟନା ପହଞ୍ଚି ସାରିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟାରେ ସେ କହିଛନ୍ତି, ‘ମୁଁ ଜଣେ ଦଳର କର୍ମୀ, ଦଳ ଯାହା ଦାୟିତ୍ୱ ମିଳିବ ମୁଁ ତାକୁ ଗ୍ରହଣ କରିବି।’

ଶୁକ୍ରବାର ଏନଡିଏ ବୈଠକ ନୀତୀଶଙ୍କ ବାସଭବନରେ ହେବ। ଏଥିରେ ବିଜେପି ନେତା ସୁଶୀଲ ମୋଦି, ବିଜେପି ରାଜ୍ୟ ସଭାପତି ସଞ୍ଜୟ ଜୟଶୱାଲ, ନନ୍ଦକିଶୋର ଯାଦବ ଏବଂ ମଙ୍ଗଲ ପାଣ୍ଡେଙ୍କ ସମେତ ଅନ୍ୟ କେତେକ ନେତା ସାମିଲ୍ ହେବେ। ଏହି ବୈଠକରେ କ୍ୟାବିନେଟ ମନ୍ତ୍ରୀର ରୂପରେଖ ବାବଦରେ ମଧ୍ୟ ଆଲୋଚନା ହୋଇପାରେ।

Advertisment

ସେହିପରି ଶୁକ୍ରବାର ଓ ଶନିବାର ଦିଲ୍ଲୀରେ ବିଜେପି ସଂସଦୀୟ ବୋର୍ଡର ବୈଠକ ହେବ ବୋଲି ଜଣାପଡ଼ିଛି। ଏହି ବୈଠକରେ ଜଣେ ପର୍ଯ୍ୟବେକ୍ଷକ ନିଯୁକ୍ତ ହେବେ। ଏହା ପରେ ବିଜେପି 15 ତାରିଖରେ ପାଟନାରେ ଦଳୀୟ ବିଧାୟକଙ୍କୁ ନେଇ ବୈଠକ କରିବ।